Indus Valley Times

ବରଗଡ଼-ନୂଆପଡ଼ା ନୂଆ ରେଳ ଲାଇନକୁ ମଞ୍ଜୁରୀ

 Breaking News

ବରଗଡ଼-ନୂଆପଡ଼ା ନୂଆ ରେଳ ଲାଇନକୁ ମଞ୍ଜୁରୀ

August 28
17:17 2024

ବରଗଡ଼,୨୮/୮: ବରଗଡ଼-ନୂଆପଡ଼ା ନୂଆ ରେଳ ଲାଇନ୍‌କୁ ବୁଧବାର କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ୧୩୮ କିଲୋମିଟର ବିଶିଷ୍ଟ ଏହି ନୂଆ ରେଳ ଲାଇନ୍ ନିର୍ମାଣ ପାଇଁ ୨,୯୬୨ କୋଟି ଟଙ୍କା ଖର୍ଚ୍ଚ ହେବ। ସୁନ୍ଦରଗଡ଼ ସବ୍‌ଡେଗାରୁ ଛତିଶଗଡ଼ ଭାଲୁମୁଡ଼ା ଡବଲ ଲାଇନକୁ ବି ମଞ୍ଜୁରୀ ମିଳିଛି।
କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି କହିଛନ୍ତି, ଜାତୀୟ ଶିଳ୍ପ କରିଡର ବିକାଶ କାର‌୍ୟ୍ୟକ୍ରମ ଅଧୀନରେ କ୍ୟାବିନେଟ ୧୨ଟି ସ୍ମାର୍ଟ ସହରକୁ ଅନୁମୋଦନ କରିଛି। ତେବେ ସରକାର ୧୦ଟି ରାଜ୍ୟରେ ଏହି ପ୍ରକଳ୍ପ ପାଇଁ ୨୮,୬୦୨ କୋଟି ଟଙ୍କା ବିନିଯୋଗ କରିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡିଆ ‘ଏକ୍ସ’ରେ କହିଛନ୍ତି, ସ୍ମାର୍ଟ ସିଟି ପ୍ରକଳ୍ପ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଯୋଗାଇବ। ଏହା ମଧ୍ୟ ପରୋକ୍ଷରେ ୩୦ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରିବ। କେନ୍ଦ୍ରମନ୍ତ୍ରୀଙ୍କ କହିବାନୁସାରେ, ଏଥିରେ ୧.୫୨ ଲକ୍ଷ କୋଟି ଟଙ୍କା ବିନିଯୋଗ ହେବାର ସମ୍ଭାବନା ରହିଛି। ଏହା ଅଧୀନରେ ୧୪ଟି ନୂଆ ରେଳ ଷ୍ଟେଶନ ମଧ୍ୟ ନିର୍ମାଣ ହେବ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930