Indus Valley Times

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

 Breaking News

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ
January 11
12:41 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୧/୧ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଉତ୍ସବ ପାଳନ କମିଟି ପକ୍ଷରୁ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ତହସିଲଦାର ଦିପ୍ତି ପ୍ରକାଶ ବେହେରା ଙ୍କ ଅଧ୍ୟକ୍ଷତାରେଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ବାଲିଗୁଡା ବିଡ଼ିଓ ଅକ୍ଷୟ କୁମାର ମଲ୍ଲିକ, ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, ରେଞ୍ଜର ଅତୁଲ୍ୟ କୁମାର ମହାନ୍ତି, ଗୋଷ୍ଟୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀଙ୍କ ସମେତ ସମସ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର ଅଧିକାରୀ, ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ ।
ଉପଖଣ୍ଡ ଲୋକ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧୀରଜ ପାତ୍ର ପରିଚାଳନା କରିଥିଲେ ।
ପୂର୍ବ ବର୍ଷର ବିବରଣୀ ପାଠ କରାଯାଇ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ଶାନ୍ତି ଶୃଙ୍ଖଳା ରେ ଯେପରି ପାଳନ ହେବ ସେ ବିଷୟରେ ଆଲୋଚନା କରାଯାଇଥିଲା ।
ଉପଖଣ୍ଡ ସ୍ତରୀୟ ସାଧରଣତନ୍ତ୍ର ପେରେଡ ରେ ୩୪ ଟି ଦଳ ଅଂଶଗ୍ରହଣ କରିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
କାର୍ଯ୍ୟକ୍ରମ ଟିକୁ ଉତ୍ସବ ପାଳନ କମିଟି ସହ ସମ୍ପାଦକ ତୀର୍ଥବାସୀ ଘଡେଇ, ସୂଚନା ଓ ଲୋକ ସମ୍ପର୍କ କର୍ମଚାରୀ ଅଭିମନ୍ୟୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031