Indus Valley Times

ଫାର୍ମାସିଷ୍ଟଙ୍କୁ ନିସ୍ତୁକ ପିଟିଲେ, ଟାଣି ଟାଣି ଥାନାକୁ ନେଲେ ଉତ୍ତ୍ୟକ୍ତ ଲୋକ

 Breaking News

ଫାର୍ମାସିଷ୍ଟଙ୍କୁ ନିସ୍ତୁକ ପିଟିଲେ, ଟାଣି ଟାଣି ଥାନାକୁ ନେଲେ ଉତ୍ତ୍ୟକ୍ତ ଲୋକ

ଫାର୍ମାସିଷ୍ଟଙ୍କୁ ନିସ୍ତୁକ ପିଟିଲେ, ଟାଣି ଟାଣି ଥାନାକୁ ନେଲେ ଉତ୍ତ୍ୟକ୍ତ ଲୋକ
March 03
12:28 2022

ମାଲକାନଗିରି, ୩/୩: ମାଲକାନଗିରି ଜିଲ୍ଲା ସଦର ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୧୪ ବର୍ଷୀୟା ଝିଅର ମୃତ୍ୟୁ ଘଟିବା କାରଣରୁ ପରିବାର ଲୋକେ ଉତ୍ତେଜିତ ହୋଇ ପଡ଼ିଛନ୍ତି। କାର୍ଯ୍ୟରତ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼ ମାରି ରାଜରାସ୍ତାରେ ଚଳାଇ ଚଳାଇ ଥାନାକୁ ଆଣିଲେ ଉତ୍ତେଜିତ ଲୋକେ।
ସୂଚନା ଅନୁଯାୟୀ, ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଏମ. ଭି ୪୪ଗ୍ରାମର ବାସୁଦେବ ଵାଲାଙ୍କ ଝିଅ ବନ୍ଦନା ଵାଲାଙ୍କର ଦେହ ଖରାପ ହେବା ପରେ ସଦର ଡାକ୍ତରଖାନାର ଫାର୍ମାସିଷ୍ଟ ସଞ୍ଜୟ ବେହେରାଙ୍କ ନିକଟରେ ଚିକିତ୍ସା କରାଇଥିଲେ। ଝିଅଟିର ପେଟଲେଟ କମିଯାଇଛି କହି ୪ଦିନ ଯାଏ ଚିକିତ୍ସା କରିଥିଲେ। କିନ୍ତୁ କୌଣସି ସୁଫଳ ମିଳିପାରି ନଥିଲା ଏବଂ ଝିଅଟିର ମୃତ୍ୟୁ ଘଟିଥିଲା। ଫାର୍ମାସିଷ୍ଟ ଚିକିତ୍ସା କରି ଝିଅକୁ ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଅପରପକ୍ଷରେ ଫାର୍ମାସିଷ୍ଟଜଣକ ସମସ୍ତ ବିଷୟକୁ ଭିତ୍ତିହୀନ ବୋଲି କହିଛନ୍ତି। ମୃତ ଝିଅର ପରିବାର ଲୋକେ ଘରକୁ ଯାଇ ଫାର୍ମାସିଷ୍ଟ ପରିବାର ଲୋକଙ୍କୁ ବହୁତ ଗାଳିଗୁଲଜ କରିଥିଲେ। ଏହା ସହ ଫର୍ମାସିଷ୍ଟଜଣଙ୍କୁ ଡାକ୍ତରଖାନାରୁ ମୃତ ଝିଅର ପରିବାର ଲୋକେ ରାଜରାସ୍ତାରେ କଏଦୀ ଭଳି ଥାନାକୁ ଟାଣିଟାଣି ଆଣିଥିଲେ। ଏହି ଦୃଶ୍ୟକୁ ସାଧାରଣରେ ବହୁତ ନିନ୍ଦା କରାଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031