Indus Valley Times

ବିଜେଡି ଛାଡ଼ି କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ

 Breaking News

ବିଜେଡି ଛାଡ଼ି କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ

ବିଜେଡି ଛାଡ଼ି କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ
July 10
17:29 2025

ଭୁବନେଶ୍ୱର, ୧୦/୭ : ବିଜୁ ଜନତା ଦଳ ଛାଡ଼ୁ ଛାଡ଼ୁ ପୁଣି ଥରେ କଂଗ୍ରେସକୁ ଘର ବାହୁଡ଼ା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦଙ୍କ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ । ହାତ ଧରୁ ଧରୁ ବିଜେଡ଼ି ବିରୁଦ୍ଧରେ ବିଷ ଓଗାଳିଛନ୍ତି ସୁନୀତା । ମହିଳା ସମ୍ମାନ ନେଇ ବିଜେଡ଼ିକୁ କଡ଼ା ସମାଲୋଚନା କରିଛନ୍ତି ।
ସୁନୀତା ବିଶ୍ୱାଳ ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଜୟଦେବ ଜେନାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି । ଏହା ପରେ ପ୍ରତିକ୍ରିୟା ଦେଇ ବିଜେଡ଼ି ଉପରେ ଅସନ୍ତୋଷ ଝାଡ଼ିଛନ୍ତି ।
ଯେଉଁ ଆଶା ଏବଂ ଆକାଂକ୍ଷା ନେଇ ବିଜେଡ଼ିରେ ସାମିଲ ହୋଇଥିଲେ ସେହି ଆଶା ପୂରଣ ହୋଇନଥିବା ସେ ଅଭିଯୋଗ କରିଛନ୍ତି । ମହିଳାଙ୍କ ସମ୍ମାନ ନାଁରେ ସେତିକି ସୁଯୋଗ ମିଳୁନଥିଲା।
ଏପରି ଏକ ପୋଷ୍ଟର ମାରିବାକୁ ଅନୁମତି ମାଗିବାକୁ ପଡ଼ୁଥିଲା । ପୂର୍ବରୁ କିଛି ମହିଳା ସରପଞ୍ଚ ଅସନ୍ତୁଷ୍ଟ ହୋଇ ବିଜେପିରେ ସାମିଲ ହୋଇଛନ୍ତି । ଆହୁରି ଅନେକ ଅଛନ୍ତି ଯେଉଁମାନେ ଭୟରେ କିଛି କହିପାରୁ ନାହାଁନ୍ତି । କିନ୍ତୁ ସେ ଏହି ସାହସ କରିଛନ୍ତି ବୋଲି କହିଛନ୍ତି ସୁନୀତା ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031