Indus Valley Times

ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଓ ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଡିସିସି କାର୍ଯ୍ୟାଳୟଠାରେ ଜିଲ୍ଲାବ୍ୟାପି ଭୋଟ ଚୋରି ଦସ୍ତଖତ ଅଭିଯାନ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ

 Breaking News

ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଓ ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଡିସିସି କାର୍ଯ୍ୟାଳୟଠାରେ ଜିଲ୍ଲାବ୍ୟାପି ଭୋଟ ଚୋରି ଦସ୍ତଖତ ଅଭିଯାନ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ

ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଓ ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଡିସିସି କାର୍ଯ୍ୟାଳୟଠାରେ ଜିଲ୍ଲାବ୍ୟାପି ଭୋଟ ଚୋରି ଦସ୍ତଖତ ଅଭିଯାନ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ
October 16
18:22 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ , ୧୬/୧୦ : ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ ଜିଲ୍ଲାବ୍ୟାପି ଭୋଟ ଚୋରି ଦସ୍ତଖତ ଅଭିଯାନ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ଜିଲ୍ଲା ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଡିସିସି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇ ଯାଇଛି ।
ପିସିସି ପର୍ଯ୍ୟବେକ୍ଷକ ସୁଶ୍ରୀ ସ୍ୱାଗତିକା ପଟ୍ଟନାୟକ ଏହି ବୈଠକରେ ଯୋଗ ଦେଇ ଜିଲ୍ଲାର ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଆଲୋଚନା କରି ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ରେ ଆସନ୍ତା ୧୯ ତାରିଖ ସୁଦ୍ଧା ଅନ୍ୟୁନ ୧୦ ହଜାର ସାଧାରଣ ଜନତା ଙ୍କ ଦସ୍ତଖତ କରାଯିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ଏବଂ ଅଦ୍ୟାବଧି ସମଗ୍ର ଜିଲ୍ଲାରେ ପ୍ରାୟ ୧୫ ହଜାର ଦସ୍ତଖତ ସଂଗ୍ରହ କାର୍ଯ୍ୟ ଶେଷ ହୋଇଥିବା ବ୍ଲକ ସଭାପତି ଭାବେ ରିପୋର୍ଟ ଦେଇଥିଲେ ।
ବରିଷ୍ଠ କଂଗ୍ରେସ ନେତା ତଥା କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ହୁସେନ ଖାଁ, ରଣପୁର ବିଧାୟକ ପ୍ରାର୍ଥୀ ବିଭୂପ୍ରସାଦ ମିଶ୍ର, ଜିଲ୍ଲା ଡିସିସି କିସାନ ସେଲ ଅଧ୍ୟକ୍ଷ ବସନ୍ତ କର, ଆରଜିପିଆରଏସ ଜିଲ୍ଲା ଅଧ୍ୟକ୍ଷ ସୁକାନ୍ତ ଶତପଥି, ଜିଲ୍ଲା ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ଅମଜାଦ ଖାନ, ଜିଲ୍ଲା ଓବିସି ସେଲ ଅଧ୍ୟକ୍ଷ ନାରାୟଣ ସାହୁ,ଜିଲ୍ଲା ଆଇଏନଟିୟୁସି ଆବାହକ ଆଲୋକ ପ୍ରଧାନ, ନୟାଗଡ଼ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ, ରଣପୁର ଶତ୍ରୁଘ୍ନ ପାଇକେରାୟ, ନୂଆଗାଁ ଅଶୋକ କୁମାର ନାୟକ, ଦଶପଲ୍ଲା ବୁଲୁ ପରିଡା, ଗଣିଆ କାଶୀନାଥ ନାୟକ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ, ବରିଷ୍ଠ ନେତା ରାଜୀବ ମିଶ୍ର,ବେଣୁଧର ନାୟକ, ଆଇନଜୀବୀ ବିଭୁତି ରାଉତ, ପୂର୍ଣ୍ଣଚନ୍ଦ୍ର ଶାନ୍ତ, ସୁଶାନ୍ତ କୁମାର ସାହୁ, ବସନ୍ତ
ମହାରଣା, ବିନୋଦିନୀ ମହାନ୍ତି, ପ୍ରତିମା ଜେନା, ବ୍ରଜକିଶୋର ଲେଙ୍କା, ଭଗବାନ ମଲ୍ଲିକ, ପ୍ରକାଶ ଖୁଣ୍ଟିଆ, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଦିଲ୍ଲୀପ ବିଶୋଇ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଏହି ସମୀକ୍ଷା ବୈଠକ ରେ ଉପସ୍ଥିତ ରହି ନୟାଗଡ଼ ଜିଲ୍ଲା ରେ ଭୋଟଚୋରି ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ନିଷ୍ପତି କରିଥିଲେ ।
ଅତିରିକ୍ତ ସୂଚନା
ଖଣ୍ଡପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଭୋଟଚୋରି ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ଡିସିସି ସଭାପତି ଶ୍ରୀ ରଣଜିତ ଦାଶ ଏକ ସଂଯୋଜନା ମଣ୍ଡଳୀ ଡିସିସି ପର୍ଯ୍ୟବେକ୍ଷକ ବରିଷ୍ଠ ନେତା ସୁକାନ୍ତ ଶତପଥି ଙ୍କ ଅଧ୍ୟକ୍ଷତାରେ ଗଠନ କରିଛନ୍ତି ।
ବରିଷ୍ଠ ନେତ୍ରୀ ବିନୋଦିନୀ ମହାନ୍ତି, ବସନ୍ତ କୁମାର ମହାରଣା, ପ୍ରକାଶ କୁମାର ଖୁଣ୍ଟିଆ, ଯୁବ ନେତା ଦିଲ୍ଲୀପ ଖୁଣ୍ଟିଆ ଙ୍କୁ ନେଇ ଦସ୍ତଖତ ଅଭିଯାନ ତ୍ବରାନ୍ବିତ କରାଇବା ପାଇଁ କମିଟି ଗଠନ କରାଯାଇ ପ୍ରଦେଶ କଂଗ୍ରେସ ଭୋଟଚୋରି ୱାର ରୁମ କୁ ଅବଗତ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031