Indus Valley Times

ବଲାଙ୍ଗୀର : ବିପୁଳ ପରିମଣରେ ଗଂଜେଇ ଜବତ

 Breaking News

ବଲାଙ୍ଗୀର : ବିପୁଳ ପରିମଣରେ ଗଂଜେଇ ଜବତ

July 26
21:48 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୨୬/୭: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଏବଂ କଣ୍ଟାବାଞ୍ଜି ପୋଲିସ କୁ ମିଳିଲା ବଡ଼ ସଫଳତା। ଲଗାତାର ଗଂଜେଇ ଚୋରା ଚାଲାଣ ବେଳେ କାବୁ କଲା ପୋଲିସ ବିଭାଗ।ଗାଡି ସହ ଡ୍ରାଇଭର ସମେତ ପାଞ୍ଚ ଜଣ କୁ ଗିରଫ କରିଛି ପୋଲିସ । ଏନେଇ ଏକ ବୋଲେରୋ ଗାଡି, ଏକ ପିକଅପ ଭ୍ୟାନ ସହ ପାଞ୍ଚ ଗୋଟି ମୋବାଇଲ ଫୋନ ବି ଜବତ କରିଛି।
ଗଂଜେଇ ଚୋରା ଚାଲାଣ ରେ ଜଣେ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଏବଂ ବଙ୍ଗୋମୁଣ୍ଡା ର ଜନୈକ କପଡା ବ୍ୟବସାୟି ମାଷ୍ଟର ମାଇଣ୍ଡ ସାଜିଥିଲେ ।
ଏନେଇ ବଲାଙ୍ଗୀର ଏସ ପି ଋଷିକେଶ ଖିଲାରୀ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।ବାଲିଗୁଡା ଅଂଚଳ ରୁ ଦୁଇ ଗୋଟି ଚାରିଚକିଆ ଗାଡି ରେ ଗଂଜେଇ ଚୋରା ଚାଲାଣ ହୋଇ ବଲାଙ୍ଗୀର ଜିଲ୍ଲା ଦେଇ ଛତିଶଗଡ ରାଜ୍ୟ କୁ ଚାଲାଣ ହେଉଥିବା ନେଇ ବଲାଙ୍ଗୀର ଜିଲ୍ଲା ପୋଲିସ କଡା ନାକା ବନ୍ଦୀ କରିଥିଲା ।
ଏକ ପିକଅଫ ଭ୍ୟାନ ରେ ଗଂଜେଇ ଭର୍ତି ହୋଇଥିବା ବେଳେ ଗାଡି ଭିତରେ ସ୍ୱତନ୍ତ୍ର କେବିନ କରାଯାଇଥିଲା। ଗାଡି ଉପରେ ମାଳ ମାଳ କପଡା ରହିଥିଲା। ବଙ୍ଗୋମୁଣ୍ଡା ର କପଡା ବ୍ୟବସାୟୀ ବୁଦ୍ଧି ସାଗର ମେହେର ଗଂଜେଇ କାରବାର ର ମାଷ୍ଟର ମାଇଣ୍ଡ ସାଜି ଥିଲେ।ଗାଡ଼ିରୁ ୨ କ୍ଵିଣ୍ଟାଲ ୪୩ କେଜି ଗଂଜେଇ ଜବତ ହୋଇଥିଲା।
ଠିକ ସେହିଭଳି କଣ୍ଟାବାଞ୍ଜି ପୋଲିସ ହାତରେ ଲାଗିଥିବା ବୋଲେରୋ ଗାଡି ରେ ୯୪ କେଜି ଗଂଜେଇ ଠାବ ହୋଇଥିଲା। ଏ ନେଇ ଜଣେ ଶିକ୍ଷକ ସମେତ ନୀଳ କଣ୍ଠ ମହାନନ୍ଦ, ପୂର୍ଣ୍ଣ ବେସରା, ପ୍ରଶାନ୍ତ ନାଏକ, ରାଜୁ ରଣା ନାମକ ଗଂଜେଇ ବ୍ୟବସାୟୀ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ ପି ରିଶୀକେଶ ଖିଲାରୀ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930