Indus Valley Times

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ , ୪୮, ୭୮୩ ଜଣ ପାଇଲେ ରାଙ୍କ

 Breaking News

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ , ୪୮, ୭୮୩ ଜଣ ପାଇଲେ ରାଙ୍କ

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ , ୪୮, ୭୮୩ ଜଣ ପାଇଲେ ରାଙ୍କ
June 02
11:34 2023

ଭୁବନେଶ୍ୱର,୨/୬ : ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ରେଜଲ୍ଟ। ପୂର୍ବାହ୍ନ ୧୧ଟାରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ୪୮,୮୧୫ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇଥିବା ବେଳେ ୪୮,୭୮୩ ଜଣ ପାଇଲେ ରାଙ୍କ ପାଇଛନ୍ତି। ବି-ଫାର୍ମରେ ସୌରଭ କୁମାର ପତି ଟପ୍ପର ହୋଇଛନ୍ତି। ସେହିପରି ଏମବିଏରେ ସତ୍ୟଜିତ ସାହୁ ଓ ଏମସିଏରେ ଅପୂର୍ବ ନାୟକ ଟପ୍ପର ହୋଇଛନ୍ତି।
ଛାତ୍ରଛାତ୍ରୀମାନେWWW.OJEE.NIC.IN ଘରେ ନିଜର ପରୀକ୍ଷା ଫଳ ପାଇ ପାରିବେ।
ଗତ ମେ’ ୮ରୁ ୧୫ ପର୍ଯ୍ୟନ୍ତ ହୋଇଥିଲା ଓଜେଇଇ ପରୀକ୍ଷା। ପ୍ରାୟ ୫୬ ହଜାର ପିଲା ପରୀକ୍ଷା ଦେଇଥିଲେ। ଲାଟରାଲ ଏଣ୍ଟ୍ରି, ଏମଟେକ୍, ଏମବିଏ, ଏମସିଏ ଭଳି ପ୍ରଫେସନାଲ କୋର୍ସରେ ଆଡମିଶନ ଲାଗି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031