Indus Valley Times

ପ୍ରଶାସନ ଶୁଣିଲାନି: କାଠ ବାଉଁଶରେ ପୋଲ ନିର୍ମାଣ କଲେ ଗ୍ରାମବାସୀ

 Breaking News

ପ୍ରଶାସନ ଶୁଣିଲାନି: କାଠ ବାଉଁଶରେ ପୋଲ ନିର୍ମାଣ କଲେ ଗ୍ରାମବାସୀ

ପ୍ରଶାସନ ଶୁଣିଲାନି: କାଠ ବାଉଁଶରେ ପୋଲ ନିର୍ମାଣ କଲେ ଗ୍ରାମବାସୀ
July 21
19:42 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ, ୨୧/୭ : ଗ୍ରାମାଞ୍ଚଳର ବିକାଶକୁ ସରକାର ବାହାସ୍ପୋଟା ମାରୁଥିବା ବେଳେ ପ୍ରକୃତ ବିକାଶ ଟା ଖାତା କଲମରେ ସୀମିତ ରହୁଛି । ଗାଁ ଗୁଡିକୁ ସହର ସହିତ ଯୋଡିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାର ପ୍ରଣୟନ ହୋଇଛି ।ଏହି ଯୋଜନାରେ ଅନେକ ଗାଁ ସହର ସହିତ ମଧ୍ୟ ଯୋଡି ହୋଇଥିବା ସରକାର କହୁଛନ୍ତି ।
ହେଲେ ଏବେବି ବନପାହାଡ଼ ଘେରା ଉପାନ୍ତ ଗ୍ରାମସବୁ ଅଭିଶପ୍ତ ଜୀବନ ଜିଉଁଛନ୍ତି ।ଗ୍ରାମକୁ ପକ୍କା ସଡ଼କ ତ ଦୂରର କଥା ନାଳରେ ପୋଲ ଟିଏ ବି ନିର୍ମାଣ କରି ନାହାନ୍ତି ।
ଫଳରେ ବର୍ଷାଦିନ ଆସିଲେ ଲୋକ ଜଳବନ୍ଦୀ ଜୀବନ ଜିଉଁଛନ୍ତି ।ଆଉ କିଛି କିଛି ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ଅସ୍ଥାୟୀ ପୋଲ ନିର୍ମାଣ କରି ବର୍ଷାଦିନରେ ଯାତାୟାତ କରୁଛନ୍ତି।
ଏଇ ସଂଘର୍ଷ ଆଜି କି କାଲିର ନୁହେଁ, ଦୀର୍ଘ ୨୭ ବର୍ଷର ପରିବାରର ସଦସ୍ୟଙ୍କ ଯନ୍ତ୍ରଣା ଭରା ଜୀବନକୁ ଆଖିରେ ନ ଦେଖିଲେ କେହି ବିଶ୍ୱାସ କରି ପାରିବେ ନାହିଁ । ବହୁ ଦୟନୀୟ ଅବସ୍ଥାରେ ରହିଛନ୍ତି ୩ ଗ୍ରାମବାସୀ ।
ପିଲାମାନେ ପାଠ ପଢ଼ିବାକୁ ଯିବାକୁ ଅଧିକାଂଶ ସମୟରେ ବଞ୍ଚିତ ହେଉଛନ୍ତି ଖାଲି ନାଳ ଉପରେ ପୋଲଟିଏ ପାଇଁ । ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ଶୁଣିଲାନି ।
ବାଧ୍ୟ ହୋଇ ଗ୍ରାମବାସୀ ବାଉଁଶ ଏବଂ କାଠ ସାହାର‌୍ୟ୍ୟରେ ନାଳ ଉପରେ ପୋଲ ନିର୍ମାଣ କରି ଯାତାୟତ କରୁଛନ୍ତି । ବର୍ଷା ଅଧିକ ହେଲେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ।ବର୍ଷାଦିନରେ ବାହାର ଦୁନିଆ ସହିତ ଯୋଡି ହେବା ପାଇଁ ନିଜସ୍ୱ ଉଦ୍ୟମରେ ବାଉଁଶ ପୋଲ ନିର୍ମାଣ କରି ଯାତାୟାତ କରିଥାନ୍ତି ।ଚାରି ଖଣ୍ଡ ବାଉଁଶକୁ ଖମ୍ବ କରି ତହିଁରେ ଫାଳ ବାଉଁଶକୁ ସୁନ୍ଦର ଭାବେ ବିଛେଇ ତହିଁରେ ଲୁହା କଣ୍ଟା ମାରି ବର୍ଷାଦିନରେ ଯାତାୟାତ କରୁଛନ୍ତି ।
ଏ ହେଉଛି ସେଇ ଗାଁ ।ଯେଉଁ ଗାଁରେ ବସବାସ କରୁଥିବା ଜନସାଧାରଣଙ୍କ ଏଯାଏ ପ୍ରଶାସନର ଆଖି ପଡିନି ।ଏଭଳି ଏକ ଘଟଣା କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଦୁଡୁକି ପଂଚାୟତର କୁସୁମ ବାଟା ଗ୍ରାମ ଗାଟା ବାଲି ନାଳରେ ସାମ୍ନାକୁ ଆସିଛି । ଫୁଲବାଣୀ ସଦର ମହକୁମା ଠାରୁ ୨୫ କିଲୋମିଟର ଦୂରତା ଦୁଡୁକି ପଂଚାୟତର ସଲାଗୁଡା, ପାଜିଗୁଡା, ମୁଣ୍ଡୁରୁମାସ୍କା ଗ୍ରାମ ପଂଚାୟତ କାର୍ଯ୍ୟାଳୟଠାରୁ ପ୍ରାୟ ୬ କିମି ଦୂରରେ ରହିଛି ।
ଏସବୁ ଗ୍ରାମରେ ପରିବାରରେ ଲୋକେ ବସବାସ କରୁଛନ୍ତି । ଗ୍ରାମରୁ ପଂଚାୟତକୁ ଆସିବାକୁ ହେଲେ ବାଟରେ ଗାଟାବାଲି ନାଳ ପଡେ । ପ୍ରାୟ ୨୭ ବର୍ଷ ପୂର୍ବେ ଏଠାରେ ଏକ ପୋଲ(ଶଙ୍ଖ) ନିର୍ମାଣ ହୋଇଥିଲା ।
ଏହା ଭାଙ୍ଗି ଯାଇଥିଲା । ସେବେଠାରୁ ଗ୍ରାମବାସୀ ଏଠାରେ ନୂତନ ପୋଲ ନିର୍ମାଣ କରିବାକୁ ଦାବି କରି ଆସୁଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କ ଦାବି ସରକାର କି ପ୍ରଶାସନ ପୁରଣ କରିବାରେ ବିଫଳ ହୋଇଛି ।
ଆମର ଏଠି ପୋଲ ଭାଙ୍ଗି ଯାଇଛି । ଆମର ଏହି କିଛି ଗାଁ ଲୋକେ ଗ୍ରାମରୁ ପ୍ରତିଦିନ ପିଲା ନାଳ ପାର ହୋଇ କୁସୁମବାଟା ସ୍କୁଲକୁ ପଢ଼ିବାକୁ ଯାଉଛନ୍ତି ।
ବର୍ଷା ହେଲେ ପିଲାମାନେ ଘରେ ବସୁଛନ୍ତି । ଯଦି କାହାର ଦେହ ଖରାପ ହେଲା, ଆମ୍ବୁଲାନ୍ସ ଆସିପାରୁ ନାହିଁ । କିଛି ବର୍ଷେରେ ଆମେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲୁ । ଆମକୁ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦିଆ ଯାଇଥିଲା । ହେଲେ ତାହା ଆଜି ପର୍ଯ୍ୟନ୍ତ ପୁରଣ ହେଲାନି । ଏବେ ବାଧ୍ୟ ହୋଇ ନାଳ ଉପରେ କାଠ ପୋଲ ତିଆରି କରିଛୁ ।
ଯଦି ୨ ମାସ ଭିତରେ ପୋଲ ନିର୍ମାଣ ନ ହେବ, ତାହାଲେ ଆମେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ୱାର୍ଡ ମେମ୍ବର ବସନ୍ତ କହଁର, କଳି କହଁର, ବିବନ ମଲ୍ଲିକ, ଯମୁନା ମଲ୍ଲିକ, ବନୀତା ଦିଗାଲ, ବାଲ୍ମିକୀ କହଁର, ଭଗବତୀ ମଲ୍ଲିକଙ୍କ ସମେତ ବହୁ ଗ୍ରାମବାସୀ ପ୍ରକାଶ କରିଛନ୍ତି ।
ଲଘୁଚାପ ଜନିତ ଲଗାଣ ବର୍ଷା: ଗଛ ପଡି ରାସ୍ତା ଅବରୋଧ
ବାଲିଗୁଡା, ୨୧/୭ : ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଥିବାରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବାଲିଗୁଡ଼ା ରୁ ରାଇକିଆ ଯିବା ରାସ୍ତାରେ ପିରିଗଡ଼ ପୂର୍ବରୁ ରାସ୍ତା ଉପରେ ଏକ ଗଛ ପଡ଼ିବା ଯୋଗୁଁ ଯାତାୟାତ ରେ ବାଧା ସୃଷ୍ଟି ହୋଇଥିଲା । ପ୍ରାୟ ଦୁଇଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ରାସ୍ତାର ଦୁଇ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହିଥିବାରୁ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇଥିଲେ ।
ଖବର ପାଇ ବାଲିଗୁଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସ୍ୱାଭାବିକ କରିଥିଲେ ।
ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଗ୍ରସ୍ତ : ଜଣେ ଗୁରୁତର
ବାଲିଗୁଡା, ୨୧/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ପଟାବୁରୁ ଘାଟିରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ଗୁରୁତର ହୋଇ ଜିଲ୍ଲା ମେଡିକାଲ ରେ ଚିକିତ୍ସତ ହେଉଥିବା ଜଣାପଡିଛି ।
ଘଟଣା ରୁ ପ୍ରକାଶ ଯେ, ରାଇକିଆ ଥାନା ଅନ୍ତର୍ଗତ କାଲୁଙ୍ଗିଆ ଅଞ୍ଚଳର ହିମାଂଶୁ ନାୟକ(୫୦) ଏକ ହିରୋ ଏଚଏଫ ଡିଲକ୍ସ ଗାଡି ନଂ. ଓଡି -୧୨-ବି -୫୩୧୦ ଯୋଗେ ଟିକାବାଲି ଠାରୁ ରାଇକିଆ ଅଭିମୁଖେ ଯାଉଥିବା ସମୟରେ ଟିକାବାଲି ଥାନାର ପଟାବୁରୁ ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ପଡିଯାଇ ଅଚେତ ହେବା ସହ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଟିକାବାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଆହତ ଅବସ୍ଥା ରେ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରାଇଥିଲେ ।
ବ୍ୟକ୍ତି ଜଣଙ୍କୁ ମୁହଁରେ ଗଭୀର ଆଘାତ ଲାଗିବା ସହ ଅଚେତ ହୋଇ ଗୁରୁତର ହୋଇଥିବାରୁ ଡାକ୍ତର ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିଲେ ।
ଏଏମସିଏସ୍ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ
ବାଲିଗୁଡା, ୨୧/୭ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଏ.ଏମ୍.ସି.ଏସ୍. ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ନିଯୁକ୍ତ ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀ ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ନିରଞ୍ଜନ ପାଣ୍ଡିଆ, ପ୍ରାଧ୍ୟାପକ ଓଡ଼ିଆ ଭାଷା ଓ ସାହିତ୍ୟ ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ନୂତନ ଅଧ୍ୟକ୍ଷ ଭାବେ ନିରଞ୍ଜନ ପାଣ୍ଡିଆ ମହାବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା, ଶୃଙ୍ଖଳା, ଗବେଷଣା, ନୈତିକ ମୂଲ୍ୟବୋଧ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶକୁ ପ୍ରାଥମିକତା ଦେବା ପାଇଁ ପ୍ରତିଶ୍ରୁତି ବ୍ୟକ୍ତ କରିଥିଲେ।
ସମସ୍ତଙ୍କ ସହଯୋଗରେ ମହାବିଦ୍ୟାଳୟ କୁ ଅଧିକ ଉନ୍ନତିର ପଥରେ ଆଗେଇ ନେବାକୁ ସେ ଆହ୍ୱାନ କରିଥିଲେ।
ଶେଷରେ ଉପସ୍ଥିତ ସମସ୍ତ କର୍ମଚାରୀ ନୂତନ ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ସଫଳ କାର୍ଯ୍ୟକାଳ କାମନା କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031