Indus Valley Times

ବାହାନଗା ଟ୍ରେନ୍ ଟ୍ରାଜେଡିକୁ ବର୍ଷେ, ମନରୁ ଲିଭିନି ସେହି କାଳ ରାତିର କରାଳ ରୂପ

 Breaking News

ବାହାନଗା ଟ୍ରେନ୍ ଟ୍ରାଜେଡିକୁ ବର୍ଷେ, ମନରୁ ଲିଭିନି ସେହି କାଳ ରାତିର କରାଳ ରୂପ

ବାହାନଗା ଟ୍ରେନ୍ ଟ୍ରାଜେଡିକୁ ବର୍ଷେ, ମନରୁ ଲିଭିନି ସେହି କାଳ ରାତିର କରାଳ ରୂପ
June 02
10:42 2024

ବାଲେଶ୍ୱର,୨/୬ : ବାଲେଶ୍ୱର ଜିଲା ବାହାନଗା ଟ୍ରେନ ଟ୍ରାଜେଡିକୁ ବର୍ଷେ ପୂରିଛି। ୨୦୨୩ ଜୁନ୍ ୨ ତାରିଖ ଶୁକ୍ରବାର ଅପରାହ୍ନ ୫ଟା ୪୦ ମିନିଟ୍। ଏହି ସମୟରେ ଘଟିଥିଲା ଭୟଙ୍କର ରେଳ ଦୁର୍ଘଟଣା। ସ୍ତବ୍ଧ ହୋଇ ଯାଇଥିଲା ସାରା ଭାରତ। ସେହି କାଳ ରାତିରେ ଉଚ୍ଛନ୍ନ ହୋଇଥିଲା ଅନେକ ସଂସାର। ରକ୍ତରଞ୍ଜିତ ହୋଇଥିଲା ଦୁର୍ଘଟଣାସ୍ଥଳ। ଯାତ୍ରୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଏଣେତେଣେ ପଡିଥିବା ଦେଖାଯାଇଥିଲା। ୨୯୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ସେହି ଛାତିଥରା ଦୁର୍ଘଟଣାକୁ ନେଇ ସ୍ବତନ୍ତ୍ର ପ୍ରତିବେଦନଟ୍ଟ
ରେଳ ଦୁର୍ଘଟଣା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାହାନଗା ରେଳଷ୍ଟେଶନ ବିକାଶ, ଏକ ନୂତନ ଏକ୍ସପ୍ରେସ ଟ୍ରେନ୍ ରହିବା, ଷ୍ଟେଶନକୁ ଯିବା ପାଇଁ ଭଲ ରାସ୍ତା, ବାହାନଗା ପଞ୍ଚାୟତର ଆଖପାଖ ଗ୍ରାମକୁ ଉନ୍ନତୀକରଣ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ା କେବଳ ୨ କୋଟି ଟଙ୍କା ଆସିଥିଲେ ମଧ୍ୟ ଅଦ୍ୟାବଧି ୧କୋଟି ଟଙ୍କାରେ ପଞ୍ଚାୟତରେ କିଛି କାମ ହୋଇଛି। ଅବଶିଷ୍ଟ କାମ ଆଗେଇପାରୁନାହିଁ।
ସେହିପରି ବାହାନଗାଠାରେ ଥିବା ଏକ ହସ୍ପିଟାଲକୁ ରେଳବିଭାଗ ଉନ୍ନତୀକରଣ କରିବା ପାଇଁ ଘୋଷଣା କରିଥିଲେ ମଧ୍ୟ କୌଣସି କାମ ଏପର‌୍ୟ୍ୟନ୍ତ ହୋଇନାହିଁ। ଷ୍ଟେଶନକୁ ଯିବା ପାଇଁ ଭଲ ରାସ୍ତା ନାହିଁ ା କେବଳ ବାହାନଗା ଷ୍ଟେଶନର ଦୁର୍ଘଟଣାସ୍ଥଳର ଫାଟକ ଦୁଇ ପାର୍ଶ୍ୱରେ ଦୁଇଟି ହାଇମାଷ୍ଟ ଲାଇଟ୍ ଲାଗିଛି। ଲୁପ୍ ଲାଇନ୍, ରେଳଟ୍ରାକ୍ ଓ ସିଗନାଲ୍ ପଏଣ୍ଟ ସବୁ ମରାମତି ହେବା ସହିତ ଡିଜିଟାଲାଇଜ୍ କରାଯାଇଛି। ଷ୍ଟେଶନରେ ସମସ୍ତ ଷ୍ଟାଫ୍ ନୂଆ ଆସିଥିବା ବେଳେ କେବଳ ଷ୍ଟେଶନ ମ୍ୟାନେଜର ହିଁ ପୁରୁଣା ଅଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031