Indus Valley Times

ବର୍ତ୍ତିଗଲା ନବଜାତକ, ଚାଲିଗଲା ମା’; ସିରିଆ ଭୂମିକମ୍ପର ଏକ ଛାତିଥରା ଦୃଶ୍ୟ, ନବଜାତ ଶିଶୁକୁ ଉଦ୍ଧାର କଲା ରେସକ୍ୟୁ ଟିମ୍

 Breaking News

ବର୍ତ୍ତିଗଲା ନବଜାତକ, ଚାଲିଗଲା ମା’; ସିରିଆ ଭୂମିକମ୍ପର ଏକ ଛାତିଥରା ଦୃଶ୍ୟ, ନବଜାତ ଶିଶୁକୁ ଉଦ୍ଧାର କଲା ରେସକ୍ୟୁ ଟିମ୍

ବର୍ତ୍ତିଗଲା ନବଜାତକ, ଚାଲିଗଲା ମା’; ସିରିଆ ଭୂମିକମ୍ପର ଏକ ଛାତିଥରା ଦୃଶ୍ୟ, ନବଜାତ ଶିଶୁକୁ ଉଦ୍ଧାର କଲା ରେସକ୍ୟୁ ଟିମ୍
February 08
14:32 2023

ଇସ୍ତାନବୁଲ,୮/୨ : ତୁର୍କୀ ଏବଂ ସିରିଆରେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ୩୦ ହଜାରରୁ ଅଧିକ ଲୋକଙ୍କ ଆହତ ହୋଇଛନ୍ତି।
ଭାରତ ସମେତ ବିଶ୍ୱର ଅନେକ ଦେଶ ଭୂକମ୍ପ ପ୍ରଭାବିତଙ୍କୁ ସାହାଯ୍ୟ ହାତ ବଢ଼ାଇଛନ୍ତି। ଭାରତରୁ ରିଲିଫ ଏବଂ ଉଦ୍ଧାରକାରୀ ଦଳ ତୁର୍କୀରେ ପହଞ୍ଚିଛନ୍ତି। ଡାକ୍ତରୀ ଦଳ ମଧ୍ୟ ଉପସ୍ଥିତ ଅଛନ୍ତି।
ସିରିଆରେ ଅଳିଆ ଗଦାରେ ଫସି ରହିଥିବା ଜଣେ ଗର୍ଭବତୀ ମହିଳା ଏକ ନବଜାତ ଶିଶୁକୁ ଜନ୍ମ ଦେଇଛନ୍ତି। ଫଳରେ ମୃତ୍ୟୁ ଉପତ୍ୟକାରେ ନବଜାତ ଶିଶୁର କୁଆଁ ରାବ ଗୁଞ୍ଚି ଉଠିଛି। ଉତ୍ତର ସିରିଆର ଏକ ଘରର ଧ୍ୱଂସାବଶେଷରୁ ଏକ ନବଜାତ ଶିଶୁକୁ ଜୀବନ୍ତ ଉଦ୍ଧାର କରାଯାଇଛି।
ଏହି ସମୟରେ ନବଜାତ ଶିଶୁ ନାଭି ନାଡ଼ ସହିତ ମା’ଙ୍କ ସାଙ୍ଗରେ ରହିଥିବାର ଦେଖିବାକୁ ମିଳିଥିଲା। ସୋମବାର ଭୂକମ୍ପ ସମୟରେ ତାଙ୍କ ମାଙ୍କର ମୃତ୍ୟୁ ଘଟିଥିବା ପରିବାରର ସମ୍ପର୍କୀୟଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
୩୪ ବର୍ଷୀୟ ଖାଲିଲ ଅଲ ଶାମି ନ୍ୟୁୟର୍କ ଟାଇମ୍ସକୁ କହିଛନ୍ତି ଯେ ସୋମବାର ସିରିଆର ଜିନ୍ଦାୟାରିସ ସହରରେ ହୋଇଥିବା ଭୂକମ୍ପ ଯୋଗୁଁ ତାଙ୍କ ଭାଇଙ୍କ ଘର ମଧ୍ୟ ନଷ୍ଟ ହୋଇଯାଇଛି। ସମଗ୍ର କୋଠାଟି ଏକ ଅଳିଆ ଗଦାରେ ପରିଣତ ହୋଇଛି। ସେ ତାଙ୍କ ଭାଇ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସନ୍ଧାନ ପାଇଁ ଆବର୍ଜନା ଖୋଳୁଥିଲେ।
ଏହି ସମୟରେ ସେ ଦେଖିଲେ ଏକ ସୁନ୍ଦର ଶିଶୁ କନ୍ୟା ତାଙ୍କ ବୋହୂଙ୍କର ନାଭି ନାଡ଼ରେ ଲାଗିଛି। ଏହା ପରେ ସେମାନେ ସଙ୍ଗେ ସଙ୍ଗେ ନାଭିକୁ କାଟିଲେ ଏବଂ ଶିଶୁଟି କାନ୍ଦିବାକୁ ଲାଗିଲା। ତାକୁ ବାହାରକୁ ଅଣାଗଲା। ଯେତେବେଳେ ଆବର୍ଜନାଗୁଡିକୁ ସମ୍ପୂର୍ଣ୍ଣ ରୂପେ ହଟାଗଲା, ଜଣାପଡିଲା ଯେ ଶିଶୁକନ୍ୟାଙ୍କର ମା ମରିଯାଇଛନ୍ତି। ଶିଶୁ କନ୍ୟା ଏବେ ବି ଡାକ୍ତରଖାନାରେ ଅଛି ଏବଂ ସୁରକ୍ଷିତ ଅଛନ୍ତି।
ଖାଲିଲଙ୍କ କହିବାନୁସାରେ, ତାଙ୍କ ବୋହୂ ଗର୍ଭବତୀ ଥିଲେ ଏବଂ ଦିନେ କିମ୍ବା ଦୁଇ ଦିନ ପରେ ପ୍ରସବ ହେବାର ଥିଲା। କିନ୍ତୁ ଭୂମିକମ୍ପ ପରେ ଝଟକା ଯୋଗୁଁ ସେ ମାଟି ଭିତରେ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ପ୍ରାୟ ୩୦ ଘଣ୍ଟା ପରେ,ଶିଶୁକନ୍ୟାଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031