Indus Valley Times

ପ୍ରକୃତିର ପ୍ରକୋପରେ ପରାହତ ପ୍ରବଳ ପ୍ରତାପୀ ଆମେରିକା

 Breaking News

ପ୍ରକୃତିର ପ୍ରକୋପରେ ପରାହତ ପ୍ରବଳ ପ୍ରତାପୀ ଆମେରିକା

December 27
00:20 2022

ସ୍ୱାଗତିକା ଭୂତିଆ

ଦୀର୍ଘ ୪୫ ବର୍ଷ ପରେ ଆମେରିକାକୁ ଫେରିଛି ବମ୍ ସାଇକ୍ଲୋନ ବିପଦ । ବମ୍ ସାଇକ୍ଲୋନରେ ଅସ୍ତବ୍ୟସ୍ତ ଆମେରିକାବାସୀ । ପ୍ରକୃତିର କରାଳ ରୂପ ଆଗରେ ହାରମାନିଛି ସୁପର ପାୱାର ଆମେରିକା । ଖ୍ରୀଷ୍ଟମାସ ବା ବଡ଼ଦିନ ପୁର୍ବରୁ ଆମେରିକାରେ ତାଣ୍ଡବ ରଚିଛି ପ୍ରକୃତିର କରାଳ ରୁପ । ଆମେରିକାରେ ବରଫ ଝଡରେ ଏଯାଏଁ ୫୦ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୨୦ଲକ୍ଷରୁ ଅଧିକ ଲୋକ ବିପର୍ଣ୍ଣ ହୋଇଛନ୍ତି ।

ସ୍ଥିତିି ଏମିତି ହୋଇଛି ଯେ ଫୁଟୁଥିବା ପାଣି ନିମିଷକରେ ବରଫ ପାଲଟି ଯାଉଛି । କବାଟ ଖୋଲିଲେ ସାମ୍ମାରେ ଦେଖାଯାଉଛି ବରଫର ପାହାଡ । ଘର, ଗାଡି, ଗଛ ଯୁଆଡେ ଦେଖିବ ବରଫ ଚାଦରରେ ଘୋଡାଇ ହୋଇ ରହିଛି । ବମ୍ ସାଇକ୍ଲୋନ ଯୋଗୁଁ ଗମନାଗମନ, ବିମାନ ସେବା, ବିଦ୍ୟୁତ୍ ସରବରାହ ସବୁ ବାଧାପ୍ରାପ୍ତ ହୋଇଛି । ଆମେରିକାରେ ଘଂଟା ପ୍ରତି ୮୦କିମି ବେଗରେ ବହୁଛି ବରଫ ଝଡ । ଯୁଆଡେ ଦେଖିବ ଖାଲି ବରଫ ଆଉ ବରଫ । ଜରୁରୀକାଳୀନ ସେବା ବି ବାଧାପ୍ରାପ୍ତ ହୋଇଛି । ଲୋକଙ୍କ ପାଖରେ ପହଁଂଚି ପାରୁନି ଜରୁରୀକାଳୀନ ସେବା ।  ଫଳରେ ଯିଏ ଯେଉଁଠି ରହିଲା ସେଇଠୁ ଆଉ ବାହାରି ପାରୁ ନାହାଁନ୍ତି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ସିଟି ଅଫ୍ ବୁଫାଲୋ । ସେହିପରି ପଶ୍ଚିମ ଆମେରିକାର ମୋନଟ୍ରିଲ୍ ସହରର ସ୍ଥିତି ସଙ୍ଗିନୀ । ଆମେରିକାର ବିଭିନ୍ନ ସହରର ତାପମାତ୍ରା -୪୫ ଡିଗ୍ରୀ ତଳକୁ ଖସିଆସିଛି । ଉତ୍ତର ଆମେରିକାରେ ଜାରି ହୋଇଛି ରେଡ୍ ଆଲର୍ଟ । ଘରର କବାଟ୍ ଝରକା ସବୁ ବନ୍ଦ କରି ବନ୍ଦୀଜୀବନ କାଟିବାକୁ ପଡୁଛି ।

ବୋମ୍ ସାଇକ୍ଲୋନ୍ ର ଭୟାବହତାକୁ ନଜରରେ ରଖି ଆମେରିକା ରାଷ୍ଟ୍ରପତି ଯୋ ବାଇଡେନ୍ ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି । ଏହା ପିଲାଦିନର କୌଣସି ଥଣ୍ଡା ଦିନ ନୁହେଁ, ଏହା ଆମେରିକା ପାଇଁ ବଡ଼ ବିପଦ ବୋଲି କହିଛନ୍ତି ବାଇଡେନ୍ ।  

ବମ୍ ସାଇାକ୍ଲୋନ ଯୋଗୁଁ ଆମେରିକା ଏକ ପ୍ରକାର ଯୁଦ୍ଧ ଭୂମିରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଖ୍ରୀଷ୍ଟମାସ ଦିନ ବା ବଡ଼ଦିନରେ କହିଛନ୍ତି ନ୍ୟୁୟକ୍ ର ରାଜ୍ୟପାଳ କାଥି ହୋଚୁଲ ।  ଏଭଳି ବମ୍ ସାଇକ୍ଲୋନ୍ ଆମେରିକା ପାଇଁ ନୂଆ କଥା ନୁହେଁ । ପୁର୍ବରୁ ୧୯୭୭ମସିହାରେ ଆମେରିକାରେ ତାଣ୍ଡବ ରଚିଥିଲା ବମ୍ ସାଇକ୍ଲୋନ୍ ଯେଉଁଥିରେ ପ୍ରାୟ ୩୦ଜଣଙ୍କ ମୃତ୍ୟୁ ଘଟିଥିଲା ।

ଆମେରିକାରେ ପ୍ରତିଟି ମୁହୁର୍ତ୍ତ ବିପଦ ଜନକ ରହିଛି । ଲକ୍ଷ ଲକ୍ଷ ଲୋକ ଅନ୍ଧାରରେ ରହିଛନ୍ତି । ଲୋକେ ଘରୁ ବାହାରକୁ ବାହାରି ପାରୁ ନାହାଁନ୍ତି । ରାସ୍ତା ଘାଟ ସବୁ ବରଫରେ ଘୋଡାଇ ହୋଇଯାଇଛି ।

ବମ୍ ସାଇକ୍ଲୋନ ସହ ସଂଘର୍ଷ କରୁଛନ୍ତି ଆମେରିକା ସମେତ ଜାପାନା, କାନାଡା, ମେକ୍ସିକୋ ଓ ଫ୍ଲୋରିଡାର ଲକ୍ଷାଧିକ ଲୋକ । ବିଶେଷ କରି ଅଧିକ ପ୍ରଭାବିତ ହୋଇଛି ଆମେରିକା । ଆମେରିକାରେ ବମ୍‌୍ ସାଇକ୍ଲୋନ ସ୍ଥିତି ଦିନକୁ ଦିନକୁ ଅଧିକ ଭୟଙ୍କର ହେଉଛି । 

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031