Indus Valley Times

ବାଲିଗୁଡାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଚୟନ ପ୍ରକ୍ରିୟା ଅନୁଷ୍ଠିତ

 Breaking News

ବାଲିଗୁଡାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଚୟନ ପ୍ରକ୍ରିୟା ଅନୁଷ୍ଠିତ

ବାଲିଗୁଡାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଚୟନ ପ୍ରକ୍ରିୟା ଅନୁଷ୍ଠିତ
November 05
20:47 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୫/୧୧: ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ହିତାଧିକାରୀ ଙ୍କୁ ସାମିଲ କରିବା ପାଇଁ କନ୍ଧମାଳ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଦିନ ବାଲିଗୁଡା ବ୍ଲକ କାର୍ଯ୍ୟାଳୟର ସଭାଗୃହ ମଧ୍ୟରେ କଳାକାର ଚୟନ ପ୍ରକ୍ରିୟା କନ୍ଧମାଳ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚୟନ ପ୍ରକ୍ରିୟା ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ବାଲିଗୁଡା ବ୍ଲକର ଚଉଦ ଗୋଟି ଗ୍ରାମ ପଞ୍ଚାୟତ ଏବଂ ବାଲିଗୁଡା ଏନଏସି ରୁ ୧୪୬ ଜଣ କଳାକାର ସହାୟତା ଯୋଜନା ପାଇଁ ଆବେଦନ କରିଥିବା ବେଳେ ୯୫ ଜଣ କଳାକାର ଚୟନ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରିଥିଲେ ।
ଏଥିରେ ବିଚାରକ ଭାବେ ବରିଷ୍ଠ କଳାକାର ରଂଜିତ ମୁଖି, କୁଇ ସଂସ୍କୃତି ଗବେଷକ ତଥା ପ୍ରବଚକ ବିଜେନ୍ଦ୍ର ପ୍ରଧାନ ଏବଂ ଲୋକକଳା ଗବେଷକ ମହେଶ୍ୱର ପ୍ରଧାନ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଜ଼ିଲ୍ଲା ସଂସ୍କୃତି ସଂଘ ର ଉପ ସଭାପତି ଅକ୍ଷୟ କର୍ଣ୍ଣ, ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ତଥା ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ପରିଚାଳନା ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031