Indus Valley Times

ବିକୃତ ଗଣେଷ ମୁର୍ତ୍ତି ତିଆରି ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେଲେ ହାଇକୋର୍ଟ

 Breaking News

ବିକୃତ ଗଣେଷ ମୁର୍ତ୍ତି ତିଆରି ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେଲେ ହାଇକୋର୍ଟ

ବିକୃତ ଗଣେଷ ମୁର୍ତ୍ତି ତିଆରି ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେଲେ ହାଇକୋର୍ଟ
August 29
18:12 2022

କଟକ, ୨୯/୮: କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଲେ ହାଇକୋର୍ଟ। ବିକୃତ ମୂର୍ତ୍ତି ନିର୍ମାଣ ନେଇ ଆବଶ୍ୟକ ନିଷ୍ପତ୍ତି ଓ ପଦକ୍ଷେପ ପୁଲିସ୍ ପ୍ରଶାସନ ଉପରେ ଛାଡ଼ିଦେଲେ ହାଇକୋର୍ଟ। ଗତକାଲି ବିବାଦ ଦେଖାଦେଇଥିବା ବେଳେ ଆଜି ଏହି ନିଷ୍ପତ୍ତି ଆସିଛି।
ସୂଚନା ଥାଉକି, କଟକରେ ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ ପ୍ରସ୍ତୁତିକୁ ନେଇ ବିବାଦ ଦେଖା ଦେଇଥିଲା। ଅଭିଯୋଗକୁ ଭିତ୍ତି କରି ବିକୃତ ମୂର୍ତ୍ତିକୁ ପୂଜା ପେଣ୍ଡାଲକୁ ପଠାଇବା ଲାଗି ବାରଣ କରିଥିଲା ପୁଲିସ୍। ମୂର୍ତ୍ତି କାରିଗରଙ୍କୁ ଥାନାକୁ ଡାକି ତାଗିଦ୍ କରିଥିଲା। ପୁଲିସ୍ ବାରଣକୁ ଚ୍ୟାଲେଞ୍ଜ କରି ମୂର୍ତ୍ତି କାରିଗର ହାଇକୋର୍ଟ ଯାଇଥିଲେ।
ସେପଟେ ବିକୃତ ଗଣେଶ ମୂର୍ତ୍ତିକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଉଭୟ ମୂର୍ତ୍ତି କାରିଗର ଓ କ୍ଲବଗୁଡ଼ିକୁ ପୁନଃ ସଚେତନ ହେବାକୁ କହିଛନ୍ତି କଟକ ଡିସିପି ପିନାକ ମିଶ୍ର। ମଣ୍ଡପରେ ଏଭଳି ମୂର୍ତ୍ତି ପ୍ରତିଷ୍ଠା ନକରିବାକୁ ଅପିଲ କରିଛନ୍ତି ଡିସିପି।
ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ହାଇକୋର୍ଟକୁ କଥା ଯିବା ପରେ ପୁଲିସ ପକ୍ଷରୁ ସରକାରୀ ଓକିଲଙ୍କ ଜରିଆରେ ଉପୁଜିଥିବା ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଅବଗତ କରାଯାଇଥିଲା।
ଯାହା ପରେ ହାଇକୋର୍ଟ ପୁଲିସ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି। ପୁଲିସ ସବୁବେଳେ ଏଭଳି ମୂର୍ତ୍ତି ନିର୍ମାଣ ନ କରିବାକୁ ଅନୁରୋଧ କରିଆସିଛି।
କୌଣସି ସ୍ଥାନରେ ଏଭଳି ମୂର୍ତ୍ତି ନିର୍ମାଣ ହେଉଥିଲେ କିମ୍ବା ମଣ୍ଡପରେ ବସୁଥିଲେ, ଯଦି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ତେବେ ତାଙ୍କ ବିରୋଧରେ ପଦକ୍ଷେପ ନିଆଯିବ। ଧାର୍ମିକ ଭାବନାରେ ଆଘାତ ପହଞ୍ଚାଇବା ଭଳି କାର‌୍ୟ୍ୟକୁ ଗ୍ରହଣ କରାଯିବନି ବୋଲି ସେ କହିଛନ୍ତି।
ଖାଲି କଟକ କାହିଁକି, ରାଜ୍ୟର ବିଭିନ୍ନ ସ୍ଥାନରେ ଗଣେଶଙ୍କ ବିକୃତ ତଥା ବିଦ୍ରୁପ ମୂର୍ତ୍ତି ତିଆରି କରାଯାଉଛି। କେଉଁଠି ବିଘ୍ନ ବିନାଶକଙ୍କ ରୁଦ୍ର ରୂପ ତ କେଉଁଠି ମୂର୍ତ୍ତିରେ ଗଜାନନ ସିଂହ ଉପରେ ବିରାଜମାନ କରିଛନ୍ତି।
ପୁଣି କେଉଁଠି ଗଣେଶ ଘୋଡ଼ା ଉପରେ ବସିଛନ୍ତି ତ ଆଉ କେଉଁଠି ଗରୁଡ଼ ଉପରେ। ମୂର୍ତ୍ତି କାରିଗରମାନେ ନିଜ ମନଇଚ୍ଛା ଏବଂ ଲୋକଙ୍କ ବରାଦିରେ ଏଭଳି ମୂର୍ତ୍ତି ତିଆରି କରୁଛନ୍ତି। ଯାହାକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯିବା ସହ ପୁଲିସରେ ଅଭିଯୋଗ ପରେ ମୂର୍ତ୍ତି ନିର୍ମାଣ ବିବାଦ ଉପୁଜିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031