Indus Valley Times

ବଡମ୍ବା ଟି-ବ୍ରିଜରେ ଦଳଚକଟା ଘଟଣା, ଦୁଇ ଦିନ ପାଇଁ ସିଂହନାଥ ପୀଠରେ ୧୪୪ ଧାରା ଜାରି

 Breaking News

ବଡମ୍ବା ଟି-ବ୍ରିଜରେ ଦଳଚକଟା ଘଟଣା, ଦୁଇ ଦିନ ପାଇଁ ସିଂହନାଥ ପୀଠରେ ୧୪୪ ଧାରା ଜାରି

ବଡମ୍ବା ଟି-ବ୍ରିଜରେ ଦଳଚକଟା ଘଟଣା, ଦୁଇ ଦିନ ପାଇଁ ସିଂହନାଥ ପୀଠରେ ୧୪୪ ଧାରା ଜାରି
January 15
11:27 2023

ନରସିଂହପୁର,୧୫/୧: ଦଳଚକଟାରେ ଜଣଙ୍କ ମୃତ୍ୟୁ ଓ ଏକାଧିକ ଲୋକ ଆହତ ହେବା ପରେ କଟକ ଜିଲ୍ଲା ବଡ଼ମ୍ବାର ସିଂହନାଥ ପୀଠରେ ଜାରି ହୋଇଛି ୧୪୪ ଧାରା। ଆଜି ଓ ଆସନ୍ତାକାଲି ମନ୍ଦିରକୁ ନଆସିବାକୁ ଶ୍ରଦ୍ଧାଳୁଙ୍କୁ କୁହାଯାଇଛି। ସେହିପରି ମକର ମେଳାରେ ପଡ଼ିଥିବା ଦୋକାନ ଗୁଡ଼ିକୁ ଉଠାଇ ଘରକୁ ପଳାଇବାକୁ ଦୋକାନୀମାନଙ୍କୁ କୁହାଯାଇଛି। ଏହା ସହିତ ସେଠାରେ ଅଧିକ ଫୋର୍ସ ମୁତୟନ କରାଯାଇଛି।
ଗତକାଲି ସିଂହନାଥ ପୀଠକୁ ଯିବାକୁ ଉଦ୍ଦିଷ୍ଟ ଟି-ବ୍ରିଜ୍ରେ ଘଟିଥିବା ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ଡାକ୍ତରଖାନାରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। ଆଉ କିଛି ଆହତ ବଡ଼ମ୍ବା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ମକର ମେଳା ଅବସରରେ ଏହି ପୀଠକୁ ଯେତିକି ସଂଖ୍ୟକ ଲୋକ ଆସିବେ ବୋଲି ପ୍ରଶାସନ ଆକଳନ କରିଥିଲା, ତା’ଠାରୁ ଢେର ଅଧିକ ଲୋକଙ୍କର ସମାଗମ ହୋଇଥିଲା। ସଂକୀର୍ଣ୍ଣ ସେତୁ ସାଙ୍ଗକୁ ଲୋକଙ୍କ ତୁଳନାରେ ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ ପାଇଁ କମ୍ ସଂଖ୍ୟ ପୁଲିସ କର୍ମଚାରୀ ଥିବାରୁ ଏଭଳି ଘଟିଥିବା ଅଭିଯୋଗ ହୋଇଛି। ମେଳାରେ ଭିଡ଼ ନିୟନ୍ତ୍ରଣ ପାଇଁ ମାତ୍ର ୩ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହୋଇଥିଲେ। ମେଳା ପରିଚାଳନାରେ ପ୍ରଶାସନ ପୂରା ଫେଲ୍ ମାରିଥିବା କୁହାଯାଉଛି।
ଅନ୍ୟପକ୍ଷରେ କେଉଁ ଭଳି ପରିସ୍ଥିତିରେ ଏତେ ବଡ଼ ଅଘଟଣ ଘଟିଲା ଓ ଭବିଷ୍ୟତରେ ଲୋକଙ୍କ ଭିଡ଼କୁ କିପରି ଏଡ଼ାଯାଇପାରିବ, ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଉତ୍ତରାଞ୍ଚଳ ଆଇଜି ନରସିଂହ ଭୋଳ। ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ଅଲଗା କରାଯିବ ବୋଲି ସେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031