Indus Valley Times

ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଏନ.ସି.ସି ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧିତ ପ୍ରତିଭା

 Breaking News

ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଏନ.ସି.ସି ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧିତ ପ୍ରତିଭା

March 26
22:42 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୬/୩ : ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ କାର୍ଯ୍ୟାଳୟ ପରିସରରେ ଏନ.ସି.ସି. ଛାତ୍ରଛାତ୍ରୀମାନେ ଚାକିରୀରୁ ଅବସର ନେଇଥିବା ଅଧ୍ୟକ୍ଷା ଡ଼ଃ. ବିନୋଦିନୀ ମିଶ୍ରଙ୍କୁ, ଉପାଧ୍ୟକ୍ଷ ଡ଼ଃ. ପ୍ରଣବ କୁମାର ମହାନ୍ତି ଓ ହିସାବ ପ୍ରଶାସକ ବଳବନ୍ତ ରାୟଙ୍କୁ ଓ ଶେଷ ବର୍ଷର ୧୯ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।
ସି.ଟି.ଓ. ଭଗବାନ ଖିଲାର ଓ ଦ୍ୱିତୀ ମୁର୍ମୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ଏନ.ସି.ସି. ପୁରାତନ ଛାତ୍ରଛାତ୍ରୀମାନଙ୍କ ଉପସଭାପତି ଦେବପ୍ରସାଦ ମଜୁମଦାର, +୨ ର ଅଧ୍ୟକ୍ଷ ଡ଼ଃ.ବିନ୍ଦୁଶ୍ରୀ ମିଶ୍ର, ପ୍ରଶାସନିକ ଅଧିକାରୀ ଡ଼ଃ.ପ୍ରିୟବ୍ରତ ମହାନ୍ତି, ପ୍ରଫେସର ଶୁଭେନ୍ଦୁ ମହାନ୍ତି, ବିଦାୟୀ ଏ.ଏନ. ଓ. ଡ଼ଃ.ଅସିମା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।
ପୁରାତନ ଏନ.ସି.ସି. ଛାତ୍ର ଶମ୍ଭୁଦତ୍ତ ସ୍ଵାଇଁ ଏବଂ ପ୍ରାକ୍ତନ ଏନ.ସି.ସି. ଅଫିସର ଡ଼ଃ.ବାମଦେବ ମିଶ୍ର, ବିଦାୟୀ ଅଧକ୍ଷା ଡ଼ଃ.ବିନୋଦିନୀ ମିଶ୍ର, ଉପାଧ୍ୟକ୍ଷ ଡ଼ଃ.ପ୍ରଣବ ମହାନ୍ତି ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ ଏନ.ସି.ସି. ଛାତ୍ରଛାତ୍ରୀଙ୍କର ପ୍ରଶଂସନୀୟ କାର୍ଯ୍ୟ ଓ ଶୃଙ୍ଖଳା ପାଇଁ ଅଭିନନ୍ଦନ ଜଣାଇଥିଲେ।
ଏନ.ସି.ସି ଛାତ୍ରଛାତ୍ରୀମାନେ ଏକ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031