Indus Valley Times

ବିଧବା ମହିଳାଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

 Breaking News

ବିଧବା ମହିଳାଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ବିଧବା ମହିଳାଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ
August 17
12:15 2024

ତିଗିରିଆ, ୧୭/୮ : କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚ ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ବିଧବାଙ୍କ ଗଳା କାଟି ହତ୍ୟା ପରେ ତିଗିରିଆ ଥାନାରେ ଅଭିଯୁକ୍ତ ଯୁବକ ଆତ୍ମସମର୍ପଣ କରିଛି। ମୃତକ ହେଲେ କଳ୍ପନା ଦାଶ(୪୫) ଓ ଅଭିଯୁକ୍ତ ଯୁବକ ହେଲେ କାର୍ତ୍ତିକ ସେଠୀ(୩୫)।
ସୂଚନା ଅନୁଯାୟୀ, ବିଧବା କଳ୍ପନା ଦାଶଙ୍କ ଘରେ ରହି କାର୍ତ୍ତିକ ସେଠୀ କଳ୍ପନା ଓ ତାଙ୍କ ବୃଦ୍ଧ ଶଶୁର(୮୭)ଙ୍କର ଦେଖାଶୁଣା କରୁଥିଲେ। ବର୍ଷକ ପୂର୍ବରୁ କଳ୍ପନା ଦାଶଙ୍କ ସ୍ବାମୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଅଭିଯୁକ୍ତ ଯୁବକ କାର୍ତ୍ତିକ ସେଠୀଙ୍କ କହିବା ଅନୁଯାୟୀ କଳ୍ପନାଙ୍କର ଜଣେ ଲୋକ ସହ ଅନୈତିକ ସଂପର୍କ ଥିଲା।
ଏହାକୁ ସେ ବାରଣ କରିଆସୁଥିଲେ। କିନ୍ତୁ କଳ୍ପନା ଏଥିରୁ କ୍ଷାନ୍ତ ହେବା ବଦଳରେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଏଣୁ ସେ ରାତି ପ୍ରାୟ ଗ‌ୋଟାଏରୁ ସାଢ଼େ ଗୋଟାଏ ଭିତରେ ନିଶା ଦେଇ କାତିରେ ବେକକୁ କାଟି ଦେଇଥିଲେ। ପରେ ରାତି ୩ଟା ବେଳେ ସେ ତିଗିରିଆ ଥାନାରେ ଆତ୍ମସମର୍ପଣ କରିଥିଲେ।
ଏହି ଘଟଣା ପରେ କଟକରୁ ଫରେନସିକ୍ ଟିମ୍ କଟକରୁ ଆସୁଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930