Indus Valley Times

ପୁଣି ଜଣେ ଓଡ଼ିଆଙ୍କୁ ରିଜର୍ଭ ବ୍ୟାଙ୍କରେ ଗୁରୁଦାୟିତ୍ବ ; ଗଭର୍ଣ୍ଣର ଭାବେ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ନିଯୁକ୍ତି

 Breaking News

ପୁଣି ଜଣେ ଓଡ଼ିଆଙ୍କୁ ରିଜର୍ଭ ବ୍ୟାଙ୍କରେ ଗୁରୁଦାୟିତ୍ବ ; ଗଭର୍ଣ୍ଣର ଭାବେ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ନିଯୁକ୍ତି

ପୁଣି ଜଣେ ଓଡ଼ିଆଙ୍କୁ ରିଜର୍ଭ ବ୍ୟାଙ୍କରେ ଗୁରୁଦାୟିତ୍ବ ; ଗଭର୍ଣ୍ଣର ଭାବେ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ନିଯୁକ୍ତି
September 29
18:21 2025

ମୁମ୍ବାଇ,୨୯/୯: କେନ୍ଦ୍ର ସରକାର ଓଡ଼ିଶାର ଶିରିଷ ଚନ୍ଦ୍ର ମୁର୍ମୁଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ କରିଛନ୍ତି। ମନ୍ତ୍ରୀମଣ୍ଡଳର ନିଯୁକ୍ତି କମିଟି ତାଙ୍କୁ ୯ ଅକ୍ଟୋବର କିମ୍ବା ତା’ପରେ ଯୋଗଦେବା ତାରିଖଠାରୁ ତିନି ବର୍ଷ ପାଇଁ ଏହି ପଦବୀରେ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି।
ବର୍ତ୍ତମାନ ଆରବିଆଇର କାର‌୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର‌୍ୟ୍ୟ କରୁଥିବା ମୁର୍ମୁ, ୮ ଅକ୍ଟୋବରରେ ମିଆଦ ଶେଷ ହେଉଥିବା ଏମ୍ ରାଜେଶ୍ୱର ରାଓଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁର୍ମୁଙ୍କୁ ଏହି ଉଚ୍ଚ ପଦବୀ ପାଇଁ ଅଭିନନ୍ଦନ ଜଣାଇ ଏହାକୁ ରାଜ୍ୟ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ସେ ଏକ୍ସରେ ପୋଷ୍ଟ କରି କହିଛନ୍ତି, “ଜଣେ ଓଡ଼ିଆଙ୍କୁ ଦେଶର ଶୀର୍ଷ ବ୍ୟାଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ କରାଯିବା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ମୁଁ ନିଶ୍ଚିତ ଯେ ତାଙ୍କର ଅଭିଜ୍ଞତା ଓ କାର‌୍ୟ୍ୟଦକ୍ଷତା ଦେଶର ଆର୍ଥିକ ବ୍ୟବସ୍ଥାକୁ ମଜବୁତ କରିବ।”

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930