Indus Valley Times

ବାଲିଗୁଡା ରେ ନବରାତ୍ର ଦୂର୍ଗାପୂଜାକୁ ନେଇ ସମଗ୍ର ଅଞ୍ଚଳ ଚଳ ଚଞ୍ଚଳ

 Breaking News

ବାଲିଗୁଡା ରେ ନବରାତ୍ର ଦୂର୍ଗାପୂଜାକୁ ନେଇ ସମଗ୍ର ଅଞ୍ଚଳ ଚଳ ଚଞ୍ଚଳ

September 26
18:57 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୬/୯: ଆରମ୍ଭ ହୋଇଛି ପାର୍ବଣ ଋତୁ । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଦିନୀ ମାଆ ଦୂର୍ଗା। ମାଆଙ୍କ ଆବାହନ ଲାଗି ସବୁଠି ପ୍ରସ୍ତୁତି ଜୋରଦାର ଚାଲିଛି।
ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଶ୍ରୀଶ୍ରୀ ମା’ ପାଟଖଣ୍ଡା ଦୂର୍ଗାପୂଜା ସମିତି ଆନୁକୂଲ୍ୟରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡାଙ୍କ ମନ୍ଦିର ପରିସରରେ ଥିବା ଦୂର୍ଗା ମଣ୍ଡପରେ ବହୁ ପ୍ରତିକ୍ଷିତ ପରମ୍ପରା କୁ ପାଥେୟ କରି ଜିଲ୍ଲା ପ୍ରସିଦ୍ଧ ନବରାତ୍ରୀ ଦୁର୍ଗାପୂଜା ସୋମବାର ଠାରୁ ଆରମ୍ଭ ହେବା ପରେ ସମଗ୍ର ଅଞ୍ଚଳ ଏକ ଧାର୍ମିକ ପରିବେଶ ସୃଷ୍ଟି କରିଛି।
ଏତଦ ବ୍ୟତୀତ ବାଲିଗୁଡା ତଥା ଏହାର ଆଖ ପାଖ ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଛି ମା’ଙ୍କ ନବରାତ୍ରି ଉପଚାର ପୂଜା ନୀତି । ପ୍ରତିଦିନ ରିତିନୀତି ଅନୁଯାଇ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଚଣ୍ଡୀ ପାଠ, ମହାସ୍ନାନ, ହୋମ ଓ ସୂର୍ଯ୍ୟ ପୂଜା ଯଥା ରୀତିନୀତି ଅନୁଯାଇ ଚାଲିଛି ।
ଏଥିରେ ପୂଜା କର୍ତ୍ତା ଭାବେ ସଂଗୀତା ପଣ୍ଡା ଓ ସନ୍ତୋଷ କୁମାର ପଣ୍ଡା ଦମ୍ପତିଙ୍କ ସମେତ ସମଗ୍ର ଅଞ୍ଚଳ କୁ ଶୁଦ୍ଧି କରଣ କରାଯାଇଥିଲା।
ବରିଷ୍ଠ ଦକ୍ଷ ପୁରୋହିତ ଭାବେ ପଣ୍ଡିତ ପିତାମ୍ବର ରଥ, ପୂର୍ଣ୍ଣ ଚନ୍ଦ୍ର ଶତପଥି, ହିମାଂଶୁ ଶେଖର ଦାସ, ରାମକୃଷ୍ଣ ଆଚାର୍ଯ୍ୟ, ଅଶୋକ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ନିୟମିତ ପୂଜା କାର୍ଯ୍ୟକ୍ରମ ସମ୍ପାଦନା କରୁଛନ୍ତି ।
ଏ ନେଇ ମା\’ ପାଟଖଣ୍ଡା ଙ୍କ ମନ୍ଦିର ଶକ୍ତି ପୀଠରେ ସ୍ୱତନ୍ତ୍ର ପୂଜା ବିଧି ଆରମ୍ଭ ହୋଇଛି । ପୂର୍ବ କାର୍ଯ୍ୟକ୍ରମ ଅନୁସାରେ ୨୯ ତାରିଖ ସୋମବାର‌ ଦିନ ମୃଣ୍ମୟୀ ଦେବୀଙ୍କ ସପ୍ତମୀ ପୂଜା, ୩୦ ତାରିଖ ମଙ୍ଗଳବାର ଦିନ ସନ୍ଧ୍ୟା ୫.୪୩ ମି.ଠାରୁ ୬.୩୧ମି. ପର୍ଯ୍ୟନ୍ତ ଅଷ୍ଟମୀ ପୂଜା, ଅଷ୍ଟମୀ ଭୋଗ ଓ ସନ୍ଧିପୂଜା ଆୟୋଜନ ହୋଇ ରାତ୍ର ରେ ପ୍ରସାଦସେବନର ବ୍ୟବସ୍ଥା କରାଯାଇଛି ।
ସେହିପରି ୨ ତାରିଖ ଗୁରୁବାର ଦିନ ବିଜୟା ଦଶମୀ ପୂଜା ସହ ଅପରାଜିତା ପୂଜା କରାଯିବା ପରେ ରାତ୍ରରେ ପୂର୍ଣ୍ଣାହୁତି ର କାର୍ଯ୍ୟକ୍ରମ ରହିଛି । ୦୩ ତାରିଖ ଶୁକ୍ରବାର ଠାରୁ ୦୪ ତାରିଖ ଶନିବାର ପର୍ଯ୍ୟନ୍ତ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟରେ ପୌରାଣିକ ନାଟକ ମହାଭାରତ ଗୋଟିଏ ଥଳ ଗାନ୍ଧୀ ଛକ ପାଖ ବରାଳଦେବୀ ପୀଠ ନିକଟରେ ହେବାର ଯୋଜନା ଥିବା ବେଳେ ଆଉ ଗୋଟିଏ ଥଳ ନୂଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାର୍ଶ୍ବ ଖୋଲା ପଡ଼ିଆରେ ପରିବେଷଣ କରାଯିବା ପାଇଁ ସ୍ଥିର କରାଯାଇଛି । ୦୫ ତାରିଖ ରବିବାର ଦିନ ସନ୍ଧ୍ୟାରେ ମା\’ ଦୁର୍ଗା ଙ୍କ ପ୍ରତିମୂର୍ତ୍ତି ବିସର୍ଜନ କରାଯିବ ବୋଲି ସମିତି ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ପୂଜାକୁ ସୁରୁଖୁରୁରେ ସମାପନ କରିବା ଲାଗି ପୂଜା କମିଟି ସହ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ବିଷୟ ପୂଜା କମିଟିର ସଭାପତି ସନ୍ୟାସୀ ପାତ୍ର ଓ ସମ୍ପାଦକ ସୁଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।
ଏଥିରେ ସମିତି ର ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031