Indus Valley Times

ବାଲିଗୁଡା : ଜାଗ୍ରତ ଓଡିଶା ପକ୍ଷରୁ ଔଷଧୀୟ ବୃକ୍ଷ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

 Breaking News

ବାଲିଗୁଡା : ଜାଗ୍ରତ ଓଡିଶା ପକ୍ଷରୁ ଔଷଧୀୟ ବୃକ୍ଷ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

August 22
10:11 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୨/୮ : ଗ୍ରାମାଞ୍ଚଳରେ ଔଷଧୀୟ ଚାଷକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଦୁର୍ଗମ ଗାଁ ଓ ଉଜୁଡିଯାଇଥିବା ଜଙ୍ଗଲରେ ଏହି ଔଷଧୀୟ ବୃକ୍ଷ ଚାଷ କରାଯାଉଛି ଏଥିପାଇଁ ସରକାରୀ ହେଉ କି ବେସରକାରୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ଗାଁ ରେ ଲୋକଙ୍କୁ ସଚେତନ କରାଯାଉଛି। ଔଷଧୀୟ ବୃକ୍ଷ ଏବେ ଚାହିଦା ବୃଦ୍ଧି କାରଣରୁ ଅର୍ଥ ରୋଜଗାର କରିବାର ବାଟ ଫିଟିଛି। ଜୀବନଜୀବିକାର ରାହା ପାଲଟିଛି।
ଏବେ ଅର୍ଥକାରୀ ଫସଲ ଭାବେ ନିଆଯାଇପାରୁଛି। ଏହି ଅବସରରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଔଷଧୀୟ ବୃକ୍ଷ ରୋପଣ ବୋର୍ଡ଼ ସଭାଗିତାରେ ଜାଗ୍ରତ ଓଡିଶା ପକ୍ଷରୁ ବୁଧବାର କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡିର ଶିବମନ୍ଦିର ସାହି ସଭାଗୃହ ପରିସର ମଧ୍ୟରେ ଔଷଧୀୟ ବୃକ୍ଷ ଅଶ୍ଵଗନ୍ଧା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।
ଏହାକୁ ଜାଗ୍ରତ ଓଡିଶାର ସମ୍ପାଦକ ଉମେଶ ଚନ୍ଦ୍ର ବରାଳ ପରିଚାଳନା କରିଥିବା ବେକେ ରିସର୍ସ ପର୍ସନ ଭାବେ ଆୟୁର୍ବେଦିକ କବିରାଜ ତଥା ପରିବେଶବିତ ଜେଠୁ ଭୋଇ ଲୋକଙ୍କୁ ତାଲିମ ପ୍ରଦାନ କରିଥିଲେ।ଏଥିରେ ଜାଗ୍ରତ ଓଡିଶାର ଉପଦେଷ୍ଟା ଐଶ୍ୱରୀୟା ବରାଳ ଏବଂ ସତ୍ୟଜିତ ସାମଲ ପରିଚାଳନା କରିଥିଲେ।
ଗ୍ରାମର ଯୁବ ଚାଷୀ ପରମେ ପ୍ରଧାନ, ସାନ୍ଦୁରା ପ୍ରଧାନ, ଅମରେନ୍ଦ୍ର ପ୍ରଧାନ, ନଟବର ପ୍ରଧାନ, ମନୋଜ ପ୍ରଧାନ,କେ.ମନବୋଧ ନାୟକ, ଉଠାଣ ସିଂ, ରାଜେଶ ସାହୁ, ଅଶୋକ ବେହେରାଙ୍କ ସମେତ ଶତାଧିକ ଚାଷୀ ଯୋଗଦେଇଥିଲେ।
ତେବେ ଔଷଧୀୟ ବୃକ୍ଷ ମଧ୍ୟରେ ଅଶ୍ଵଗନ୍ଧା ର ଫାଇଦା ଓ ମାନବ ର ରୋଗ କୁ ଆରୋଗ୍ୟ କରିପାରୁଥିବା ଏହି ଅଶ୍ଵଗନ୍ଧା ର କି ଗୁଣ ଓ ସେଥିରେ ରହିଥିବା ଉପାଦାନ ସମ୍ପର୍କରେ କୁହାଯାଇଥିଲା।
ସେହିପରି ଉକ୍ତ ବୃକ୍ଷ କୁ କିଭଳି ଜାଣିପାରିବ ଓ ଚାଷ ପ୍ରଣାଳୀ ଓ ସରକାରଙ୍କ ରହିଥିବା ବିଭିନ୍ନ ସୁବିଧା ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା। ଆଜିର ଦିନରେ ବିଭିନ୍ନ ରୋଗର କାରଣ ଓ ଏହାର ନିରାକରଣ ସହ ଆୟୁର୍ବେଦିକ ର ଫାଇଦା ସମ୍ପର୍କରେ କୁହାଯାଇଥିଲା ।
ଏହି ଚାଷ ପାଇଁ ଚାଷୀଙ୍କୁ ସରକାରଙ୍କ ଔଷଧୀୟ ବୃକ୍ଷ ରୋପଣ ବୋର୍ଡ ପକ୍ଷରୁ ରହିଥିବା ସମସ୍ତ ସୁବିଧା ସମ୍ପର୍କରେ କୁହାଯିବା ସହ ଏଥିରୁ କିଭଳି ଅଧିକା ରୋଜଗାର ହୋଇପାରିବ ଓ ଅଶଗନ୍ଧାର ଚେର, ମୂଳ, ପତ୍ରରେ ରହିଥିବା ଔଷଧୀୟ ଗୁଣ ତଥା ଥାଇରଡ଼, ଆଞ୍ଜାଇଟ୍ସ, କୋଲଷ୍ଟ୍ରୋଲ ନିୟନ୍ତ୍ରଣ, ଅନିଦ୍ରା ଦୂର, ରକ୍ତଚାପ ନିୟନ୍ତ୍ରଣ, ରୋଗପ୍ରତିଷେଧକ ବୃଦ୍ଧି ଆଦି ବହୁ ରୋଗର ନିରାକରଣ ହୋଇପାରିବ ବୋଲି ପରାମର୍ଶ ଦିଆଯାଇଥିଲା ।
ଏବେ ଅଶ୍ୱଗନ୍ଧାର ବଜାରରେ ପ୍ରଚୁର ମାତ୍ରାରେ ଚାହିଦା ରହିଥିବାରୁ ଚାଷୀ ଏଥିରୁ ଆର୍ଥିକ ଫାଇଦା ପାଇପାରିବେ ବୋଲି ପରାମର୍ଶ ଦିଆଯାଇଥିଲା।ଏଥିସହ ଜାଗ୍ରତ ଓଡିଶା ପକ୍ଷରୁ ଅଶ୍ୱଗନ୍ଧାର କିଛି ଚାରା ମଧ୍ୟ ବଣ୍ଟନ କରାଯାଇଥିଲା।
ବାଲିଗୁଡା : ପୋଖରୀରୁ ମୃତ ଦେହ ଉଦ୍ଧାର
ବାଲିଗୁଡା,୨୨/୮: ବାଲିଗୁଡା ବ୍ଲକ ଅନ୍ତର୍ଗତ ପରମପାଙ୍ଗା ପଂଚାୟତର ବାଲିମାହା ପୋଖରୀରୁ ଯୁବକର ମୃତ ଦେହ ଉଦ୍ଧାର ହୋଇଛି । ଆଜି ସକାଳ ସମୟରେ ପୋଖରୀକୁ ଗାଧୋଇଗଲା ବେଳେ ସ୍ତାନୀୟ ଲୋକେ ଏକ ଶବ ଭାସୁଥିବାର ଦେଖିବାକୁ ପାଇଥିଲେ ।
ଏହାପରେ ଥାନାରେ ଖବର ଦେଇଥିଲେ କିନ୍ତୁ ମୃତ ବ୍ୟକ୍ତିକୁ ତାଙ୍କ ଶଢୁଘର ପରିବାଲୋକେ ଚିହ୍ନିଥିଲେ,ମୃତ ବ୍ୟକ୍ତି ଉତମ ପାଟମାଝୀ(୩୨) ଘର କୋଟଗଡ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣଗିରୀ ପଂଚାୟତର ଜାକେଟ ଗ୍ରାମରେ ।
ଘଟଣା ସ୍ଥଳକୁ ପୋଲିସ ଆସି ଶବକୁ ଜବତ କରି ଅପମୃତ୍ୟୁ ମାମଲାରେ କେଶ ନମ୍ବର ୧୭/୨୪ ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।
ସୁଚନା ଯୋଗ୍ୟ ଯେ ମୃତ ବ୍ୟକ୍ତି ଗତ ଶୁକ୍ରବାର ଠାରୁ ଶଢୁ ଘର ବାଲିଗୁଡା ବ୍ଲକ ଅନ୍ତର୍ଗତ ପରମପାଙ୍ଗା ପଂଚାୟତର ବାଲିମାହାକୁ ଭୋଜି ଖାଇ ଆସିଥିଲା ସେ ତା ପରଦିନ ଶନିବାର ଠାରୁ ନିଖୋଜ ଥିଲେ ଏହାକୁ ବାଲିଗୁଡା ଥାନାରେ ତାଙ୍କ ସ୍ତ୍ରୀ ଅଜନ୍ତି ପାଟମାଝୀ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ,ଏହାକୁ ନେଇ କେଶ ନମ୍ବର ୪୫/୨୪ରେ ମାମଲା ରୁଜୁକରି ପୋଲିସ ଖୋଜାଖୋଜି କରୁଥିଲେ । ଏହାପରେ ଆଜି ଏହି ନିଖୋଜ ବ୍ୟକ୍ତିର ଶବ ପୋଖରୀରୁ ମିଳିଛି ବୋଲି ଆଇଆଇସି ଶୁଶାନ୍ତ କୁମାର ସାହୁ ସୁଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930