Indus Valley Times

ବାହୁଡ଼ା ଯାତ୍ରା ଶୀଘ୍ର ସମ୍ପର୍ଣ୍ଣ କରିବା ପାଇଁ ପ୍ରସ୍ତୁତି ବୈଠକ

 Breaking News

ବାହୁଡ଼ା ଯାତ୍ରା ଶୀଘ୍ର ସମ୍ପର୍ଣ୍ଣ କରିବା ପାଇଁ ପ୍ରସ୍ତୁତି ବୈଠକ

ବାହୁଡ଼ା ଯାତ୍ରା ଶୀଘ୍ର ସମ୍ପର୍ଣ୍ଣ କରିବା ପାଇଁ ପ୍ରସ୍ତୁତି ବୈଠକ
July 04
10:39 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୪/୭ : ଗୁରୁବାର ସର୍କିଟ ହାଉସ୍ ଠାରେ ବାହୁଡା଼ ଯାତ୍ରା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେବୋତ୍ତର ଅଧିକାରୀ ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ ଙ୍କ ଆବାହକତ୍ଵରେ ଆଲୋଚନା ହୋଇଥିଲା ।
ବାହୁଡା଼ ଯାତ୍ରା ଦିନ ସନ୍ଧ୍ୟା ପୂର୍ବରୁ ରଥ ଟାଣିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ବ୍ରାହ୍ମଣ ସମାଜ ଓ ସଙ୍କୀର୍ତ୍ତନ ମଣ୍ଡଳୀ ଦିନ ୧୧ ଘଣ୍ଟା ପୂର୍ବରୁ ଠାକୁରଙ୍କ ନିତିକାନ୍ତି ସାରି ପହଣ୍ଡି ବିଜେ ଆରମ୍ଭ କରିବାକୁ ସହମତି ପ୍ରକାଶ ପାଇଥିଲା ।
ଅପରାହ୍ନ ୪ ଘଣ୍ଟାରେ ରଥାରୂଢ଼ ହେବାପରେ ଛେରାପହଁରା ଓ ରଥଛୁଆଁ ପରମ୍ପରା ଅନୁଷ୍ଠିତ ହେବ । ଅପରାହ୍ନ ୫ ଘଣ୍ଟା ସମୟରେ ରଥଟଣା ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
ଆଜିର ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ,ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଜ଼ିଲ୍ଲା କ୍ରୀଡ଼ା ଅଧିକାରୀ ସୁଦାମ ଚରଣ ସ୍ୱାଇଁ, ଆଦର୍ଶ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି, ଅତିରିକ୍ତ ତହସିଲଦାର କୁମୁଦ ଚନ୍ଦ୍ର ଦଳବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ବୌଦ୍ଧ ଜିଲ୍ଲା ବ୍ରାହ୍ମଣ ସମାଜ, ମନ୍ଦିର ପରିଚାଳନା କମିଟି, ସଙ୍କୀର୍ତ୍ତନ ମଣ୍ଡଳୀ ର ସଦସ୍ୟମାନେ ଉପସ୍ଥିତ ରହିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031