Indus Valley Times

ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

 Breaking News

ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

November 13
12:56 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୩/୧୧: ଖୋର୍ଦ୍ଧା ନିକଟ ଶିଆଳିଆ ପାଟଣା ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ମୋଟ ୪୫ ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ଚକ୍ର ଅଧ୍ୟକ୍ଷତା କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ବିଚାରକ ଭାବରେ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ସୁବୋଧ କୁମାର ଜଗଦ୍ଦେବ , ଏବଂ ବି.ଜେ.ବି ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷା ଡଃ.ସବିତା ଦାସ ବିଚାରକ ଭାବେ ଯୋଗ ଦେଇଥିଲେ ।
ବାଲ୍ ବୈଜ୍ଞାନିକ ବିଜ୍ଞାନ ପ୍ରଦର୍ଶନୀରେ ଲକ୍ଷ୍ମୀପ୍ରିୟା ସୁବୁଦ୍ଧି, ଶ୍ରେଣୀ -ଏକାଦଶ (ମନୋରଞ୍ଜନ ଗାଣିତିକ ପ୍ରତିରୂପ) ରେ ପ୍ରଥମ , ରିତେଶ ଭୁଜବଳ, ଶ୍ରେଣୀ ଅଷ୍ଟମ (ଉନ୍ନତ ଚାଷ) ରେ ଦ୍ଵିତୀୟ ଓ ପ୍ରିୟଙ୍କା ପ୍ରୀୟଦର୍ଶନୀ ସାହୁ, ଶ୍ରେଣୀ -ସପ୍ତମ (ସବୁଜ ଶକ୍ତି) ରେ ତୃତୀୟ ହୋଇଥିଲେ।
ଠିକ୍ ସେହିପରି ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ଶିବପ୍ରସାଦ ମହାନ୍ତି, ପ୍ରଥମ, ଶ୍ରେଣୀ -ଅଷ୍ଟମ, ଶ୍ରୀୟାଁଶ ପାଣିଗ୍ରାହୀ, ଦ୍ୱିତୀୟ, ଶ୍ରେଣୀ -ସପ୍ତମ ଓ ଅଂଶୁମାନ ବଳିଆରସିଂହ ତୃତୀୟ ହୋଇଥିଲେ।
ଜୀବ ବିଜ୍ଞାନ ଶିକ୍ଷୟିତ୍ରୀ ଅନିନ୍ଦିତା ସାହୁ କାର୍ଯ୍ୟକ୍ରମରେ ମାର୍ଗଦର୍ଶକ ଭାବେ ଦାୟିତ୍ୱ ତୁଲାଇଥିଲେ । ଶେଷରେ ଶିବ ଶଙ୍କର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ସମସ୍ତ କର୍ମଚାରୀ ବୃନ୍ଦ ଏହି କାର‌୍ୟ୍ୟକ୍ରମରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031