Indus Valley Times

ବହୁଚର୍ଚ୍ଚିତ ଅଭିମନ୍ୟୁ ହତ୍ୟା ମାମଲା: ଆସିଲା ରାୟ

 Breaking News

ବହୁଚର୍ଚ୍ଚିତ ଅଭିମନ୍ୟୁ ହତ୍ୟା ମାମଲା: ଆସିଲା ରାୟ

ବହୁଚର୍ଚ୍ଚିତ ଅଭିମନ୍ୟୁ ହତ୍ୟା ମାମଲା: ଆସିଲା ରାୟ
November 25
17:53 2024

ଗଞ୍ଜାମ,୨୫/୧୧ : ବହୁ ଚର୍ଚ୍ଚିତ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାର ଶୁଣାଣି ହୋଇଛି। ସୋମବାର ରାୟ ଶୁଣାଇଛନ୍ତି ଗଞ୍ଜାମ ଜିଲା ଓ ଦୌରାଜଜ୍ ରୂପଶ୍ରୀ ଚୌଧୁରୀ। ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଅଦାଲତ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।
ଦୁଇ ଜଣ କୋର୍ଟରେ ଅନୁପସ୍ଥିତ ଥିବାରୁ ସେମାନଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି କୋର୍ଟ। ଟାଉନ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଓ ଏକ ସ୍ୱତନ୍ତ୍ର ଟିମ୍ ୪ଜଣ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷାରେ କୋର୍ଟରେ ହାଜର କରିଥିଲେ।
ସୂଚନାଯୋଗ୍ୟ କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ୨୦୨୦ ମସିହାରେ ତାଙ୍କ ଘର ସମ୍ମୁଖରେ ଗୁଳିକରି ହତ୍ୟା କରାଯାଇଥିଲା।
ଏହି ବହୁ ଚର୍ଚ୍ଚିତ ଘଟଣାର ଦୁଇ ସୁପାରି କିଲରଙ୍କ ସମେତ ମୁଖ୍ୟ ଅଭିଯୁକ୍ତ ବିଶ୍ୱଜିତ୍ ପାତ୍ର, ସୁପାରିରେ କିଲିଂରେ ମଧ୍ୟସ୍ଥ ସାଜିଥିବା ସାଉଥ୍‌କୋ ବିଭାଗର ଦୁଇ କର୍ମଚାରୀ ଗଞ୍ଜାମ ଜିଲା ଧରାକୋଟ ଥାନା ଏସ୍ ବାଲାଜୀ ଆଚାରୀ ଓ ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଅଞ୍ଚଳର ରାସ ବିହାରୀ ଦାସଙ୍କୁ ଗିରଫ କରାଯାଇଥିଲା। ଏହାପରେ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା। ଯେଉଁ ମାମଲାର ଶୁଣାଣି ପ୍ରକାଶ ପାଇଛି ଓ ଦଣ୍ଡାଦେଶ ମିଳିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930