Indus Valley Times

ବିଜୁଳି ବିଲ୍ ଚାପରୁ ମୁକ୍ତି ଦେଉଛି ପିଏମ୍-ସୂର୍ଯ୍ୟର ଯୋଜନା,- ସୋଲାର ପ୍ୟାନେଲ ସ୍ଥାପନା ପାଇଁ ବଢୁଛି ଉପଭୋକ୍ତାଙ୍କ ଆଗ୍ରହ

 Breaking News

ବିଜୁଳି ବିଲ୍ ଚାପରୁ ମୁକ୍ତି ଦେଉଛି ପିଏମ୍-ସୂର୍ଯ୍ୟର ଯୋଜନା,- ସୋଲାର ପ୍ୟାନେଲ ସ୍ଥାପନା ପାଇଁ ବଢୁଛି ଉପଭୋକ୍ତାଙ୍କ ଆଗ୍ରହ

ବିଜୁଳି ବିଲ୍ ଚାପରୁ ମୁକ୍ତି ଦେଉଛି ପିଏମ୍-ସୂର୍ଯ୍ୟର ଯୋଜନା,- ସୋଲାର ପ୍ୟାନେଲ ସ୍ଥାପନା ପାଇଁ ବଢୁଛି ଉପଭୋକ୍ତାଙ୍କ ଆଗ୍ରହ
June 01
10:33 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର, ୩୦/୫: ଏବେ ବିଜୁଳି ବିଲ୍ ର ଚିନ୍ତାରୁ ମୁକ୍ତି। ସୂର୍ଯ୍ୟଶକ୍ତିରେ ଜଳିବ ଘରର ବିଜୁଳି ବତୀ। ଚାଲିବ ପଙ୍ଖା। ଆଉ ଘରର ସବୁ ବୈଦ୍ୟୁତିକ ଉପକରଣ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଘର ଛାତରେ ସୋଲାର ପ୍ୟାନେଲ ସ୍ଥାପନାକୁ ପ୍ରୋତ୍ସାହିତ କରିବା ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏନଓଡିଏଲ୍) ବିଶେଷ ଗୁରୁତ୍ଵ ଦେଉଛି ।
ପିଏମ ସୂର୍ଯ୍ୟ ଘର ପୋର୍ଟାଲରେ ପଂଜିକରଣ ପରେ ନିଶ୍ଚିନ୍ତରେ ପ୍ରକଳ୍ପ ଯୋଗାଇବା ଠାରୁ ଆରମ୍ଭ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସରକାରଙ୍କ ତରଫରୁ ରିହାତି ସମସ୍ତ ସୁବିଧା ଉପଲବ୍ଧ କରାଇବା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରୁଛି ଟିପିଏନଓଡିଏଲ୍।ଏକକାଳୀନ ସ୍ୱଳ୍ପ ବିନିଯୋଗରେ ଦୀର୍ଘକାଳୀନ ସୁବିଧାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ବେଶ୍ ଖୁସି ମଧ୍ୟ ଦେଖିବାକୁ ମିଳିଛି ।
ମୁଖ୍ୟତଃ ଗ୍ରୀଷ୍ମରେ ଅତିରିକ୍ତ ବିଦ୍ୟୁତ୍ ଖର୍ଚ୍ଚ ଉପଭୋକ୍ତାଙ୍କ ଚିନ୍ତା ବଢ଼ାଇଥିବା ବେଳେ ପିଏମ୍ ସୂର୍ଯ୍ୟଘର ଯୋଜନା ଆସିବା ପରେ ଉପଭୋକ୍ତାଙ୍କ ମନରେ ହସ ଫୁଟିଛି । ପୋର୍ଟାଲ ଆବେଦନ ସଂଖ୍ୟା ଖୁବ୍ ବୃଦ୍ଧି ପାଇଛି।
ଟିପିଏନଓଡିଏଲ୍ ପକ୍ଷରୁ ଏହି ଯୋଜନାର ବହୁଳ ପ୍ରଚାର ପ୍ରସାର ପାଇଁ ମଧ୍ୟ ଏବେ ଅଧିକ ଜନ ସଚେତନତା କରାଯାଉଛି । ଫଳରେ ନୂତନ ସଂଯୋଗ ପରେ ଅତିରିକ୍ତ ବିଦ୍ୟୁତ୍ ଖର୍ଚ୍ଚ ରୁ ଗ୍ରାହକ ଙ୍କ ଚିନ୍ତା ମୁକ୍ତି ଦେଖିବାକୁ ମିଳିଛି ।
ପିଏମ ସୂର୍ଯ୍ୟଘର ପୋର୍ଟାଲରେ ଉପଭୋକ୍ତା ଏହି ଯୋଜନା ପାଇଁ ଆବେଦନ କରୁଥିବା ବେଳେ ସବସିଡି ଓ ଋଣ ବ୍ୟବସ୍ଥା ରହିଛି। ଏହି ଯୋଜନା ପାଇଁ ସରକାର ଆକର୍ଷଣୀୟ ସବସିଡି ସୁବିଧା କରିଛନ୍ତି।
୩ କିଲୋୱାଟ୍ ପର୍ଯ୍ୟନ୍ତ ସୋଲାର ପ୍ୟାନେଲ ସ୍ଥାପନ ଉପରେ ଉପଭୋକ୍ତାଙ୍କୁ ୧ଲକ୍ଷ ୩୮ହଜାର ଟଙ୍କାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବସିଡି ମିଳୁଛି।
୧ କିଲୋୱାଟ ପାଇଁ ୫୫ହଜାର ଟଙ୍କା, ୨ କିଲୋୱାଟ ପାଇଁ ୧,୧୦,୦୦୦ ଟଙ୍କା ଓ ୩ କିଲୋୱାଟ ପାଇଁ ୧ଲକ୍ଷ ୩୮ହଜାର ଟଙ୍କାର ରିହାତି ସୁବିଧା ଅଛି। ପ୍ରତି କିଲୋୱାଟ ପିଛା ପ୍ରାୟ ୭୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଆକର୍ଷଣୀୟ ସବସିଡି ସାଙ୍ଗକୁ ବ୍ୟାଙ୍କ ଋଣ ବ୍ୟବସ୍ଥା ମଧ୍ୟ ଉପଲବ୍ଧ କରାଯାଇଛି।
ଯୋଜନାର ଲାଭ ଉଠାଇବା ପାଇଁ ହିତାଧିକାରୀଙ୍କ ଘରେ ଆବଶ୍ୟକୀୟ ଜାଗାର ଉପଲବ୍ଧତା ସହ ସମ୍ପୃକ୍ତ ଘର ବିଜୁଳି ସଂଯୋଗ ହୋଇଥିବା ଆବଶ୍ୟକ।
ସୂଚନା ମୁତାବକ ଓଡ଼ିଶାରେ ବାର୍ଷିକ ୨୮୦ ରୁ ୩୦୦ ଦିନ ଖରା ଅନୁଭୂତ ହେଉଥିବା ଯୋଗୁଁ ଏଠାରେ ସୌର ଶକ୍ତି ଉତ୍ପାଦନ ପାଇଁ ବିପୁଳ ସମ୍ଭାବନା ରହିଛି ।
ବିଶେଷ କରି ଉତ୍ତର ଓଡ଼ିଶା ଏହାର ବିବିଧ ପ୍ରାକୃତିକ ବୈଶିଷ୍ଟ୍ୟ ଯୋଗୁଁ ସୌର ଶକ୍ତି ଭିତ୍ତିଭୂମି ପାଇଁ ଏକ ଉପଯୁକ୍ତ ସ୍ଥାନ। ଓଡ଼ିଶାର ଜଳବାୟୁ ଅନୁଯାୟୀ ସୌର ଶକ୍ତି ସାହାଯ୍ୟରେ ୧ କିଲୋୱାଟର ଭିତ୍ତିଭୂମି ଉପରେ ଦୈନିକ ହାରାହାରି ୩.୫ ୟୁନିଟ ଯାଏଁ ବିଜୁଳି ଉତ୍ପାଦନ ହୋଇପାରିବ।
ଗୋଟିଏ ସୋଲାର ପ୍ୟାନେଲ ପାଖାପାଖ୍ ୨୫ ବର୍ଷ ଯାଏଁ ସଠିକ ଭାବେ ଚାଲିବାର କ୍ଷମତା ରଖୁଥି ବାବେଳେ ଉପଭୋକ୍ରାମାନେ ଏହାର ସୁଫଳ ପାଇ ପାରିବେ।
ଆବେଦନ ପାଇଁ ଆଶାୟୀ ଉପଭୋକ୍ତାମାନେ www.pmsuryaghar.gov.in ୱେବସାଇଟ ମାଧ୍ୟମରେ ସରଳ ପଦ୍ଧତ୍ତିରେ ଅନଲାଇନ୍ ଆବେଦନ କରିବାକୁ ଥିେବାବେଳେ ଏଥି ପାଇଁ ଉପଭୋକ୍ରା ନମ୍ବର, ମୋବାଇଲ ନମ୍ବର, ବିଦ୍ୟୁତ ବିତରଣ କମ୍ପାନୀର ନାମ, ପରିଚୟ ଓ ଠିକଣା ପ୍ରମାଣ ପତ୍ର, ବିଦ୍ୟୁତ ବିଲ୍ ଆଦି ଡକ୍ୟୁମେଣ୍ଟ ଆବଶ୍ୟକ ।
ଅଧୁକ ସୂଚନ ପାଇଁ ଉପଭୋକ୍ତା ଟିପିଏନଓଡ଼ିଏଲର ୨୪ ଘଣ୍ଟିଆ ଗ୍ରାହକ ସେବା ନମ୍ବର ୧୮୦୦-୩୪୫୬-୭୧୮ କିମ୍ବା ୧୯୧୨ରେ ଯୋଗଯୋଗ କରି ସମସ୍ତ ସୂଚନା ପାଇପାରିବେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930