Indus Valley Times

ପୋଖରୀ ପୋତିବାକୁ ନେଇ ତେଜିଲା ବିବାଦ

 Breaking News

ପୋଖରୀ ପୋତିବାକୁ ନେଇ ତେଜିଲା ବିବାଦ

December 09
20:45 2024

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୯/୧୨: ପୌରପରିଷଦ ଅଧିନସ୍ଥ ଜଜାରସିଂହ ମୌଜ଼ା ର ଖାତା ନଂ -୧୧୦୬ ପ୍ଲଟ ନଂ-୨୬୮୬ ରେ ଥିବା ପୋଖରୀଟିକୁ ମହୋତ୍ସବ ଆୟୋଜନ ନାମରେ ପୋତିବାକୁ ଉଦ୍ୟମ ଜାରି ରଖିଥିବାବେଳେ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଜଳାଶୟରୁ ପାଣିପମ୍ପ ଦ୍ୱାରା ପ୍ରାୟ ୬ ଫୁଟ ଗଭୀର ଥିବା ଜଳ ନିଷ୍କାସନ କରାଯାଇଛି।
କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ପୁରାତନ ଜଳାଶୟଟିର ପୁନଃରୁଦ୍ଧାର କରିବା ପରିବର୍ତ୍ତେ ଜଳାଶୟଟିକୁ ରାତି ଅଧିଆ ଟ୍ରିପ, ଟ୍ରିପ ମୋରମ ପକାଇ ଖୋର୍ଦ୍ଧା ମହୋତ୍ସବରେ ଦୋକାନ ଖୋଲିବା, ଗାଡି ପାର୍କିଂ କରିବା ତଥା ମଞ୍ଚ ବାନ୍ଧିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି।
ସଂସ୍କୃତି ପରମ୍ପରା ରକ୍ଷା ଆଳରେ ଉକ୍ତ ଜଳାଶୟଟିକୁ ପୋତିଦେଲେ ପୌରାଞ୍ଚଳର ୫.୮.୧୧ ଓ ୧୨ ନଂ ୱାର୍ଡର ବର୍ଷାଜଳ ନିଷ୍କାସନ ରେ ସମସ୍ୟା ଦେଖାଯିବା ସହିତ ବର୍ଷା ଦିନେ ଘରେ ପାଣି ପଶିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ଗତବର୍ଷ ଏହି ଜଳାଶୟଟିକୁ ମହୋତ୍ସବ କମିଟି ପକ୍ଷରୁ ଅଳିଆ, ଆବର୍ଜନା ପକାଇ ପୋତି ଦିଆଯାଇଥିଲା। ଯାହାଫଳରେ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହେବା ସହିତ ମଶାଙ୍କ ପ୍ରାଦୁର୍ଭାବ ବି ବଢିଥିଲା।
ସହରାଞ୍ଚଳରେ ଜଳର ଅଭାବ ପୂରଣ ପାଇଁ ତଥା ଭୂମିର ଆଦ୍ରତା ନିମନ୍ତେ ଜଳାଶୟ ଗୁଡିକର ପୁନଃରୁଦ୍ଧାର ପାଇଁ ” ଆମ ପୋଖରୀ ” ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଟୀର ମହିଳା ମାନଙ୍କୁ ସରକାର ତାଲିମ ଦେଉଥିବାବେଳେ, ଏଠାରେ ଜଳାଶୟଟିକୁ ପୋତିଦେବା ପାଇଁ ଷଡଯନ୍ତ୍ର ଚାଲିଥିବା ନେଇ କଂଗ୍ରେସ ନେତ୍ରୀ ତଥା ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ସୋନାଲି ସାହୁ ଖୋର୍ଦ୍ଧା ତହସିଲଦାରଙ୍କ ନିକଟରେ ଲିଖିତ ଭାବରେ ଅଭିଯୋଗ କରିବା ସହିତ ଜ଼ିଲ୍ଲାପ୍ରଶାସନର ନୀରବତାକୁ ପ୍ରଶ୍ନ ଉଠାଇଛନ୍ତି।
ଏପରିକି ଜଳାଶୟ ଟିକୁ ଜେସିବି ଦ୍ୱାରା ପୋତାଯାଉଥିବା ନେଇ ଖବର ପାଇ ଘଟଣା ସ୍ଥଳକୁ ଯାଇଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ମହୋତ୍ସବ ଆୟୋଜନ କମିଟି ପକ୍ଷରୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଅତିରିକ୍ତ ଜ଼ିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ମଧ୍ୟ ହୋଇଛି। କିଛି ଦିନ ପୂର୍ବରୁ ହାବେଳି ପଡ଼ିଆରେ ମହୋତ୍ସବ ନ କରିବା ପାଇଁ ସ୍ଥାନୀୟ ଅଧିବାସୀ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031