Indus Valley Times

ପୋଖରୀରେ ଗାଧୋଉଥିଲେ ଯୁବକ, ୨ ରାଉଣ୍ଡ ଗୁଳି ଚଳାଇ ଲୁଟିନେଲେ ବାଇକ

 Breaking News

ପୋଖରୀରେ ଗାଧୋଉଥିଲେ ଯୁବକ, ୨ ରାଉଣ୍ଡ ଗୁଳି ଚଳାଇ ଲୁଟିନେଲେ ବାଇକ

ପୋଖରୀରେ ଗାଧୋଉଥିଲେ ଯୁବକ, ୨ ରାଉଣ୍ଡ ଗୁଳି ଚଳାଇ ଲୁଟିନେଲେ ବାଇକ
August 20
19:29 2026

ନୟାଗଡ଼, ୨୦/୮ : ନୟାଗଡ଼ ଜିଲ୍ଲାର ସମ୍ବେଦନଶୀଳ ଚାନ୍ଦପୁର ଥାନା ଅଞ୍ଚଳରେ ଗୁଳି ମାରି ମୋଟରସାଇକଲ୍ ଲୁଟି ନେଇଛନ୍ତି।
ଆଜି (ଗୁରୁବାର) ଅପରାହ୍‌ଣ ଗୋଟାଏ ବେଳେ ପଟିଆ ପାଇକସାହିର ପରମାନନ୍ଦ ନାୟକଙ୍କ ପୁଅ ପିଣ୍ଟୁ ନାୟକ ନିଜର ( ଓଡି ୦୨ଡି ଆର ୯୦୫୯) ମୋଟର ସାଇକେଲ ନେଇ ଗାଧୋଇବାକୁ ଯାଇଥିଲେ। ମୋଟରସାଇକଲ୍ ତୁଠରେ ଥୋଇ ଗାଧୋଉଥିବା ବେଳେ ତିନି ଜଣ ଲୁଟେରା ଗୋଟିଏ ମଟର ସାଇକେଲ ରେ ସେଠାରେ ପହଞ୍ଚିଥିଲେ। ପିଣ୍ଟୁ ପ୍ରଥମେ ଭୟଭୀତ କରାଇଥିଲେ। ପ୍ରତିବାଦ କରିବାକୁ ଗୋଡ଼କୁ ଗୁଳି କରି ମୋଟର ସାଇକେଲ ନେଇ ଫେରାର ହୋଇଯାଇଥିଲେ।
ସୂଚନା ପାଇ ପରିବାର ଲୋକ ଆହତ ପିଣ୍ଟୁ କୁ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଚାନ୍ଦପୁର ଥାନା ପୁଲିସ ଚାନ୍ଦପୁର ବସନ୍ତ ମଞ୍ଜରୀ ମେଡିକାଲରେ ପହଞ୍ଚି ଆହତ ପିଣ୍ଟୁର ବୟାନ ରେକର୍ଡ କରିଛନ୍ତି। ଚାନ୍ଦପୁର ଥାନା ନିରୀକ୍ଷକ ଅଭୟ ବେହେରା କୁହିଛନ୍ତି, ଅଭିଯୋଗ ଭିତ୍ତିରେ ଏକ ମାମଲା ରୁଜୁ କରାଯାଇଛି। ଅପରାଧିଙ୍କୁ ଚିହ୍ନଟ କରିବାକୁ ରାସ୍ତାରେ ଲାଗିଥିବା ସି ସି କ୍ୟାମେରା ଯାଞ୍ଚ କରାଯାଉଛି।
ଏହି ଥାନା ଅଞ୍ଚଳ‌ ଦେଇ ୧୬ ନମ୍ବର ଜାତୀୟ ରାଜପଥ ଯାଇଛି। ବନ୍ଧମୁଣ୍ଡା ଓ ପଟିଆ ଭଳି ଘଞ୍ଚ ଜଙ୍ଗଲ ରହିଥିବା ବେଳେ ଅନେକ ସମୟରେ ବେଆଇନ ଶିକାରୀଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳେ। ଏହା ସହ ମାଙ୍କଡ଼ା ପଥର ଓ କଳାମୁଗୁନି ପଥର ଖଣିର ବେଆଇନ ଖନନ ଓ ଚାଲାଣକାରୀଙ୍କ ଦୌରାତ୍ମ୍ୟ ରହିଛି। ପୁଲିସର ନିୟମିତ ପାଟ୍ରୋଲିଂର ଅଭାବରୁ ଅଞ୍ଚଳରେ ଅପରାଧୀଙ୍କ କାର‌୍ୟ୍ୟକଳାପ ବୃଦ୍ଧି ପାଉଛି । ପଟିଆ ଓ ମୟୁରଝାଲିଆ ରେ ଦୁଇଟି ଫାଣ୍ଡି ପାଇଁ ପ୍ରସ୍ତାବ ଥିଲେ ମଧ୍ୟ ଏଯାଏଁ କାର‌୍ୟ୍ୟକାରୀ ହୋଇନାହିଁ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031