Indus Valley Times

ପ୍ରେମରେ କଣ୍ଟା ସାଜିଲେ ଯୁବତୀଙ୍କ ଦାଦା; ମୁଣ୍ଡ, ଗଣ୍ଡି ଅଲଗା କରିଦେଲେ ନାବାଳକ ପ୍ରେମିକ

 Breaking News

ପ୍ରେମରେ କଣ୍ଟା ସାଜିଲେ ଯୁବତୀଙ୍କ ଦାଦା; ମୁଣ୍ଡ, ଗଣ୍ଡି ଅଲଗା କରିଦେଲେ ନାବାଳକ ପ୍ରେମିକ

August 29
10:58 2024

ଭୁବନେଶ୍ୱର, ୨୯/୮ : ଏକ ତରଫା ପ୍ରେମରୁ ସ୍ୱୀକୃତି ମିଳିଲା ନାହିଁ । ଆଉ ଏହି ପ୍ରେମରେ କଣ୍ଟା ସାଜିଥିଲେ ଝିଅର ଦାଦା । ସେଥିପାଇଁ ରକ୍ତ ମୁଖା ହୋଇଯାଇଥିଲା ପ୍ରେମିକ । ଶେଷରେ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଛି ଗୋଟେ ନାବାଳକ ପ୍ରେମିକ ।
ଝିଅର ଦାଦାକୁ ଅତି ବିଭତ୍ସଭାବେ ହତ୍ୟା କରିଛି ନାବାଳକ ପ୍ରେମିକ । ଯୁବକଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଇଛି ପ୍ରେମିକ । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ରାଜଧାନୀ ଭୁବନେଶ୍ୱର ଖଣ୍ଡିଗିରି ଥାନା ଅଞ୍ଚଳରେ । ମୃତକ ହେଲେ ଜଗତ ମଲ୍ଲିକ (ଜଗା) । ପୋଲିସ ନାବାଳକ ପ୍ରେମିକକୁ ଗିରଫ କରିଛି ।
ଖଣ୍ଡିଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳର ଜଗା ମଲ୍ଲିକଙ୍କ ଝିଆରୀଙ୍କ ସହ ଉକ୍ତ ସାହିର ଜଣେ ନାବାଳକଙ୍କର ପ୍ରେମ ସମ୍ପର୍କ ଥିଲା ।
ନାବାଳକ ଜଣକ ଯୁକ୍ତ-୨ର ଛାତ୍ର ଥିଲେ । ସେ ଜଗାଙ୍କ ଝିଆରୀକୁ ଏକ ତରଫା ପ୍ରେମ କରୁଥିଲେ । ଏହି ପ୍ରେମ ସମ୍ପର୍କକୁ ଜଗା ବିରୋଧ କରୁଥିଲେ ।
ଏପରିକି ଝିଆରୀ ଜୀବନରୁ ହଟିଯିବାକୁ ଧମକ ଦେଉଥିଲେ । କିନ୍ତୁ ନାବାଲକଟି ଏହାକୁ ସହଜରେ ଗ୍ରହଣ କରି ପାରି ନ ଥିଲା । ନାବାଳକଟି ଜଗାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ।
ବୁଧବାର ରାତି ୧୨ଟା ବେଳେ ଜଗା ଘରକୁ ବାଇକ ଯୋଗେ ଘରକୁ ଫେରୁଥିବାବେଳେ ନାବାଳକ ଜଣକ ଖଣ୍ଡାରେ ଆକ୍ରମଣ କରିଥିଲା । ତାଙ୍କ ବେକକୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଜଗାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇ ଯାଇଥିଲା ।
ଏହାପରେ ନାବାଳ କଜଣକ ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ରାସ୍ତା ଉପରେ ଜଗାଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଖଣ୍ଡଗିରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।
ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ପ୍ରାୟ ୨ ଘଣ୍ଟା ପରେ ପୋଲିସ ଅଭିଯୁକ୍ତ ନାବାଳକକୁ ଧରିଥିଲା । ନାବାଳକର ବାପା ନାଁରେ ମଧ୍ୟ ଥାନାରେ ଏକାଧିକ ମାମଲା ଥିବା ଜଣାପଡ଼ିଛି । ପୋଲିସ ଘଟଣାରୁ ତଦନ୍ତ ଆରମ୍ଭ କରିଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930