Indus Valley Times

ପୂଜା ପାଇଁ ଆକ୍ସନରେ କମିଶନରେଟ ପୋଲିସ, ଚାନ୍ଦା ଆଦାୟ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ୍

 Breaking News

ପୂଜା ପାଇଁ ଆକ୍ସନରେ କମିଶନରେଟ ପୋଲିସ, ଚାନ୍ଦା ଆଦାୟ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ୍

ପୂଜା ପାଇଁ ଆକ୍ସନରେ କମିଶନରେଟ ପୋଲିସ, ଚାନ୍ଦା ଆଦାୟ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ୍
September 21
16:40 2024

କଟକ,୨୧/୯ : ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। କଟକ ସହରରେ ଦୁର୍ଗା ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ କରିବା ପାଇଁ କମିଶନରେଟ ପୁଲିସର କଟକଣା କରାଯାଇଛି।
ଭସାଣିରେ ୬ଟି ସାଉଣ୍ଡ ବକ୍ସ ବ୍ୟବହାର ନ କରିବା ପାଇଁ ବାରଣ କରାଯାଇଛି। ଏଥିସହ ଦଶହରାରେ ଡିଜେ ସମ୍ପୂର୍ଣ୍ଣ ମନା ହୋଇଛି। ଏହା ସହ ସୁନାଚାନ୍ଦି ମେଢ଼ ମଣ୍ଡପ ନିକଟରେ ବନ୍ଧୁକଧାରୀ ପୁଲିସ ମୁତୟନ ହେବେ। ପୁଲିସ ପକ୍ଷରୁ ଆୟୋଜିତ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ ପରେ କଟକ ଅତରିକ୍ତ ଡିସିପି ଅନୀଲ ମିଶ୍ର ଏହି ସୂଚନା ଦେଇଛନ୍ତି।
ସେହିପରି ମା’ଙ୍କ ଭସାଣି ସମୟରେ ବାଣ ଫୁଟାଯାଇ ପାରିବନି। ରାତି ୧୦ଟା ପର୍ଯ୍ୟ ୧୨ ପର୍ଯ୍ୟନ୍ତ ଶୋଭାଯାତ୍ରା ଚାଲିପାରିବ ବୋଲି ଅତରିକ୍ତ ଡିସିପି ସୂଚନା ଦେଇଛନ୍ତି।
ସେ ଆହୁରି କହିଛନ୍ତି ଯେ, ଚଳିତ ବର୍ଷ ପୂଜାକୁ ଅପରାଧମୁକ୍ତ କରିବା ପାଇଁ ପୁଲିସ ପଦକ୍ଷେପ ନେଉଛି। ଜୋର୍ ଜବରଦସ୍ତ ଚାନ୍ଦା ଆଦାୟକୁ ଜିରୋ ଟଲରେନ୍ସ ହିସାବରେ ଗ୍ରହଣ କରିଛି କମିଶନରେଟ ପୁଲିସ। ଏଭଳି ଚାନ୍ଦା ଆଦାୟ ସଂପର୍କରେ ଏକ ଟୋଲ ଫ୍ରି ନମ୍ବର ଜାରି କରାଯିବ। କିନ୍ତୁ ସ୍ୱେଚ୍ଛାକୃତ ଚାନ୍ଦାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ଅତରିକ୍ତ ଅତରିକ୍ତ ଡିସିପି ଅନୀଲ ମିଶ୍ର ।
ପୁଲିସ ପକ୍ଷରୁ ଆୟୋଜିତ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ଶାନ୍ତି କମିଟି, ମହାନଗର ପୂଜା କମିଟି ସମେତ ଜନ ପ୍ରତିନିଧି ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930