Indus Valley Times

ପ୍ରକୃତିଙ୍କ ସହିତ ଆଉ ଫିଲ୍ମ କରିବେନି ବାବୁଶାନ

 Breaking News

ପ୍ରକୃତିଙ୍କ ସହିତ ଆଉ ଫିଲ୍ମ କରିବେନି ବାବୁଶାନ

July 24
11:57 2022

ଭୁବନେଶ୍ବର, ୨୪/୭: ଗତକାଲିର ହାଇଡ୍ରାମା ପରେ ଚେନ୍ନାଇରେ ଥିବା ଓଡ଼ିଆ ସିନେଜଗତର ଲୋକପ୍ରିୟ ନାୟକ ବାବୁସାନ୍ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଏଥିରେ ସେ କହିଛନ୍ତି, ଆଉ କେବେ ବି ଅଭିନେତ୍ରୀଙ୍କ ପ୍ରକୃତି ମିଶ୍ରଙ୍କ ସହ କାମ କରିବେ ନାହିଁ ।
କେବଳ ପ୍ରକୃତି ମିଶ୍ର ନୁହନ୍ତି, ଦରକାର ପଡ଼ିଲେ କୌଣସି ଅଭିନେତ୍ରୀଙ୍କ ସହ ମଧ୍ୟ ସେ ଫିଲ୍ମ କରିବେ ନାହିଁ ବୋଲି ସେ କହିଛନ୍ତି। ଶନିବାରର ଘଟଣା ପରେ ବାବୁସାନ ପ୍ରାୟ ୫୦ ସେକେଣ୍ଡର ଏକ ଭିଡିଓ ବାର୍ତ୍ତାରେ ଏହି ସୂଚନା ଦେଇଛନ୍ତି।
ଏହି ଭିଡିଓରେ ବାବୁସାନ କହିଛନ୍ତି, ମୁଁ ଜାଣିଛି ମୋ ଭାଇରାଲ ଭିଡିଓ ଦେଖି ଆପଣମାନେ ଖୁସି ହେଉଥିବେ। ମୁଁ ଚେନ୍ନାଇ ଆସିଥିଲି ଉତ୍କଳ ଦିବସ ପାଳିବାକୁ। ମୋ ସହ ପ୍ରକୃତି ମିଶ୍ର ମଧ୍ୟ ଇନଭାଇଟେଡ୍ ହୋଇଥିଲେ।
ମୁଁ ଏଠାକୁ ଆସିଥିଲି ମୋ ଫିଲ୍ମର ପ୍ରମୋସନ ପାଇଁ ଓ ତାଙ୍କ ସହ ଏକ ନୂଆ ଫିଲ୍ମର ଘୋଷଣା କରିବାକୁ। ମୁଁ ଜାଣିନଥିଲି ମୋ ଘରେ ଏତେ ଅସୁବିଧା ଚାଲିଛି। ଯଦି ଏତେ ଅସୁବିଧା ଅଛି, ତା’ହେଲେ ମୁଁ ସେ ଫିଲ୍ମଟି କରିବିନି ଓ ତାଙ୍କ (ପ୍ରକୃତି ମିଶ୍ରଙ୍କ) ସହ ମଧ୍ୟ ସିନେମା କରିବିନି। ଦରକାର ପଡ଼ିଲେ ଆଉ କୌଣସି ଅଭିନେତ୍ରୀଙ୍କ ସହ କାମ କରିବି ନାହିଁ।
ବାବୁସାନଙ୍କ ଘରୋଇ କଳି ରାଜରାସ୍ତାକୁ ଆସିବା ପରେ ଲୋକେ ଏହାର ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସେଥିରେ ବାବୁସାନ୍ ଓ ପ୍ରକୃତି ମିଶ୍ର ଗୋଟିଏ ଫର୍ଚ୍ୟୁନର ଗାଡ଼ିରେ ଏକାଠି ସକାଳୁ ସକାଳୁ ଭୁବନେଶ୍ବରର ସତ୍ୟ ନଗର ଅଞ୍ଚଳରେ ଯାଉଥିବା ବେଳେ ବାବୁସାନଙ୍କ ପତ୍ନୀ ତୃପ୍ତି ସେମାନଙ୍କୁ ଅଟକାଇଛନ୍ତି।
ଏହାପରେ ସେ ବାବୁସାନଙ୍କୁ ଗାଡ଼ିରୁ ବାହାରକୁ ଆସିବା ଲାଗି ବାଧ୍ୟ କରିବା ସହ ତାଙ୍କୁ ଟଣାଓଟରା କରିଛନ୍ତି। ଏହି ଘଟଣାରେ ବାବୁସାନ୍ ଅପଦସ୍ଥ ହୋଇପଡ଼ିବା ଦେଖିବାକୁ ମିଳୁଛି।
ଏହାପରେ ତୃପ୍ତି ଗାଡ଼ି ଭିତରେ ପଶି ପ୍ରକୃତିଙ୍କୁ ଟଣାଓଟରା କରିଛନ୍ତି। ପରେ ପ୍ରକୃତି ଗାଡ଼ିରୁ ବାହାରି ସେଠାରୁ ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ ବାବୁସାନଙ୍କ ପତ୍ନୀ ତାଙ୍କୁ ମାଡ଼ ମାରିଥିବାର ଦେଖିବାକୁ ମିଳିଛି।
ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଭିଡିଓ।
ଘଟଣାଟି ଭୁବନେଶ୍ଵରର ସତ୍ୟନଗର ଅଞ୍ଚଳରେ ଥିବା ପାଢ଼ୀ ଟ୍ୟୁଟୋରିଆଲ୍ ସାମ୍ନା ରାସ୍ତାର ବୋଲି ସୂଚନା ମିଳିଛି। ଏ ନେଇ ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିଯୋଗ କରିଛନ୍ତି ଯେ ପ୍ରକୃତି ତାଙ୍କ ଘରଭାଙ୍ଗି ଦେଇଛନ୍ତି।
ବାବୁସାନଙ୍କ ସହ ପ୍ରକୃତି ମିଶ୍ରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତା ଧରିଛନ୍ତି ପତ୍ନୀ। ତେବେ ଏ ନେଇ ପରେ ଉଭୟ ତୃପ୍ତି ଓ ପ୍ରକୃତିଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା।
ସୂଚନାଯୋଗ୍ୟ, ନିକଟରେ ମୁକ୍ତିଲାଭ କରିଥିବା ଓଡ଼ିଆ ଛବି ‘ପ୍ରେମମ୍’ରେ ବାବୁସାନଙ୍କ ସହ ପ୍ରକୃତିଙ୍କୁ ଦେଖିବାକୁ ମିଳିଛି। ଏହି ସିନେମାରେ ଲୋକପ୍ରିୟ ନାୟକ ବାବୁସାନଙ୍କ ସହ ଅଭିନୟ କରିଛନ୍ତି ପ୍ରକୃତି ମିଶ୍ର। ଶିଶିର କୁମାର ଷଡ଼ଙ୍ଗୀ ‘ପ୍ରେମମ୍’ର ପ୍ରଯୋଜନା କରିଛନ୍ତି। ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ତାପସ ସରଘରିଆ ଏହାର ନିର୍ଦ୍ଦେଶକ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031