Indus Valley Times

ପୁରୀ ବଡ଼ ଦାଣ୍ଡରେ ହଣାହଣି, ୩ ଗୁରୁତର

 Breaking News

ପୁରୀ ବଡ଼ ଦାଣ୍ଡରେ ହଣାହଣି, ୩ ଗୁରୁତର

ପୁରୀ ବଡ଼ ଦାଣ୍ଡରେ ହଣାହଣି, ୩ ଗୁରୁତର
March 18
08:45 2023

ପୁରୀ,୧୮/୩: ପୂର୍ବ ଶତ୍ରୁତାରୁ ପୁରୀ ବଡ଼ଦାଣ୍ଡ ମାର୍କେଟ ଛକରେ ଠାରେ ୩ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାର ଖବର ମିଳିଛି। ଏମାନଙ୍କ ଭିତରୁ ଦୁଇଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଜଣେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଏହି ମାମଲାରେ ପୁଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, ସକାଳ ୬ଟା ବେଳେ ସମୀର ଦାସ, ହୃଷିକେଶ ପଣ୍ଡା ଓ ଖଗେଶ୍ୱର ସାହୁ ମାର୍କେଟ ଛକରେ ଚା’ ପିଉଥିବା ବେଳେ ହଠାତ୍ ୧୮ ଜଣ ଯୁବକ ମୋଟର ସାଇକେଲରେ ଆସି ସେମାନଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ସେହି ତିନିଜଣ ଗୁରୁତର ହୋଇଥିଲେ। ୩ ଗୁରୁତରଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେମାନଙ୍କ ଭିତରୁ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଖଡ଼ିପଦା ମେଲଣରେ ଜୁଆ ଖେଳକୁ ନେଇ ଦୁଇ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା। ସେହି ଘଟଣାକୁ କେନ୍ଦ୍ର କରି ଏହି ମରଣାନ୍ତକ ଆକ୍ରମଣ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି। ଟାଉନ ଥାନା ପୁଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏବେ ବି ଘଟଣାର ତଦନ୍ତ ଜାରି ରଖିଛି। ବଡ଼ଦାଣ୍ଡରେ ଏଭଳି ଘଟଣା ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Tags
Share

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031