Indus Valley Times

ପାରାଦୀପ : ସାଧବ ପୁଅଙ୍କୁ ମେଲାଣି ଦେଲେ ମୁଖ୍ୟମନ୍ତ୍ରୀ

 Breaking News

ପାରାଦୀପ : ସାଧବ ପୁଅଙ୍କୁ ମେଲାଣି ଦେଲେ ମୁଖ୍ୟମନ୍ତ୍ରୀ

November 05
16:08 2025

ପାରାଦୀପ,୫/୧୧ : ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପର ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଧର୍ମମାସ କାର୍ତ୍ତିକର ଶେଷ ଦିନ, ଆଜିର ଦିନରେ ବୋଇତ ବନ୍ଦାଣର ପରମ୍ପରା ରହିଛି।
ଆଜି ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା, ରାଜ୍ୟର ଅର୍ଥନୈତିକ ପ୍ରଗତି ଓ ବନ୍ଦର ଭିତ୍ତିକ ଉନ୍ନତି ଉପରେ ଗୁରୁତ୍ୱ ଦେଇ ଏକ ଦୃଢ ସନ୍ଦେଶ ଦେଇଛନ୍ତି।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୋଇତ ବନ୍ଦାଣ ଓ ବାଲିଯାତ୍ରା ମାତ୍ର ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବମାନଙ୍କ ଦୁଃସାହସିକ ମନୋବଳର ପ୍ରତୀକ। ଏହି ପରମ୍ପରା ଆଜି ବି ଓଡ଼ିଆ ଜନତାଙ୍କୁ ପ୍ରେରଣା ଦେଉଛି ଯେ, ସେମାନେ ଧୈର‌୍ୟ୍ୟ ଓ ସାହସ ସହିତ ନୂଆ ଶିଖର ଛୁଇଁପାରନ୍ତି।
ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରଗତିରେ ପାରାଦୀପ ବନ୍ଦରର ଅଗ୍ରଣୀ ଭୂମିକାକୁ ଉଲ୍ଲେଖ କରି କହିଥିଲେ ଯେ, ଏହା ଆଜି ଭାରତର ସର୍ବଶ୍ରେଷ୍ଠ ବୃହତ୍ ବନ୍ଦର ଭାବେ ପରିଚିତ ହୋଇଛି। ୨୦୧୫ ମସିହାରେ ୭୧ ନିୟୁତ ଟନ୍ ପଣ୍ୟ ପରିବହନ କ୍ଷମତା ଥିଲା ଏହି ବନ୍ଦରର, ଯାହା ବଢ଼ି ୨୦୨୫ରେ ୧୫୦ ନିୟୁତ ଟନ୍‌କୁ ପହଞ୍ଚିଛି।
ପାରାଦୀପ ବନ୍ଦର ଆଧୁନିକ ଓଡ଼ିଶାର ପ୍ରଗତିର ଦ୍ୱାର, ଅର୍ଥନୀତିର କୋଣାର୍କ। “ମାରି-ଟାଇମ ଇଣ୍ଡିଆ ଭିଜନ ୨୦୩୦” ଅନୁସାରେ ବାର୍ଷିକ ୩୦୦ ନିୟୁତ ଟନ୍ ଓ “ବିକଶିତ ଭାରତ ୨୦୪୭” ଯୋଜନା ଅନୁଯାୟୀ ୫୦୦ ନିୟୁତ ଟନ୍ ପର୍ଯ୍ୟନ୍ତ ପଣ୍ୟ ପରିବହନ କ୍ଷମତା ସହିତ ପାରାଦୀପ ବନ୍ଦରକୁ ଏକ ମେଗା ପୋର୍ଟ ଭାବେ ଗଢ଼ାଯିବ ବୋଲି ସେ ଘୋଷଣା କରିଛନ୍ତି।
ସେ ଏହା ମଧ୍ୟ କହିଥିଲେ ଯେ ଓଡ଼ିଶା ସରକାର ଓ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ମିଳିତ ଭାବେ ଗଞ୍ଜାମ ଜିଲ୍ଲାର ବାହୁଦାଠାରେ ୨୧,୫୦୦ କୋଟି ଟଙ୍କା ବିନିଯୋଗରେ ଏକ ବୃହତ ବନ୍ଦର ଗଢ଼ିବା ପାଇଁ ଯୋଜନା କରୁଛନ୍ତି।
ସେହିପରି, ମହାନଦୀ ମୁହାଣରେ ୨୪,୭୦୦ କୋଟି ଟଙ୍କା ବିନିଯୋଗରେ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର ସ୍ଥାପନ ହେବ ଓ ପୁରୀରେ ବିଶ୍ୱସ୍ତରୀୟ କ୍ରୁଜ୍ ଟର୍ମିନାଲ୍ ଗଢ଼ାଯିବ। ଏହି ପ୍ରକଳ୍ପ ଗୁଡ଼ିକ ଓଡ଼ିଶାର ବାଣିଜ୍ୟ, ପର‌୍ୟ୍ୟଟନ ଓ ଶିଳ୍ପ ମୁଖ୍ୟ କ୍ଷେତ୍ରକୁ ନୂଆ ଦିଗ ଦେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଏହି କାର‌୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଜେ.ସୋନାଲ, କେନ୍ଦ୍ରାଞ୍ଚଳ ଡ଼ି. ଆଇ. ଜି ଡଃ ସତ୍ୟଜିତ ନାଏକ ପ୍ରମୁଖ ମଂଚାସୀନ ଥିବା ବେଳେ, ପାରାଦୀପ ବନ୍ଦର ଉପାଧ୍ୟକ୍ଷ ଶ୍ରୀ ଅଲେଖ ଚରଣ ସାହୁ ଧନ୍ୟବାଦ ଦେଇଥିଲେ। ଏହାପରେ ମୁଖ୍ୟ ଅତିଥି ତଥା ସମସ୍ତ ସମ୍ମାନିତ ଅତିଥି ଗଣ ଜାହାଜ \”ତରିଣୀ \” ରେ ବସି ବନ୍ଦର ପରିକ୍ରମା କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930