Indus Valley Times

ପୁଲିସ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ଼, ପାଲଟା ଜବାବରେ ଜଣେ ଗୁରୁତର

 Breaking News

ପୁଲିସ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ଼, ପାଲଟା ଜବାବରେ ଜଣେ ଗୁରୁତର

August 11
10:36 2024

ହରିଚନ୍ଦନପୁର, ୧୧/୮ : : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କୁଲାଢ଼ାଙ୍କୁଣି ଗାଁରେ ନିକଟରେ ପୁଲିସ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ଼ ହୋଇଥିବାର ଖବର ମିଳିଛି। ଏଣେ ପୁଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା। ଏଥିରେ ଆରିଫ ଖାନ୍ ନାମକ ଜଣେ ଗୋରୁ ମାଫିଆ ଗୁରୁତର ହୋଇଛନ୍ତି। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଗତ ବିଳମ୍ବିତ ରାତିରେ କୁଲାଢ଼ାଙ୍କୁଣି ଗାଁରେ ନିକଟରେ ଜଙ୍ଗଲିଆ ରାସ୍ତାଦେଇ ୫ଟି ଗୋରୁ ବୋଝେଇ ଗାଡ଼ି ଯାଉଥିବାର ଖବର ପାଇ ପୁଲିସ ଗୋରୁଗାଡ଼ିକୁ ଅଟକାଇବା ବେଳେ ଗୁଳିମାଡ଼ କରିଥିଲେ ଗୋରୁ ମାଫିଆ। ପୁଲିସର ପାଲଟା ଗୁଳିରେ ଜଣେ ଗୋରୁ ମାଫିଆ ଆରିଫ ଖାନ୍ ଗୁରୁତର ହୋଇଥିଲେ।
ପୁଲିସ ୩ଟି ଗୋରୁ ଭର୍ତ୍ତି ପିକ୍ଅପ୍ ଜବତ କରିଥିବା ବେଳେ, ୨ଟି ଗାଡ଼ି ଖସିପଳାଇଥିବାର ସୂଚନା ରହିଛି। ଏଣେ ପୁଲିସ ଧରିବା ଆଗରୁ ଅନ୍ୟ ଗୋଚାଲାଣକାରୀମାନେ ଘଟଣାସ୍ଥଳରୁ ଫେରାର୍ ମାରିଥିବା ସୂଚନା ରହିଛି। ଉକ୍ତ ଗୋରୁ ଭର୍ତ୍ତି ପିକ୍ଅପ୍ ଗୁଡ଼ିକ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା କୁହାଯାଉଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031