Indus Valley Times

ପୁରାତନ ପାରଂପରିକ ପଦାର୍ଥର ଔଷଧୀୟ ଗୁଣ ଅତୁଳନୀୟ

 Breaking News

ପୁରାତନ ପାରଂପରିକ ପଦାର୍ଥର ଔଷଧୀୟ ଗୁଣ ଅତୁଳନୀୟ

ପୁରାତନ ପାରଂପରିକ ପଦାର୍ଥର ଔଷଧୀୟ ଗୁଣ ଅତୁଳନୀୟ
June 13
18:59 2025

ବରଦା ଦାସଙ୍କ ରିପୋର୍ଟ
କଟକ ୧୩/ ୬: ଜର୍ମାନୀ ଓଡ଼ିଆ ଗବେଷକ ଡ଼ା ଶିବାଶିଷ ଗିରି କଟକ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଥିଙ୍କର୍ସ କ୍ଲବ ଏକ ସ୍ବତନ୍ତ୍ର ବୈଠକ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରାତନ ପାରଂପରିକ ବ୍ୟବହାର କେତେ ଗୁରୁତ୍ୱପୂର୍ଣ୍ଣ ସେ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ ।
ଡ ଗିରି ଜର୍ମାନୀରେ ବହୁବର୍ଷ ଚିକିତ୍ସା ବିଜ୍ଞାନ ରେ ଗବେଷଣା କରି ସେଗୁଡ଼ିକର ଦୈନିକ ବ୍ୟବହାର ସମ୍ପର୍କରେ ଚମତ୍କାର ତଥ୍ୟ ପ୍ରଦାନ କରିଥିଲେ ।
ଲୁଣ ଓ ମିଠା ସେବନ ର ଅପକ।ରିତ।,ଖମ୍ବ ଆଳୁ ରସ ଭେଣ୍ଡି ପୋଡ଼ା ଓ ସାରୁ ର ନାଳ ଅଂଶ ର ଉପକାରିତା,ନିମ୍ବ କାଠି ରେ ଦାନ୍ତ ଘସିଲେ ସୁଫଳ,ପଂ।କ୍ରିଜ ର ବ୍ୟାୟାମ ପାଇଁ ପୂଚି ଖେଳ ଘୋଡ଼ା ଚଢ଼ା ର ଆବଶ୍ୟକତା,ନିଦ କିପରି ହେବ,ଆଣ୍ଠୁ ଗଣ୍ଠି ବ୍ୟଥା ରୁ ଉପଶମ ଓ ମୋଟ।ପା ରୁ କିପରି ଦେଶୀ ଚିକିତ୍ସା, ନିମ ତେଲ ଓ ମୁଣ୍ଡ ବାଳର ସୁରକ୍ଷା ଆଦି ଉପରେ ବହୁ ପାରମ୍ପାରିକ ବ୍ୟବହାର ଉପରେ ତଥ୍ୟ ପ୍ରକାଶ କରିଥିଲେ । ଏହା ଛଡା ସମସ୍ତ ରୋଗୀ ମାନଙ୍କ ରୋଗ ଓ ଚିକିତ୍ସା ସମ୍ପର୍କରେ କହିଥିଲେ ।
ଥିଙ୍କର୍ସ କ୍ଲବ ର ସଭାପତି ବରଦା ଦାସ ସଭାରେ ଅଧ୍ୟକ୍ଷତା କରି ସମସ୍ତେ କଥା କୁ ମାନି ନିଜ ଜୀବନରେ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ । କ୍ଷୀରୋଦ ସାହୁ ସଭା ସଂଯୋଜନା ଓ ନମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରୋଟରିଆନ୍ ଆଶୋକ ବିହାରୀ ମହାପାତ୍ର,ଉଷା ଅଗ୍ରୱାଲା,ଗଙ୍ଗାଧର ବେହେରା,ସବିତା ଦାସ,ଅମରେନ୍ଦ୍ର ବେହେରା,ଅର୍ଜୁନ ବେହେରା,ବିଦ୍ୟୁଟଲାତ ସାହୁ,ରବୀନ୍ଦ୍ର କୁମାର, ବାଲ କିଶୋର ମହତା,ଜୀବନ ଜ୍ୟୋତି,ପୂର୍ଣ୍ଣ ଛାଟୋଇ,ଯୋଗେନ୍ଦ୍ର ଦାସ,ତପନ ପୃଷ୍ଟି,ଓ ଅନ୍ୟ ମାନେ ଅଂଶ ଗ୍ରହଣ କରି ବାସି ପଖାଳ ଓ ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଇଲେ ମୋଟ।ପା ଦୂର ହେବା ସମ୍ପର୍କରେ ଆଲୋଚନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930