Indus Valley Times

ବାଲିଗୁଡା ସଫେଇ କର୍ମଚାରୀଙ୍କୁ ଆକ୍ରମଣ

 Breaking News

ବାଲିଗୁଡା ସଫେଇ କର୍ମଚାରୀଙ୍କୁ ଆକ୍ରମଣ

July 30
22:42 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୩୦/୭: ବାଲିଗୁଡା ଏନଏସିର ଜଣେ ସଫେଇ କର୍ମଚାରୀଙ୍କୁ ଜଳଖିଆ ଦୋକାନୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ବାଲିଗୁଡା ଥାନାରେ ।ସୁଚନା ପ୍ରକାରେ ଜଣେ ସଫେଇ କର୍ମଚାରୀ ଆକାଶ ନାୟକ ବାଲିଗୁଡା
ମେଡିକାଲ ସମ୍ମୁଖରେ ଥିବା ଜଳଖିଆ ଦୋକାନର ମାଲିକ ପ୍ରଶନ ସାବତଙ୍କୁ କହିଥିଲେ ଯେ ଜଳଖିଆ ପତ୍ର ଗୁଡାକ ଡଷ୍ଟପିନରେ ନପକାଇ ବାହାରେ ପକାଉଛୁ କହି ବାରଣ କରିଥିବାରୁ ତାଙ୍କ ଉପରେ ଗରମ ତେଲ ପକାଇଦେଇଥିଲେ ଯାହାଫଳରେ ତାଙ୍କ ହାତ ଓ ବେକରେ ତେଲଛିଟାପଡିଥିଲା ଏହାପରେ ସଫେଇ କର୍ମଚାରୀ ଜଣଙ୍କ ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ପ୍ରାଥମିକ ଚିକିତ୍ସା କରାଇଛନ୍ତି ।
ଏହାପରେ ସମସ୍ତ ସଫେଇ କର୍ମଚାରୀ ମାନେ ଏକତ୍ରିତ ହୋଇ ଥାନାକୁ ଯାଇ ଆମକୁ ଆକର୍ଷମୁଳକଭାବେ ଆକ୍ରମଣ କରିବା ନିନ୍ଦନୀୟ ଆମକୁ ସୁରକ୍ଷା ଦିଆଯାଉ ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉବୋଲି କହିଥିଲେ ,ଏହାପରେ ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ଉପଜିଲ୍ଲାପାଳଙ୍କୁ ଘଟଣା ସମ୍ବନ୍ଧରେ କହିଥିଲେ ଉପଜିଲ୍ଲାପାଳ ଡା ରୀନା ପ୍ରଧାନ ସଫେଇ କର୍ମଚାରୀ ମାନଙ୍କୁ ବୁଝାଇବା ସହ ଜଳଖିଆ ଦୋକାନୀଙ୍କୁ ମଧ୍ୟ ବୁଝାଇଥିଲେ ଆଗକୁ ଯେପରି ଏମିତି ନହେବ କହି ବୁଝାଇବା ପରେ ସଫେଇ କର୍ମଚାରୀ ମାନେ କାମରେ ଯୋଗ ଦେଇଥିଲେ ।
ବାଲିଗୁଡା: ଡ୍ରେନ ଉପରୁ ଉଛେଦ
ବାଲିଗୁଡା,୩୦/୭ : ବାଲିଗୁଡା ସହରର ଡ୍ରେନ ଉପରେ ପକାଇଥିବା ଉଠା ଦୋକାନୀ ଓ ଅନ୍ୟ ଦୋକାନୀ ମାନେଡ୍ରେନ ଉପରେ ନିଜ ଦୋକାନ କବଜା କରି ସାମଗ୍ରୀ ରଖିଥିବା କୁ ନେଇ ଆଜି ପ୍ରଶାସନ ତରଫରୁ ଉଛେଦ ପକ୍ରିୟା ଆରମ୍ଭ ହୋଇଛି । ବସଷ୍ଟାଣ୍ଡ ଠାରୁ ଏହି ପକ୍ରିୟା ଆରମ୍ଭ ହୋଇଛି ।
ଏହି ଉଛେଦ ସମୟରେ ଉପଜିଲ୍ଲାପାଳ ନିଜେ ଉପସ୍ଥିତ ରହି ଉଛେଦ କରାଯାଉଛି । ଡ୍ରେନ ଉପରେ ପକାଇଥିବା ଉଠାଦୋକାନୀ ଓ ଅନେକ ଦୋକନ ନିଜିଜ ସାମଗ୍ରୀ କାଡି ଦେଇଛନ୍ତି ଓ ପ୍ରଶାସନ ତରଫରୁ ମଧ୍ୟ ଡ୍ରେନ ଉପରେ ଥିବା ଦୋକାନ ଓ ଟିଣ ଅଦିକୁ କଡାଯାଇଛି ।କିନ୍ତୁ ବଣିକ ସଂଘ ତରଫରୁ ଏହାକୁ ଉପଜିଲ୍ଲାପାଳଙ୍କୁ କହିଛନ୍ତି ଯେ ଆମକୁ ଆଉ କିଛି ଦିନ ସମୟ ଦିଅ ତାପରେ ଆମେ ନିଜେ ଡ୍ରେନ ଉପରେ ଥିବା ଟିଣ ଓ ଜରିପାଲକୁ କାଡି ଦେବୁ ।
ଉପଜିଲ୍ଲାପାଳ ଡା ରୀନା ପ୍ରଧାନ କହିଛନ୍ତି ଡ୍ରେନ ଉପରୁ ଦୋକାନ ହଟାଇବାକୁ ଆମେ ଦଶଦିନ ପୁର୍ବରୁ ସଚେତନ କରିବା ସହ ସମସ୍ତଙ୍କୁ ଆମେ ଜଣାଇଛୁ,ଯେହେତୁ ବର୍ତମାନ ବର୍ଷା ଦିନ ଚାଲିଛି ଡ୍ରେନ ଜାମ ହେବାର ସମ୍ଭାବନା ରହିଛି,ତେଣୁ ଆମେ ଡ୍ରେନକୁ ସଫା କରିପାରୁନୁ, ଡ୍ରେନ ଉପରେ ଦୋକାନ ପକାଇବା ଫଳରେ ଗହଳି ହୋଇ ଟ୍ରାଫିକ ସମସ୍ୟା ଉପୁଜୁଛି .କିଛି ଦୁର୍ଘଟଣା ବି ଘଟିଛି,ତେଣୁ ଦଶଦିନ ତଳେ ଡ୍ରେନ ଉଛେଦ କରାହେବ ବୋଲି କହିଥିଲୁ ତେଣୁ ଆଜି ଏହି ପକ୍ରିୟା ଜାରି ରହିଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031