Indus Valley Times

ବିଡ଼ାନାସୀରେ ଡ୍ରେନ୍ କାମ ବେଳେ ଭୁଶୁଡ଼ିଲା ପାଚେରୀ : ଜଣେ ଶ୍ରମିକ ମୃତ, ଜଣେ ଗୁରୁତର

 Breaking News

ବିଡ଼ାନାସୀରେ ଡ୍ରେନ୍ କାମ ବେଳେ ଭୁଶୁଡ଼ିଲା ପାଚେରୀ : ଜଣେ ଶ୍ରମିକ ମୃତ, ଜଣେ ଗୁରୁତର

December 08
19:04 2024

କଟକ, ୮/୧୨: କଟକରେ ଡ୍ରେନ କାମ ବେଳେ ଅଘଟଣ ଘଟିଛି। କଟକର ବିଡାନାସୀରେ ଅଭାବନୀୟ ଘଟଣା ଘଟିଛି। ଡ୍ରେନ ମରାମତି କାମ ଚାଲିଥିଲା ବେଳେ କାନ୍ଥ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଅନ୍ୟ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେଠାରେ ୫ ଜଣ ଶ୍ରମିକ କାମ କରୁଥିଲେ। ଏହି ସମୟରେ ହଠାତ ଡ୍ରେନ୍ କାନ୍ଥ ଭୁଶୁଡ଼ି ପଡ଼ିଥିଲା। କାନ୍ଥ ତଳେ ଚାପି ହୋଇଯାଇଥିଲେ ଜଣେ ଶ୍ରମିକ। ଉଦ୍ଧାର ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା ।
ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ସେହିପରି ଆଉ ଦୁଇ ଗୁରୁତର ଚିକିତ୍ସିତ ହେଉଛନ୍ତି। ମୃତ ଶ୍ରମିକ ଜଣକ ହେଲେ ଶଙ୍କରୀ । ଅନ୍ୟ ରାଜ୍ୟରୁ ଆସି ଏଠାରେ କାମ କରୁଥିବା ନେଇ ସୂଚନା ମିଳିଛି। ସେପଟେ ଏତେ ବଡ଼ ଅଘଟଣ କେମିତି ଘଟିଲା,ତାହା ଜଣାପଡ଼ିନାହିଁ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031