Indus Valley Times

ବଢିଲା +୩ ନାମଲେଖା ଆବେଦନ ଅବଧି, ଜୁନ୍ ୪ ଯାଏଁ କରିପାରିବେ ଆବେଦନ

 Breaking News

ବଢିଲା +୩ ନାମଲେଖା ଆବେଦନ ଅବଧି, ଜୁନ୍ ୪ ଯାଏଁ କରିପାରିବେ ଆବେଦନ

ବଢିଲା +୩ ନାମଲେଖା ଆବେଦନ ଅବଧି, ଜୁନ୍ ୪ ଯାଏଁ କରିପାରିବେ ଆବେଦନ
June 02
12:45 2025

ଭୁବନେଶ୍ବର, ୨/୬ : ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଆବେଦନ ଅବଧି ପୁଣି ବୃଦ୍ଧି ହୋଇଛି। ଛାତ୍ରଛାତ୍ରୀ ଜୁନ୍ ଜୁନ୍ ୪ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ସାମ୍‌ସ ପୋର୍ଟାଲ୍‌ରେ ଅନ୍‌ଲାଇନ୍‌ରେ କମନ୍ ଆପ୍ଲିକେସନ୍ ଫର୍ମ (ସିଏଏଫ୍‌) ପୂରଣ କରିପାରିବେ।
ଏହି ସମୟ ଅବଧି ମଧ୍ୟରେ ପୂର୍ବରୁ ସିଏଏଫ୍ ଦାଖଲ କରିଥିବା ଛାତ୍ରଛାତ୍ରୀ ସେମାନଙ୍କ ଫର୍ମରେ ଆବଶ୍ୟକ ସଂଶୋଧନ କିମ୍ବା ଯୁକ୍ତ୨ ମାର୍କ ଅପ୍‌ଲୋଡ୍ କରିପାରିବେ। ପ୍ରଥମ, ଦ୍ବିତୀୟ, ତୃତୀୟ ପର‌୍ୟ୍ୟାୟ ପ୍ରୋଭିଜନାଲ୍ ତାଲିକା ଓ ୱେଟିଂ ଲିଷ୍ଟ ଛାତ୍ରଛାତ୍ରୀଙ୍କ ନାମଲେଖା ତାରିଖ, କ୍ଲାସ ସମ୍ପର୍କରେ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
ନାମଲେଖା ପ୍ରକ୍ରିୟାରେ ଛାତ୍ରଛାତ୍ରୀ ବୈଧ ଏସ୍‌ଇବିସି ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ। ସେହିପରି ଏନ୍‌ସିଟିଇ ନିର୍ଦ୍ଦେଶ ମୁତାବକ ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍ ବିଏବିଏଡ୍‌/ବିଏସ୍‌ସିବିଏଡ୍ ପାଠ୍ୟକ୍ରମ ପାଇଁ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ ବ୍ୟତୀତ ଅନ୍ୟ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଅନୁମତି ମିଳିଛି।
ଯେଉଁ ଛାତ୍ରଛାତ୍ରୀ ପୂର୍ବରୁ ସିଏଏଫ୍ ଦାଖଲ କରିଛନ୍ତି, ସେମାନେ ଅବଧି ମଧ୍ୟରେ ସିଏଏଫ୍‌ରେ ସଂଶୋଧନ କରିପାରିବେ। ଯେଉଁ ଆବେଦନକାରୀ ସିଏଏଫ୍‌ରେ ‘ଆପିଅରଡ୍‌’ ଅପସନ୍ ଦେଇଥିବେ ସେମାନେ ଧାର‌୍ୟ୍ୟ ସମୟ ମଧ୍ୟରେ ଯୁକ୍ତ୨ କିମ୍ବା ସମତୁଲ ବୋର୍ଡର ମାର୍କ ଦାଖଲ କରିପାରିବେ।
ସିଏଚ୍‌ଏସ୍‌ଇ ଛାତ୍ରଛାତ୍ରୀଙ୍କ ପାଇଁ ସିଏଚ୍‌ଏସ୍‌ଇ ଡାଟାବେସ୍‌ରୁ ସିଧାସଳଖ ମାର୍କ ଉପଲବ୍ଧ ହେବ। ଆବେଦନକାରୀମାନେ ଧାର‌୍ୟ୍ୟ ସମୟ ମଧ୍ୟରେ ଏକାଧିକ ଥର ସଂଶୋଧନ କରିପାରିବେ। ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଆବେଦନ ସମୟରେ ପିଲାମାନେ ଗୋଟିଏ ମେଜର ସହ ଦୁଇଟି ମାଇନର୍‌, ଦୁଇଟି ମେଜର କିମ୍ବା ୩ଟି ମାଇନର୍ ପାଠ୍ୟକ୍ରମକୁ ଚୟନ କରିପାରିବେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930