Indus Valley Times

ବିଜାପୁରରେ ୨୨ନକ୍ସଲଙ୍କ ଆତ୍ମସମର୍ପଣ, ମୁଣ୍ଡ ଉପରେ ଘୋଷଣା ଥିଲା ପୁରସ୍କାର ରାଶି

 Breaking News

ବିଜାପୁରରେ ୨୨ନକ୍ସଲଙ୍କ ଆତ୍ମସମର୍ପଣ, ମୁଣ୍ଡ ଉପରେ ଘୋଷଣା ଥିଲା ପୁରସ୍କାର ରାଶି

March 23
20:34 2025

ବିଜାପୁର, ୨୩/୩ : ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲା ପୁଲିସ ନିକଟରେ ୨୨ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଗତ ୨୦ ତାରିଖରେ ବିଜାପୁର ପୁଲିସ ୨୬ ଜଣ ନକ୍ସଲଙ୍କୁ ମାରିବା ପରେ ସଂଗଠନରେ ହଡକମ୍ପ ମଚିଥିଲା। ନକ୍ସଲ ମୃତ୍ୟୁକୁ ଭୟ କରିବା ସହ ସଂଗଠନ ଛାଡିବା ପାଇଁ ଆଗେଇ ଆସିଥିଲେ।
ନକ୍ସଲ ସଂଗଠନରେ ନର‌୍ୟାତନା ଏବଂ ପୁଲିସର ଘନ ଘନ ଚଢାଉରେ ନକ୍ସଲଙ୍କର ମୃତ୍ୟୁ ଅନ୍ୟ ନକ୍ସଲମାନଙ୍କୁ ଭୟଭିତ କରାଇଛି। ଆନ୍ଧ୍ର ଓଡିଶା ବଡର ଡିଭିଜନ ଏବଂ ତେଲେଙ୍ଗାନା ଷ୍ଟେଟ ଏରିଆ କମିଟିର ୨୨ ଜଣ ନକ୍ସଲ ଜିଲ୍ଲା ପୁଲିସ ଏବଂ ଆଇଜି ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୧ ଜଣଙ୍କ ନାମରେ ୬ ଲକ୍ଷ ଟଂକାର ପୁରସ୍କାର ରାଶି ରହିଥିଲା।
୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ଦେଶରୁ ହଟିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରିଥିବା ଘୋଷଣା ଧୀରେଧୀରେ ସଫଳତା ଆଡକୁ ମୁହାଁଉଥିବା ଦେଖିବାକୁ ମିଳିଛି। ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କୁ ପ୍ରଶାସନ ୨୫ ହଜାର ଟଂକା ଲେଖାଏଁ ସହାୟତା ପ୍ରଦାନ କରିବା ସହ ଆତ୍ମନିର୍ଭରଶୀଳ କରାଯିବା ବୋଲି କହିଛି। ଏବେ ବି ସମୟ ଅଛି ବୋଲି ପୁଲିସ କହିଛି। ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାନ୍ତୁ ବୋଲି ପୁଲିସ କହିଛି।
ସୂଚନାଯୋଗ୍ୟ, ଗତ ୨୦ ତାରିଖ ଦିନ ଛତିଶଗଡ଼ରେ ଗୋଟିଏ ଦିନରେ ନକ୍ସଲଙ୍କୁ ଲାଗିଛି ଡବଲ୍ ଝଟ୍‌କା। ଡବଲ୍ ଏନ୍‌କାଉଣ୍ଟର୍‌ରେ ନିହତ ହୋଇଛନ୍ତି ୩୦ ନକ୍ସଲ। ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ହୋଇଥିବା ଏହି ଅପରେସନ୍‌ରେ ଜଣେ ଡିଆର୍‌ଜି ଯବାନ ସହିଦ ହୋଇଛନ୍ତି। ଚଳିତ ବର୍ଷର ଏହି ଅପରେସନ୍‌ରେ ସୁରକ୍ଷାକର୍ମୀଙ୍କୁ ଦ୍ବିତୀୟ ବଡ଼ ସଫଳତା ମିଳିଛି। ପୂର୍ବରୁ ଫେବ୍ରୁଆରି ୯ରେ ବିଜାପୁର ଜିଲ୍ଲା ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ନକ୍ସଲ ନିହତ ହୋଇଥିଲେ। ଅପରେସନ୍ ସଂପର୍କରେ ବସ୍ତର ଆଇଜି ପି. ସୁନ୍ଦରରାଜ ଗଣମାଧ୍ୟମକୁ କହିଥିଲେ ନକ୍ସଲଙ୍କ ଗତିବିଧି ସଂପର୍କରେ ସୂଚନା ମିଳିବା ପରେ ଡିଆର୍‌ଜି, ଏସ୍‌ଟିଏଫ୍ ଏବଂ ବସ୍ତର ଫାଇଟର୍ସ ଅପରେସନ୍ ଆରମ୍ଭ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031