Indus Valley Times

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶନୁସାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ

 Breaking News

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶନୁସାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ

October 15
21:31 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୧୫/୧୦ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ପତ୍ର ସଂଖ୍ୟା -,୯୮୮୩ ତାରିଖ-୧୨.୦୯.୨୦୨୫ ଅନୁଯାୟୀ ଆଜି ବାଜପୁର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଜପୁର ଖୋର୍ଦ୍ଧା ଠାରେ ଖୁବ୍ ଯାକଜମକରେ ଅନୁଷ୍ଠିତ ହୋଇଯାଇଛି ।
ଏହି କ୍ଲଷ୍ଟର୍ ରେ ୧୨ ଟି ବିଦ୍ୟାଳୟରୁ ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ଶିକ୍ଷାର୍ଥୀମାନେ ଯୋଗ ଦେଇଥିଲେ। ଚତୁର୍ଥ ରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ବକ୍ତୃତା, ପ୍ରବନ୍ଧ, ସଙ୍ଗୀତ,ଚିତ୍ରାଙ୍କନ,ସୃଜନଶୀଳ ଲିଖନ, କୁଇଜ୍, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରତିଯୋଗିତା ମାନ କରାଯାଇଥିଲା।
ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ପିଲାଙ୍କ ପାଇଁ ଗଣିତ ଦୌଡ଼, ଗଣିତ କୁଇଜ୍, ଚିତ୍ରାଙ୍କନ ଓ ଗଳ୍ପକଥନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।
ପ୍ରତ୍ୟେକ କ୍ଷେତ୍ରରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବା ପିଲାମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି କୃତି ସମ୍ପନ୍ନ ଶିକ୍ଷାର୍ଥୀ ମାନଙ୍କୁ ଚୟନ ପ୍ରକିୟାରେ
ବିଚାରକ ମଣ୍ଡଳୀ ରୂପେ ଏହି କ୍ଲଷ୍ଟରର ବହୁ ସୁଯୋଗ୍ୟ ବ୍ୟକ୍ତିତ୍ଵମାନେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ବାଜପୁର ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ କେଦାରେଶ୍ୱର ପୃଷ୍ଟି ମୁଖ୍ୟଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ନିଜର ଅନ୍ତର୍ନିହିତ ଗୁଣାବଳୀର ବିକାଶ ପୂର୍ବକ ନିଜ ଜୀବନର ଲକ୍ଷ୍ୟରେ ପହଂଚି ସୁନାମ ବୃଦ୍ଧି କରିବା ନିମନ୍ତେ ଅନୁପ୍ରେରିତ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜିକା ଶ୍ରୀମତୀ ସନ୍ଧ୍ୟାବତୀ ଲେଙ୍କା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ହେମନ୍ତ କୁମାର ସେଠି, ମୋ ସ୍କୁଲ ସଭାପତି ଶ୍ରୀଯୁକ୍ତ ବିଭାସ ନାରାୟଣ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ମହାପାତ୍ର କାର୍ଯ୍ୟକ୍ରମରେ ସଭାପତିତ୍ବ କରିବା ସହିତ ପିଲା ମାନଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାର ମହତ୍ତ୍ଵ ସମ୍ପର୍କରେ ବୁଝାଇଥିଲେ ।
ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ସନ୍ତୋଷ କୁମାର ସାହୁ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଏହି ଉପଦେଶ ଦେଇଥିଲେ ଯେ ଉତ୍କୃଷ୍ଟ ଚିନ୍ତାଧାରା ଓ ନିଜ ପରିଶ୍ରମ ମାଧ୍ୟମରେ ସଫଳତାକୁ ସ୍ପର୍ଶ କରିହେବ। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ରୁପେ ଜ଼ିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦଳାଇ, ସମ୍ମାନିତ ଅତିଥି ରୁପେ ନନ୍ଦପୁର ସରପଞ୍ଚ ଶ୍ରୀଯୁକ୍ତ ବିପ୍ଳବ କେଶରୀ ବଳିୟାରସିଂହ ଓ ସମିତିସଭ୍ୟ ଇଂ ଦ୍ୱାରିକାନାଥ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମକୁ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସୁଚାରୁ ରୁପେ ପରିଚାଳନା କରିଥିଲେ। ଶେଷରେ ବିଦ୍ୟାଳୟର ଶିକ୍ଷକ ଶ୍ରୀ ବିଶ୍ୱରଂଜନ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031