Indus Valley Times

ବାହାଡାଝୋଲା ସମବାୟ ସମିତି ର ଦାୟିତ୍ଵ ଗ୍ରହଣ କଲେ ନବନିର୍ବାଚିତ ସଭାପତି ସୂର୍ଯ୍ୟ ନାରାୟଣ ସାହୁ

 Breaking News

ବାହାଡାଝୋଲା ସମବାୟ ସମିତି ର ଦାୟିତ୍ଵ ଗ୍ରହଣ କଲେ ନବନିର୍ବାଚିତ ସଭାପତି ସୂର୍ଯ୍ୟ ନାରାୟଣ ସାହୁ

July 13
11:24 2022

ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ

ନୟାଗଡ଼, ୧୩/୭: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ବାହାଡ଼ାଝୋଲା ପଞ୍ଚାୟତର ବାହାଡାଝୋଲା ସେବାସମବାୟ ସମିତି ର ଅପ୍ରତିଦ୍ଵନ୍ଦୀ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ନୂତନ ସଭାପତି ସୂର୍ଯ୍ୟନାରାୟଣ ସାହୁ ବାହାଡ଼ା ଝୋଲା ସେବାସମବାୟ ସମିତି ର ଦାୟିତ୍ଵ ଗ୍ରହଣ କରିଛନ୍ତି।
ଏଥିନେଇ ସେବାସମବାୟ ସମିତି ପରିସରରେ ଆୟୋଜିତ ଏକ ସମାରୋହରେ ନବନିର୍ବାଚିତ ସଭାପତି ଶ୍ରୀ ସାହୁ ଙ୍କ ସମେତ ଉପସ୍ଥିତ ସମସ୍ତ ନବନିର୍ବାଚିତ ଡାଇରେକ୍ଟର ମାନଙ୍କୁ ସମିତିର ସମ୍ପାଦକ ବିଷ୍ନୁ ପ୍ରସାଦ ନିଶଙ୍କ ଓ ସମିତିର ଅନ୍ୟ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ବାଗତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବାହାଡାଝୋଲା ର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ସମେତ ନବନିର୍ବାଚିତ ସଭାପତି ସୂର‌୍ୟ୍ୟନାରାୟଣ ସାହୁଙ୍କ ଶିକ୍ଷାଗୁରୁ ଶ୍ରୀ ଗୋଲଖ ବିହାରୀ ସାହୁ ଓ ଶ୍ରୀ ଭୋବନି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ସଭାପତି ଶ୍ରୀ ସାହୁ ବାହାଡା ଝୋଲା ସେବାସମବାୟ ସମିତିର ସର୍ବାଙ୍ଗୀନ ଉନ୍ନତି ସହିତ ଜିଲ୍ଲାରେ ଏକ ଅଗ୍ରଣୀ ସମିତି ଭାବେ ଗଢିତୋଳିବା ନିମନ୍ତେ ଉପସ୍ଥିତ ସମସ୍ତ ଡାଇରେକ୍ଟର, ସଭ୍ୟ ସଭ୍ୟା ଙ୍କ ସହଯୋଗ କାମନାକରିବା ସହିତ ନିଜ ସିକ୍ଷାଗୁରୁଙ୍କ ଠାରୁ ଆଶ୍ରିବାଦ ନେଇ ସମିତିର ଦାୟିତ୍ଵ ଗ୍ରହଣ କରିଛନ୍ତି।

ପ୍ରକାଶ ଥାଉକି ସଭାପତି ଶ୍ରୀ ସାହୁ ନୟାଗଡ଼ ଜିଲ୍ଲାର ଜଣେ ଅଗ୍ରଣୀ ଆଦର୍ଶ ଚାଷୀ ଭାବରେ ରାଜ୍ୟ ସରକାରଙ୍କ କୃଷିବିଭାଗ ପକ୍ଷରୁ ପୁରସ୍କୃତ ହୋଇଛନ୍ତି।
ସେବାସମବାୟା ସମିତି ମୁଖ୍ୟତଃ କୃଷି ଓ କୃଷକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଥିବାରୁ,ଆଗାମୀ ଦିନରେ ଜଣାପଡ଼ିବ ଆଦର୍ଶ କୃଷକ ପୁରସ୍କାର ପ୍ରାପ୍ତ ନୂତନ ସଭାପତି ଶ୍ରୀ ସାହୁ ବାହାଡା ଝୋଲା ପଞ୍ଚାୟତର କୃଷି ଓ କୃଷକଙ୍କ ଉନ୍ନତି ପାଇଁ କଣ ପଦକ୍ଷେପ ନେଉଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031