Indus Valley Times

ବଲାଙ୍ଗିର ବ୍ୟବସାୟୀ ଅପହରଣ ମାମଲାରେ ବଡ଼ ଖୁଲାସା : ୨.୭୦ କୋଟି ଟଙ୍କା କାରବାରକୁ ନେଇ ଅପହରଣ !

 Breaking News

ବଲାଙ୍ଗିର ବ୍ୟବସାୟୀ ଅପହରଣ ମାମଲାରେ ବଡ଼ ଖୁଲାସା : ୨.୭୦ କୋଟି ଟଙ୍କା କାରବାରକୁ ନେଇ ଅପହରଣ !

ବଲାଙ୍ଗିର ବ୍ୟବସାୟୀ ଅପହରଣ ମାମଲାରେ ବଡ଼ ଖୁଲାସା : ୨.୭୦ କୋଟି ଟଙ୍କା କାରବାରକୁ ନେଇ ଅପହରଣ !
August 16
14:15 2026

ବଲାଙ୍ଗୀର,୧୬/୮ : ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା ହେବ ବୋଲି ଉତ୍ତରାଞ୍ଚଳ ପୋଲିସ ଆଇଜି ହିମାଂଶୁ ଲାଲ କହିଛନ୍ତି।
ବଲାଙ୍ଗୀର ରିଜର୍ଭ ପୋଲିସ ବାରାକରେ ଉଦ୍ଧାର ହୋଇଥିବା ବ୍ୟବସାୟୀ ଓ ଅଟକ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା ପରେ ଏହି ତଥ୍ୟ ଜଣାପଡ଼ିଛି।
ବଲାଙ୍ଗୀର ଏସପି ଅଭିଳାଷ ଜି, ସଦର ଏସଡିପିଓ ସରୋଜ କୁମାର ଉପାଧ୍ୟାୟଙ୍କ ଉପସ୍ଥିତିରେ ଦୁଇ ଜଣଙ୍କୁ ଜେରା ଚାଲିଛି। ବଲାଙ୍ଗୀରର ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ବତନ୍ତ୍ର ଟିମ୍ ଭୁବନେଶ୍ବର ଠାରୁ ଉଦ୍ଧାର କରିଛି। ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି।
ଅଟକ ବ୍ୟକ୍ତିଜଣକ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର ବୋଲି ଜଣାପଡ଼ିଛି। ଭୁବନେଶ୍ୱର ପୋଲିସ ସହାୟତାରେ ବଲାଙ୍ଗୀର ପୋଲିସ ଅପହୃତ ବ୍ୟବସାୟୀ ସାହୁଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିବାରେ ସଫଳ ହୋଇଥିବାରୁ ଅପହୃତଙ୍କ ପରିବାର ଓ ବଲାଙ୍ଗୀର ବ୍ୟବସାୟୀ ମହଲରେ ଆଶ୍ୱସ୍ତି ପ୍ରକାଶ ପାଇଛି। ରବିବାର ବ୍ୟବସାୟୀ ନରେନ୍ଦ୍ର ଓ ଅଟକ ଅଭିଯୁକ୍ତଙ୍କୁ ବଲାଙ୍ଗୀର ଅଣାଯାଇଛି। ଜେରା ପରେ ବଲାଙ୍ଗୀର ଏସ୍‌ପି ଅପରାହ୍ନ ୧ଟା ବେଳେ ହନୁମାନ ପଇସା ବେପାରକୁ ନେଇ ଏକ ଖବରଦାତା ସମ୍ମିଳନୀ କରିବେ ବୋଲି ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930