Indus Valley Times

ପି. ଏମ୍.ଶ୍ରୀ ସରକାରୀ (ଏସ.ଏସ, ଡି)ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରପୁରରେ ବିଜ୍ଞାନ ଓ ଗଣିତ ମେଳା

 Breaking News

ପି. ଏମ୍.ଶ୍ରୀ ସରକାରୀ (ଏସ.ଏସ, ଡି)ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରପୁରରେ ବିଜ୍ଞାନ ଓ ଗଣିତ ମେଳା

ପି. ଏମ୍.ଶ୍ରୀ ସରକାରୀ (ଏସ.ଏସ, ଡି)ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରପୁରରେ ବିଜ୍ଞାନ ଓ ଗଣିତ ମେଳା
March 18
22:23 2026

ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟ
ରାୟଗଡା, ୧୮/୩ : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଏକ ଉପାନ୍ତ ଅଞ୍ଚଳ ଯାହା ରାୟଗଡା ଠାରୁ ଦୀର୍ଘ ୧୨୦ କି.ମି ଦୂରତା ରେ ଅବସ୍ଥିତ । ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ର ପି.ଏମ୍.ଶ୍ରୀ ସରକାରୀ (ଏସ୍. ଏସ୍.ଡି) ଉଚ୍ଚ ବିଦ୍ୟାଳୟ ଠାରେ ଗଣିତ ଓ ବିଜ୍ଞାନ ମେଳା ପିଲା ମାନଙ୍କ ମାଧ୍ୟମ ରେ ଅନୁଷ୍ଠତ ହୋଇଥିଲା।
ଏଥିରେ ବିଦ୍ୟାଳୟ ର ଷଷ୍ଠ ରୁ ନବମ ଶ୍ରେଣୀ ର ୩୦୦ ପିଲା ମୋଟ ୨୦ ଟି ଗ୍ରୁପ୍ ରେ ଅଂଶ ଗ୍ରହଣ କରିଥିଲେ ।
ପ୍ରତ୍ୟେକ ଗ୍ରୁପ୍ ରେ ଗଣିତ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଯଥା – ଲ.ସା.ଗୁ ଓ ଗ.ସା.ଗୁ,ବିଭିନ୍ନ କୋଣ ର ପରିମାପ, ଭଗ୍ନାଂଶ ର ବିଭିନ୍ନ ପ୍ରକ୍ରିୟା, ବୃତ୍ତ ର କ୍ଷେତ୍ରଫଳ ଓ ବିଭିନ୍ନ ଚାର୍ଟ,ଘନ ବସ୍ତୁ ର ଘନତ୍ଵ ଏବଂ କ୍ଷେତ୍ରଫଳ, ସଂଖ୍ୟା ର ବର୍ଗ ଏବଂ ଘନ ଆଦି ବିଷୟ ରେ ଛାତ୍ର ମାନେ ଉପସ୍ଥାପନ କରିଥିଲେ ଏବଂ ବିଜ୍ଞାନ ର ହାଇବ୍ରିଡ ପାୱାର ପ୍ଲାଣ୍ଟ,ସୌର ଚଳିତ ବିଦ୍ୟୁତ୍ ବତୀ, ସ୍ମାର୍ଟ ମେଡିକାଲ୍,ସ୍ମାର୍ଟ ଭିଲେଜ, ସୌର ଜଗତ, ରକେଟ, ଉଦ୍ଭିଦ ର ବିଭିନ୍ନ ଅଂଶ ଇତ୍ୟାଦି।
ଏଥରେ ଗଣିତ,ବିଜ୍ଞାନ ଶିକ୍ଷକ ଏବଂ ଅନ୍ୟ ଶିକ୍ଷକ ସହୋଯୋଗ କରି ଗଣିତ ଓ ବିଜ୍ଞାନ ସମ୍ବନ୍ଧୀୟ ପ୍ରକଳ୍ପ ଏବଂ ପ୍ରଶିକ୍ଷଣ ଚାର୍ଟ ପିଲା ମାନେ ଉପସ୍ଥାପନା କଲେ ଏବଂ ବିଚାରକ ମଣ୍ଡଳୀ ତାହାକୁ ମୂଲ୍ୟାଙ୍କନ କରିଥିଲେ ଓ ସେଥିମଧ୍ୟରୁ ଗଣିତ ଏବଂ ବିଜ୍ଞାନ ପ୍ରତ୍ୟେକ ବିଷୟରେ ତିନୋଟି ଛାତ୍ର ଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ତତତ୍ଵାବଧାନରେ ବିତରଣ କରାଗଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଗଣେଶ ଶବର(ଗୋଷ୍ଠି ଶିକ୍ଷା ଅଧିକାରୀ,ଚନ୍ଦ୍ରପୁର), ସମ୍ମାନୀତ ଅତିଥି ଶିଙ୍ଗନା ତାଡିଙ୍ଗି(ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ),ବିଜ୍ଞାନ ଶିକ୍ଷକ ଗୁରୁପ୍ରସାଦ ପରିଡ଼ା(ବାଳିକା ଉଚ୍ଚ ବିଦ୍ୟାଳୟ,ଚନ୍ଦ୍ରପୁର ) ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଭାସ୍କର ଗୋମାଙ୍ଗ, ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ଚୌଧୁରୀ,ବିଜ୍ଞାନ ଶିକ୍ଷକ ମକର ତୁଇକା ଏବଂ ଅନ୍ୟ ଶିକ୍ଷକ କୁନା ମାଝୀ, ବଳଭଦ୍ର କୁଟ୍ରୁକା,ସୁନିଲ ମହାନ୍ତି,ଶ୍ରୀକାନ୍ତ ହୋତା,ରୁଦ୍ର ନାରାୟଣ ବାଗ ଙ୍କ କରକମଳ ରେ ସୁରୁଖୁର ରେ ସମ୍ପାଦନ ହୋଇଥିଲା।
ଏଥିରେ
ବିଦ୍ୟାଳୟ ର ସମସ୍ତ ଛାତ୍ର ଅତ୍ୟନ୍ତ ଉତ୍କଣ୍ଠା ର ସହକାରେ ଅଂଶ ଗ୍ରହଣ କରି ଉପଭୋଗ କରିଥିଲେ।
ପି ଏମ୍ ଶ୍ରୀ ହାଇ ସ୍କଲ ହେବା ଦ୍ବାରା ଏହିପରି ସମସ୍ତ କାର୍ଯ୍ୟକ୍ରମ ହେଇ ପାରୁଛି ଯାହା ଦ୍ଵାରା ଶିକ୍ଷା ର ମାନ ଉନ୍ନତି ସମ୍ଭବପର।
ପରିଶେଷ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏହି କାର୍ଯ୍ୟକ୍ରମ ଦ୍ବାରା ଛାତ୍ର ମାନଙ୍କର ଗଣିତ ଓ ବିଜ୍ଞାନ ପ୍ରତି ଆଗ୍ରହ, ଆଲୋଚନାତ୍ମକ ଚିନ୍ତାଧାରା ର ଉନ୍ନତି, ବିଚାରାତ୍ମକ ଚିନ୍ତା ର ଉନ୍ନତି,ସମୀକ୍ଷାତ୍ମକ ଦୃଷ୍ଟିକୋଣ,ଦଳଗତ କାର୍ଯ୍ୟକ୍ଷମତା ର ଉନ୍ନତି,ଗାଣିତିକ ବିଚାରଧାରା, ବୈଜ୍ଞାନିକ ଚିନ୍ତାଧାରା,ବାସ୍ତବ ଜୀବନର ଗାଣିତିକ ଓ ବୈଜ୍ଞାନିକ ସମସ୍ୟା ସମାଧାନ କିପରି ହୋଇ ପାରିବ ବୋଲି ଉଦବୋଧନ ଦେଇଥିଲେ । ଶେଷ ରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରଦିପ କୁମାର୍ ଚୌଧୁରୀ ସଭା ଭଙ୍ଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031