Indus Valley Times

ପିହୁ ଅଗ୍ରଓ୍ୱାଲ୍ ଅପହରଣ ମାମଲା : ସାମ୍ନାକୁ ଆସିଲା ସତ, ୪ ଅଭିଯୁକ୍ତ ଗିରଫ

 Breaking News

ପିହୁ ଅଗ୍ରଓ୍ୱାଲ୍ ଅପହରଣ ମାମଲା : ସାମ୍ନାକୁ ଆସିଲା ସତ, ୪ ଅଭିଯୁକ୍ତ ଗିରଫ

December 24
14:10 2023

ଦେବଗଡ଼,୨୪/୧୨: ଦେବଗଡ଼ରୁ ଅପହୃତା ଶିଶୁକନ୍ୟାକୁ ସୁନ୍ଦରଗଡ଼ରୁ ଉଦ୍ଧାର କରାଯିବା ପରେ ପୁଲିସ ଘଟଣାରେ ସଂଶ୍ଳିଷ୍ଟ ୪ ଅପହରଣକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଏମାନେ ସମସ୍ତେ ଦେବଗଡ଼ ଜିଲ୍ଲାର ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଟଙ୍କା ଆଦାୟ ଲାଗି ଏମାନେ ଅପହରଣ କରିଥିଲେ।ଗିରଫ ଅଭିଯୁକ୍ତ ମାଷ୍ଟର ମାଇଣ୍ଡ ଦେବଗଡ଼ ଥାନା ଅନ୍ତର୍ଗତ ନୂଆଗାଁର ହିମାଂଶୁ ନାରଙ୍ଗ। ସହଯୋଗୀ ଅଭିଯୁକ୍ତମାନେ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ମେଂଢ଼ୀପାଲି ସାଧୁବାହାଲ ଗ୍ରାମର ଦୀପକ ନାଏକ, ଦେବଗଡ଼ ଥାନା ଅନ୍ତର୍ଗତ ବଲଣ୍ଡା ଗ୍ରାମର ରୋହିତ ପାତ୍ର, ଓ ଜରେଇକେଳା ଗ୍ରାମର ମହେଶ୍ୱର ଶଗଡିଆ। ସେମାନଙ୍କଠାରୁ ଅପହରଣରେ ବ୍ୟବହୃତ କାର, ଦୁଇଟି ବାଇକ ଓ ୪ଟି ମୋବାଇଲ ଫୋନ ଜବତ କରିଛି ପୁଲିସ। ପୁଲିସ ଆଇପିସିର ଧାରା ୩୫୭/୩୬୩/୩୬୪କ, ୩୬୫ ଖ/୩୫୭/୩୬୩/୩୬୪କ,୩୬୫/୧୨୦ଖ/୩୪ରେ ମାମଲା ରୁଜୁ କାରି ତଦନ୍ତ କରୁଥିଲା କ୍ଷ
ବିଳାସମୟ ଜୀବନ ଅତିବାହିତ କରିବା ଉଦ୍ଦେଶ୍ୟରେ ମୋଟା ଅଙ୍କର ଟଙ୍କା ରୋଜଗାର ପାଇଁ ଗତ ସେପ୍ଟେମ୍ବର ମାସରେ ଯୋଜନା କରିଥିଲେ ଗିରଫ ଅଭିଯୁକ୍ତକ୍ଷ ଯୋଜନା ଅନୁଯାୟୀ ଭାଇ ଭାଇ ଲୁଗା ଦୋକାନ ପରିବାରର ସଦସ୍ୟଙ୍କୁ ଅପହରଣ କରି ମୁଣ୍ଡ ଜାମିନ ରଖି ୨ କୋଟି ଟଙ୍କା ଅସୁଲ କରି ପ୍ରତ୍ୟେକଙ୍କ ଭାଗରେ ୫୦ ଲକ୍ଷ ଟଙ୍କା ମିଳିବା ହିସାବ କରିଥିଲେ ଅଭିଯୁକ୍ତ। ଯୋଜନାକୁ କାର‌୍ୟ୍ୟକାରୀ କରିବାକୁ ଗତ ନଭେମ୍ବର ମାସରେ ପ୍ରୟାସ କରିଥିଲେ ମଧ୍ୟ କୌଣସି କାରଣରୁ ଫେଲ ମାରିଥିଲା ଯୋଜନା କ୍ଷ ତେବେ ଗତ ୧୮ ତାରିଖ ଅପହରଣ କରିବାରେ ସଫଳ ହୋଇଥିଲେ ଦେବଗଡ଼ ଅଞ୍ଚଳରେ ମାଷ୍ଟର ମାଇଣ୍ଡ ହିମାଂଶୁ ରହି ଅନ୍ୟ ତିନି ଅଭିଯୁକ୍ତ ହାତରେ ଶିଶୁ କନ୍ୟାକୁ ଜିଲ୍ଲା ବାହାରକୁ କାର ଯୋଗେ ପଠାଇଥିଲେ ମଧ୍ୟ ପୁଲିସ, ଗଣମାଧ୍ୟମ, ସର୍ବୋପରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଘଟଣାକୁ ନେଇ ଅଭୁତପୂର୍ବ ଛାନଭିନ ଦେଖି ବଡ଼ଗାଁ ଥାନାଞ୍ଚଳ ଭୋଇପାଲି ସର୍ଭିସ ରୋଡ ପୋଲ ନିକଟରେ ବିଳମ୍ବିତ ରାତିରେ ଅପହୃତା ଶିଶୁ କନ୍ୟା ପିହୁକୁ ଅଭିଯୁକ୍ତ ଦୀପକ, ରୋହିତ ଓ ମହେଶ୍ୱର ଛାଡ଼ି ଫେରାର ହୋଇଯାଇଥିଲେ ବୋଲି ଆଜି ଦେବଗଡ ଆଦର୍ଶ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସପି ପ୍ରଦ୍ୟୁମ୍ନ ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଦେବଗଡ଼ ସହରର ଡେଲି ମାର୍କେଟ ଛକ ନିକଟରେ ୧୮ ତାରିଖ ସଂଧ୍ୟାରେ ନିଜ ଆଈ ସହିତ ଟିଉସନରୁ ଫେରୁଥିବାବେଳେ ନିଜ ଘର ସମ୍ମୁଖରୁ ଜଣେ ନାବାଳିକାକୁ ବାଇକରେ ଦୁର୍ବୁତ୍ତମାନେ ଅପହରଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ତେବେ ଅଭିଯୋଗ ପାଇବା ପରେ ଦେବଗଡ ଆଦର୍ଶ ଥାନା ପୁଲିସ ନିକଟରେ ଥିବା ଦୋକାନରେ ଥିବା ସିସିଟିଭିକୁ ଯାଂଚ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ପୌରାଚଂଳର ମାର୍କେଟ ଛକରେ ରହୁଥିବା କପଡା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁ (୬) ଗତକାଲି ସଂଧ୍ୟା ସମୟରେ ନିଜ ଆଈ ସହିତ ଟିଉସନରୁ ଘରୁକୁ ଫେରୁଥିଲେ । ସେହି ସମୟରେ ଜନଗହଳିପୂର୍ଣ୍ଣ ମାର୍କେଟ ଛକ ନିକଟରେ ୨ଜଣ ଅଜଣା ଦୁର୍ବୁତ୍ତ ପିହୁଙ୍କ ଆଈଙ୍କୁ ତାଙ୍କ ଘର ସମ୍ମୁଖରେ ଧକ୍କା ଦେଇ ପିହୁକୁ ବାଇକରେ ଅପହରଣ କରି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ପିହୁ ଚିନ୍ମୟ ବିଦ୍ୟାଳୟରେ ଏଲକେଜିରେ ପାଠ ପଢୁଛନ୍ତି ।
ତେବେ ଏନେଇ ପିହୁଙ୍କ ପରିବାର ଲୋକ ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଦେବଗଡ଼ ଆଦର୍ଶ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ପିହୁକୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଥିଲା।
୧୯ ତାରିଖ ସକାଳେ ଦେବଗଡ଼ର କପଡା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁ (୬)କୁ କାନ୍ଦୁଥିବାର ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁର ଜଣେ ମହିଳା ଦେଖିବାକୁ ପାଇଥିଲେ। ଦେବଗଡ଼ରୁ ଆଈମା କୋଳରୁ ଅପ଼ହୃତା ନାବାଳିକା ପିହୁକୁ ଭୋର୍ ୪ଟା ବେଳେ ବଡ଼ଗାଁ ଥାନା ସରବତୀ ଦେବୀ ଉଚ୍ଚବିଦ୍ୟାଳୟ ସମ୍ମୁଖ ରାସ୍ତାର ପୋଲ ତଳୁ ମହିଳା ଉଦ୍ଧାର କରିଥିଲେ। ଭୋରରୁ କାମକୁ ଯାଉଥିବା ଉକ୍ତ ମହିଳା ଦେଖିବା ପରେ ତାକୁ ଉଦ୍ଧାର କରିଥିଲେ। ପରେ ସେ ଗ୍ରାମବାସୀ ଓ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବଡ଼ଗାଁ ପୁଲିସ ପହଞ୍ଚି ନାବାଳିକାକୁ ନିଜ ହେପାଜତକୁ ଆଣିଥିଲା। ଏବେ ଦେବଗଡ଼ ପୁଲିସ ପିହୁକୁ ଆଣି ପରିବାରକୁ ହସ୍ତାନ୍ତର କରିଥିଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031