Indus Valley Times

ବଲାଙ୍ଗିର ସହର ଆଖପାଖ ଗ୍ରାମ ନିକଟ ଜମି ମାନଙ୍କରେ ଚାଲିଛି କାଠରେ ଇଟା ପୋଡ଼ା,ଜଙ୍ଗଲ ରହିବ ତ?

 Breaking News

ବଲାଙ୍ଗିର ସହର ଆଖପାଖ ଗ୍ରାମ ନିକଟ ଜମି ମାନଙ୍କରେ ଚାଲିଛି କାଠରେ ଇଟା ପୋଡ଼ା,ଜଙ୍ଗଲ ରହିବ ତ?

ବଲାଙ୍ଗିର ସହର ଆଖପାଖ ଗ୍ରାମ ନିକଟ ଜମି ମାନଙ୍କରେ ଚାଲିଛି କାଠରେ ଇଟା ପୋଡ଼ା,ଜଙ୍ଗଲ ରହିବ ତ?
June 02
12:25 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୨/୬ : ବଲାଙ୍ଗିର ସହର ଉତ୍ତପ୍ତ ସହର ଭାବେ ପରିଗଣିତ। ଜଙ୍ଗଲ ବିଭାଗ ର ଅବହେଳା ଯୋଗୁଁ ଜିଲ୍ଲାରେ ଥିବା ଘଞ୍ଚ ଜଙ୍ଗଲ ଗୁଡ଼ିକ କଟି ପଦା ହେବାକୁ ବସିଲାଣି।
ବର୍ତ୍ତମାନ ଗ୍ୟାସ ର ଯୁଗ।ଏଣୁ ପ୍ରାୟ ଲୋକେ ରାନ୍ଧିବା ପାଇଁ କାଠ ପରିବର୍ତ୍ତେ ଗ୍ୟାସ ବ୍ୟବହାର କରୁଛନ୍ତି।ଗଛ କଟିବାର ଅନେକ କାରଣ ଅଛି।
ସରକାର ରାସ୍ତା ପ୍ରଶସ୍ତିକରଣ ନାମରେ ଶହ ଶହ ଦରକାରୀ ପୁରୁଣା ବୃକ୍ଷ ବେଧଡକ କାଟି ପକାଇଥିବା ଜିଲ୍ଲା ପ୍ରତି ଅଭିଶାପ।ସହର ଠୁଁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପ୍ରାୟ ଲୋକ ଗୃହ ନିର୍ମାଣ ପାଇଁ କାଠରେ ତିଆରି ଚଉକାଠ,କବାଟ,ଝରକା ବ୍ୟବହାର କରୁଥିବା ଦେଖିବାକୁ ମିଳେ।
ଅନେକ କାଠ ସାମଗ୍ରୀ ତିଆରି କାରଖାନା ବଲାଙ୍ଗିର ତଥା ଜିଲ୍ଲାର ଅନେକ ସ୍ଥାନରେ ଚାଲିଥିବା ବେଳେ ଜଙ୍ଗଲ ବିଭାଗ ର ହାତ ଖାଲି।
କିଛିଟା ସ୍ବାର୍ଥ ପାଇଁ ଜଙ୍ଗଲ ରୂପକ ନିଜ ମାଁ କୁ ଜଙ୍ଗଲ ଦଲାଲ୍ ହାତରେ ଟେକି ଦେଉଥିବା କେତେଦୂର ଯଥାର୍ଥ ବୋଲି ଚର୍ଚ୍ଚା ହୁଏ।
ଏହା ବାଦ୍ ଇଟାଭାଟି ରେ ମଧ୍ୟ ଅଧିକାଂଶ ଗଛ କଟାଯାଇ ଇଟା ପୋଡ଼ା ଯାଉଥିବା ବେଳେ ଜଙ୍ଗଲ ବିଭାଗ ଲୋକ ଦେଖାଣିଆ କିଛି ଇଟାଭାଟି ର ନାମକୁ ମାତ୍ର ଫାଇନ କାଟି କେସ ନ କରି ନୀରବ ରହୁଥିବା ଜଙ୍ଗଲ ପାଇଁ ବିପଦ।
ଏ ବିଷୟରେ ଅନେକ ଥର ଜଙ୍ଗଲ ବିଭାଗ ଉଚ୍ଚ କତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଯେଉଁ ତିମିରେ କୁ ସେହି ତିମିରେ।ଜଙ୍ଗଲ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ କୁ ଦରମା ବାବଦକୁ ସରକାର କୋଟି କୋଟି ଟଙ୍କା ଦେଉଥିବା ବେଳେ, ଗଣମାଧ୍ୟମ ନିଜ ଜୀବନକୁ ପାଣି ଛଡେଇ ନିଃଶୁଳ୍କ ଜଙ୍ଗଲ ସୁରକ୍ଷା ପାଇଁ ଆପ୍ରାଣ ଚେଷ୍ଟା କରୁଛି।
ଶେଷରେ ଆତତାୟୀ ର ଆକ୍ରୋଶ ର ଶିକାର ହେଉଥିବା ଦେଖିବାକୁ ମିଳୁଛି।ଗଛ କାଟି ଇଟାଭାଟି ରେ ପୋଡୁଥିବା ବିଷୟ ଜଙ୍ଗଲ ଉଚ୍ଚ କତୃପକ୍ଷ ଙ୍କ ଦୃଷ୍ଟି ଗୋଚର କଲେ ପ୍ରତ୍ତ୍ୟୁତ୍ତର ରେ କର୍ପୋରେସନ କାଠ ନହେଲେ ପଡ଼ିଥିବା କାଠ ଧରିବା ନିଷେଧ କହି ନିଜ ଦାୟିତ୍ଵ ରୁ ଓହରି ଯାଉଥିବା ଦେଖିବାକୁ ମିଳୁଛି।
ଯଦି କର୍ପୋରେସନ କାଠ ତେବେ ସେହି କାଠ ତିନି ଫୁଟ ବିଶିଷ୍ଟ।କିନ୍ତୁ ଭାଟିରେ ପାଞ୍ଚ,ଛ ଫୁଟ ର କାଠ ଇଟାଭାଟି ରେ ବ୍ୟବହାର ହୋଇଥିବା ଫଟୋ ଦେଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
କାଠ ରେ ଇଟାଭାଟି ପୋଡ଼ା ଚାଲିଥିବା ସମୟରେ ଜଙ୍ଗଲ ବିଭାଗ ଏହା ସିଜ୍ କରିପାରିବେ କି ବୋଲି ପ୍ରଶ୍ନ ହୁଏ।ଜଙ୍ଗଲ ବିଭାଗ ର ଜଙ୍ଗଲିରାଜ୍ ଯୋଗୁଁ ଜଙ୍ଗଲ ର ଅନେକ ବୃକ୍ଷ କଟି ଇଟାଭାଟି ରେ ସ୍ୱାହା ହୁଏ।ଜଙ୍ଗଲ ରୁ ୩/୪ଫୁଟ ବ୍ୟାସ ବିଶିଷ୍ଟ କେତେ ଏବଂ କେଉଁ ସ୍ପେଶିସ ର ବୃକ୍ଷ କଟୁଛି ଏବଂ ଏ ବାବଦକୁ କେତେ ଗୋଟି କେସ ରୁଜୁ ହୋଇଛି ଜଙ୍ଗଲ ବିଭାଗ ହିସାବ ଦେବେ କି ବୋଲି ଜନ ସାଧାରଣରେ ପ୍ରଶ୍ନ ହୁଏ।
ଏକଦା ବଲାଙ୍ଗିର ଜିଲ୍ଲା ଘଞ୍ଚ ଜଙ୍ଗଲ ର ପରିବେଷ୍ଟନି ରେ ଥିବା ବେଳେ ଏହାକୁ ପ୍ରାକୃତିକ ସୌନ୍ଦର୍ଯ୍ୟର ସ୍ବର୍ଗ ବୋଲି କହୁଥିଲେ।
ଏବେ ଜଙ୍ଗଲ କଟି ଶ୍ରୀହୀନ।ରାସ୍ତା ପାର୍ଶ୍ବରେ କିଛିଟା ବୃକ୍ଷ ଦେଖାଯାଉଥିବା ବେଳେ ଜଙ୍ଗଲ ଭିତରେ ଜଙ୍ଗଲ ପଦା ହୋଇଥିବା ଦେଖିବାକୁ ମିଳୁଛି।
ଗତ ତା.୨୦.୫.୨୫ ରିଖ ଦିନ ବଲାଙ୍ଗିର ରେଞ୍ଜ ଅନ୍ତର୍ଗତ ବୈଦିପାଲି ରୁ କାଲିଝରନ ରାସ୍ତାରେ ତଥା ଏହି ଗ୍ରାମ ନିକଟରେ ଜଙ୍ଗଲ ଜମି ତଥା ଚାଷ ଜମିରେ ଅନେକ ଇଟାଭାଟି ଗଛରେ ପୋଡିବା ପାଇଁ ଭାଟି ପାଖରେ ରଖାଯାଇଥିବା କାଠ ର ଫଟୋ ସହ ତଥ୍ୟ ଜଙ୍ଗଲ ବିଭାଗର ଉଚ୍ଚ କତୃପକ୍ଷ ଙ୍କୁ ପଠାଯାଇ ଅବଗତ କରାଯାଇଥିଲା।
ଚର୍ଚ୍ଚା ହୁଏ କିଛି ଜଙ୍ଗଲ କର୍ମଚାରୀ ଙ୍କ ପାଇଁ ଏହା ସୋନେ ପେ ସୁହାଗା ହୋଇଥିଲା।
ତେବେ ଏଠି ଗୁହାରି କରିବୁ କାହାକୁ।ସେ ଯାହାହେଉ ବଲାଙ୍ଗିର ଜଙ୍ଗଲ ବିଭାଗରେ ଜଣେ ବିଜ୍ଞ ଡିଏଫ୍ଓ ଯୋଗଦାନ କରିଛନ୍ତି।
ନିଶ୍ଚିତ ଭାବରେ ଜଙ୍ଗଲ ସୁରକ୍ଷା ଉପରେ ଦୃଷ୍ଟି ଦେବେ ବୋଲି ଆଶା କରାଯାଏ। ଯଦି ପ୍ରତିବର୍ଷ ଏଭଳି ଇଟାଭାଟି କାଠରେ ପୋଡ଼ା ଯାଏ ତେବେ ଜଙ୍ଗଲ ରହିବ ତ? ଏବେ ଠୁଁ ଜଙ୍ଗଲ ବିଭାଗ ଯଦି ସଜାଗ ନ ରହେ ତେବେ ଆଗାମୀ ଦିନରେ ବଲାଙ୍ଗିର ର ପ୍ରାକୃତିକ ସୋନ୍ଦର୍ଯ୍ୟର ସ୍ବର୍ଗ ଜଙ୍ଗଲ ଶୂନ୍ୟ ହେବ।ଉଚ୍ଚ କତୃପକ୍ଷ ଉପରୋକ୍ତ ବିଷୟ ପ୍ରତି ଦୃଷ୍ଟି ଦେଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କଲେ ଉଜୁଡ଼ି ଯାଉଥିବା ଜଙ୍ଗଲ କୁ ପୁନର୍ଜୀବିତ କରାଯାଇ ପାରିବ ବୋଲି ଚର୍ଚ୍ଚା ହୁଏ।
ଆଗାମୀ ଦିନରେ ବଲାଙ୍ଗିର ରେଞ୍ଜ ଅନ୍ତର୍ଗତ ହର୍ଡାଟାଲ ଅଞ୍ଚଳରେ ଜଙ୍ଗଲ ବିଭାଗର କାରନାମା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯିବ ।
ତେବେ ଉପରୋକ୍ତ ବିଷୟ କୁ ନେଇ ଜଙ୍ଗଲ ବିଭାଗ କେତେ ତତ୍ପର ଦେଖିବାକୁ ବାକି ରହିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031