Indus Valley Times

ବାରରେ ନୃତ୍ୟକୁ ନା, ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ: ଆଇନ ମନ୍ତ୍ରୀ

 Breaking News

ବାରରେ ନୃତ୍ୟକୁ ନା, ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ: ଆଇନ ମନ୍ତ୍ରୀ

November 01
19:08 2024

ଭୁବନେଶ୍ୱର,୧/୧୧: ଏଣିକି ବାର ମାଲିକଙ୍କୁ ପଡ଼ିବ ମହଙ୍ଗା। ବାରରେ ଡାନ୍ସ କରାଇଲେ ରଦ୍ଦ ହେବ ଲାଇସେନ୍ସ । ଗୀତ ଛଡା ବାରରେ ନାଚକୁ ଅବକାରୀ ବିଭାଗ ସମ୍ପୂର୍ଣ୍ଣ ବ୍ୟାନ କରିଛି। ବିଭାଗ ପକ୍ଷରୁ ଆସିଥିବା ଗାଇଡ୍‌ଲାଇନକୁ ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।
ଯେଉଁମାନେ ଅମାନିଆ ଯେଉଁମାନେ ଗାଇଡଲାଇନ୍ ଉଲ୍ଲଙ୍ଘନ କରିବେ ସେମାନଙ୍କ ଲାଇସେନ୍ସ ସରକାର ରଦ୍ଦ କରିବେ । ଏପରିକି ଗୀତ କେତେ ଡେସିବିଲ ଭିତରେ ରହିବ ସେନେଇ ଗାଇଡ୍‌ଲାଇନରେ ଉଲ୍ଲେଖ ରହିଛି॥ ଉଲଂଘନ କଲେ ପଦକ୍ଷେପ ନିଆଯିବ । ଓଡ଼ିଆ ଅସ୍ମିତା ଓ ସଂସ୍କୃତି ବିରୋଧୀ କାର‌୍ୟ୍ୟ କେବେ ଓଡ଼ିଶାରେ କରିବାକୁ ଦିଆଯିବନି ବୋଲି କହିଛନ୍ତି ଆଇନମନ୍ତ୍ରୀ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930