Indus Valley Times

ବିକାଶର ଧାରା ଓଡ଼ିଶା ସାରା, ଦ୍ୱିତୀୟ ଦିବସରେ ଜିଲ୍ଲା ସ୍ତରୀୟ ଜୈବିକ କୃଷି କର୍ମଶାଳା

 Breaking News

ବିକାଶର ଧାରା ଓଡ଼ିଶା ସାରା, ଦ୍ୱିତୀୟ ଦିବସରେ ଜିଲ୍ଲା ସ୍ତରୀୟ ଜୈବିକ କୃଷି କର୍ମଶାଳା

ବିକାଶର ଧାରା ଓଡ଼ିଶା ସାରା, ଦ୍ୱିତୀୟ ଦିବସରେ ଜିଲ୍ଲା ସ୍ତରୀୟ ଜୈବିକ କୃଷି କର୍ମଶାଳା
June 13
21:53 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୩/୬ : ଜିଲ୍ଲା ସଦର ମହକୁମା ଜୟୀ ରାଜଗୁରୁ ଟାଉନ୍ ହଲ୍ ଓ ସଦର ତହସିଲ ପରିସରରେ ଆରମ୍ଭ ହୋଇଥିବା ତିନିଦିନିଆ ବିକାଶର ଧାରା ଓଡ଼ିଶା ସାରା, ଖୋରଧା ଜିଲ୍ଲାସ୍ତରୀୟ ସମ୍ମିଳନୀ ଆଜି ଦ୍ୱିତୀୟ ଦିବସ ପୂର୍ବାହ୍ନରେ ଟାଉନ୍ ହଲଠାରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଜୈବିକ କୃଷି କର୍ମଶାଳା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ମନୋରଞ୍ଜନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।
ଜୈବିକ କୃଷି ର ମୂଳ ଧାରଣ ଓ ଗୁରୁତ୍ଵ, ମୂର୍ତ୍ତିକା ସ୍ଵାସ୍ଥ୍ୟ ପରିଚାଳନା, ଜୈବିକ ସାର ଓ ଜୈବ କୀଟନାଶକ ବ୍ୟବହାର, ପ୍ରାକୃତିକ ଚାଷ ପ୍ରଣାଳୀ, ଜୈବିକ ପ୍ରମାଣୀକରଣ ଓ ବଜାର ସୁଯୋଗ ଏବଂ ସଫଳ ଚାଷୀଙ୍କ ଅନୁଭୂତି ବିନିମୟକୁ ନେଇ ଅନୁଷ୍ଠିତ ହୋଇଯାଇଛି ।
ଦିବସର କର୍ମଶାଳାରେ ସହକାରୀ ନିର୍ଦ୍ଦେଶିକା, ଉଦ୍ୟାନ କୃଷି ଶ୍ରେୟା ଶାଶ୍ଵତୀ, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ,, ସଦାଶିବ ମହାପାତ୍ର, ମୁର୍ତ୍ତିକା ସଂରକ୍ଷଣ ଅଧିକାରୀ, ଶ୍ରୁତି ନନ୍ଦ, କୃଷି ଜିଲ୍ଲା ଅଧିକାରୀ ସୁବ୍ରତ ରଥ, ସହକାରୀ ନିବନ୍ଧକ, ସମବାୟ ସମିତି, ବି ମହାରଣା, ବ୍ଲକ୍ ପଶୁ ଚିକିତ୍ସା ଅଧିକାରୀ, ଡାକ୍ତର ପ୍ରଜ୍ଞା ହରିଚନ୍ଦନ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ କୁ ଆଗେଇ ନେଇ ଖୋରଧା ଜିଲ୍ଲାକୁ ସମଗ୍ର ରାଜ୍ୟରେ ଏକ ନମ୍ବର କରିବା ସହ ବିକଶିତ ଓଡ଼ିଶା ଗଠନ ୨୦୩୬ କୁ ସାକାର କରିବା ପାଇଁ ଅତିଥି ମାନେ ଚାଷୀ କୃଷକ ମାନଙ୍କୁ ଆଧୁନିକ ଯନ୍ତ୍ରପାତି ବ୍ୟବହାର ସହ ଜୈବ ବିବିଧତା ପଦ୍ଧତିରେ ଚାଷ କାର୍ଯ୍ୟ କରି ମାଟି ମା\’ର ସୁରକ୍ଷା ଓ ସ୍ଵାସ୍ଥ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଅତିଥି ମାନେ କହିଥିଲେ ମାଟି ମା\’ ର ସୁରକ୍ଷା ହେଲେ କୃଷି ବଞ୍ଚିବ ।
ସେହିପରି କୃଷିଜାତ ଦ୍ରବ୍ୟ ସାମଗ୍ରୀର ବଜାର ବିପଣନ ଦିଗରେ ଓମ୍ଫେଡ, ନାଫେଡ ର ସହଭାଗିତା ଏବଂ ସମବାୟ ବିଭାଗ କମନ୍ ସର୍ଭିସ୍ କେନ୍ଦ୍ରର ସୁବିଧା ନେବାକୁ ସମବାୟ ବିଭାଗ ପକ୍ଷରୁ ଚାଷୀଙ୍କୁ ସଚେତନତା କରାଯାଇଥିଲା । ଉଦ୍ୟାନ କୃଷି ର ସଫଳତା ବିଭିନ୍ନ ଚାଷ ଫୁଲ ଚାଷ, ପନିପରିବା ଚାଷ, ଛତୁ ଚାଷ, ଅମୃତ ଭଣ୍ଡା, କଦଳୀ ଚାଷ, ଜିଆଖତ ଟାଙ୍କି ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସବସିଡ ଓ ଏହାର ଫାଇଦା ନେବା ଦିଗରେ ସହକାରୀ ନିର୍ଦ୍ଦେଶିକା, ଉଦ୍ୟାନ କୃଷି ଶ୍ରେୟା ଶାଶ୍ଵତୀ ତଥ୍ୟ ପ୍ରଦାନ କରିଥିଲେ ।
ସବୁଜ ସାର ଏବଂ ଜୈବିକ ସାର ଉପଯୋଗ କ୍ଷେତ୍ରରେ କୃଷି ଜିଲ୍ଲା ଅଧିକାରୀ ଗୁରୁତ୍ୱାରୋପ କରିଥିଲେ ।
ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବିଭିନ୍ନ ବ୍ଲକର ଉଲ୍ଲେଖନୀୟ ଅବଦାନ ପାଇଁ ଚାଷୀ ଙ୍କୁ ସଂମ୍ମାନୀତ କରାଯାଇଥିଲା। ସେହିପରି ବିଶ୍ଵନାଥ ସାହୁ, କବିରାଜ ସାମନ୍ତ ସିଂହାର, ଜିତେନ୍ଦ୍ର ଆଚାର୍ଯ୍ୟ, ଦେବେନ୍ଦ୍ର ପ୍ରଧାନ, ଶ୍ରୀନିବାସ ପ୍ରଧାନଙ୍କୁ ମାଟି ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା ।
ଶେଷରେ ସହକାରୀ ନିର୍ଦ୍ଦେଶକ, କୃଷି, ବ୍ରଜ କିଶୋର ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ । ମଞ୍ଚ ପରିଚାଳନା କୃଷି ବୈଷୟିକ ପରିଚାଳିକା ଚିନ୍ମୟୀ ତ୍ରିପାଠୀ ସମ୍ପାଦନ କରିଥିଲେ ।
ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ସମସ୍ତ ବ୍ଲକ୍ କୃଷି ଅଧିକାରୀ, କୃଷି କର୍ମଚାରୀ, ଜନ ପ୍ରତିନିଧି, ଚାଷୀ ଓ କୃଷକ ସମେତ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31