Indus Valley Times

ବିପୁଳ ଉତ୍ସାହ ଓ ଉଦ୍ଦୀପନା ସହ ବାଲିଗୁଡାରେ ରଥଯାତ୍ରା ଅନୁଷ୍ଠିତ : ସୁଭଦ୍ରା ରଥକୁ ଟାଣିଲେ ମହିଳା ଶ୍ରଦ୍ଧାଳୁ

 Breaking News

ବିପୁଳ ଉତ୍ସାହ ଓ ଉଦ୍ଦୀପନା ସହ ବାଲିଗୁଡାରେ ରଥଯାତ୍ରା ଅନୁଷ୍ଠିତ : ସୁଭଦ୍ରା ରଥକୁ ଟାଣିଲେ ମହିଳା ଶ୍ରଦ୍ଧାଳୁ

ବିପୁଳ ଉତ୍ସାହ ଓ ଉଦ୍ଦୀପନା ସହ ବାଲିଗୁଡାରେ ରଥଯାତ୍ରା ଅନୁଷ୍ଠିତ : ସୁଭଦ୍ରା ରଥକୁ ଟାଣିଲେ ମହିଳା ଶ୍ରଦ୍ଧାଳୁ
July 17
22:12 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୭/୭ : ବିପୁଳ ଉତ୍ସାହ ଓ ଉଦ୍ଦୀପନା ସହ ଝିପି ଝିପି ବର୍ଷା ରେ ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି ।
ପ୍ରଥମେ ମନ୍ଦିର ର ଦ୍ୱାର ଫିଟା ପରେ ରୀତିନୀତି ଅନୁସାରେ ପୂଜାର୍ଚନା କରାଯିବା ପରେ ମହାପ୍ରଭୁଙ୍କ ସକାଳଧୂପ ସମ୍ପନ୍ନ ସହ ଅପରାହ୍ନରେ ରଥ ନିକଟକୁ ଆଜ୍ଞାମାଳ ବିଜେ ହୋଇଥିଲା।
ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଆଜ୍ଞାମାଳ ବିଜେ କରିବା ପରେ ରଥରେ ଦଉଡ଼ି ସଂଯୋଗ କରିଥିଲେ।
ଅପରପକ୍ଷରେ ତିନି ରଥରେ ଶ୍ରୀବିଗ୍ରହଙ୍କ ରୁନ୍ଧା ଏବଂ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା । ମହାପ୍ରଭୁଙ୍କ ଏହି ଦିବ୍ୟ ରୂପକୁ ଦେଖିବା ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର‌୍ୟ୍ୟନ୍ତ ଭକ୍ତ ଙ୍କ ଜନସମୁଦ୍ର ହୋଇଥିଲା ।
ଜୟ ଜଗନ୍ନାଥ, ହରିବୋଲ , ଜୟ ମା ସୁଭଦ୍ରା ଘଣ୍ଟ, ଘଣ୍ଟା, ମୃଦଙ୍ଗ ତାଳରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଥିଲା। ବର୍ଷାକୁ ଖାତିର ନକରି ମହାପ୍ରଭୁଙ୍କ ଏହି ଯାତ୍ରା ଦେଖିବାକୁ ଶହ ଶହ ଭକ୍ତ ଙ୍କ ସମାଗମ କୁ ଦୃଷ୍ଟି ରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ତିନୋଟି ରଥ ଗୁଣ୍ଡିଚା ମନ୍ଦିର ଆଭିମୁଖ୍ୟ ଯାତ୍ରା କରି ସନ୍ଧ୍ୟା ସୁଦ୍ଧା ମାଉସୀ ମା\’ ମନ୍ଦିର ନିକଟରେ ପହଞ୍ଚିଥିଲା । ଏହି ଅନନ୍ୟ ପରମ୍ପରା ସମତା, ବିନମ୍ରତା ଓ ସେବାଭାବର ଚିରନ୍ତନ ବାର୍ତ୍ତା ଦେଇଥାଏ। ଭକ୍ତି ଓ ଉଲ୍ଲାସରେ ପରିପୂର୍ଣ୍ଣ ଏହି ଦିବ୍ୟ ମୁହୂର୍ତ୍ତ ବୋଲି ବିବେଚନା କରାଯାଏ ।
ଏଥିରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ର ସମସ୍ତ ସଦସ୍ୟ, ଯୁବକ ସଂଘ ମହିଳା ସଂଘ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
ସାଂସଦ ଓ ବିଧାୟକ ଙ୍କ ମିଳିତ ଗସ୍ତ : ଅଞ୍ଚଳର ବିକାଶ, ଶିକ୍ଷା ଓ ଭିତ୍ତିଭୂମି ସମ୍ପର୍କରେ ବିଭିନ୍ନ ଘୋଷଣା ଓ ପ୍ରତିଶ୍ରୁତି
ବାଲିଗୁଡା, ୧୭/୭: କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଓ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁରଙ୍କ ଶୁକ୍ରବାର ତୁମୁଡିବନ୍ଧ ବ୍ଲକରେ ମାରାଥନ ଗସ୍ତ ଅନୁଷ୍ଠିତ କରିଛନ୍ତି ।
ଏହି ଗସ୍ତ ଅବସରରେ ଉଭୟ ଜନପ୍ରତିନିଧି ଙ୍କୁ ଭବ୍ୟ ସ୍ବାଗତ କରାଯାଇଥିବା ବେଳେ ଅଞ୍ଚଳର ବିକାଶ, ଶିକ୍ଷା ଓ ଭିତ୍ତିଭୂମି ସମ୍ପର୍କରେ ବିଭିନ୍ନ ଘୋଷଣା ଓ ପ୍ରତିଶ୍ରୁତି ଦିଆଯାଇଛି। ଶୁକ୍ରବାର ସକାଳ ପ୍ରାୟ ୧୦ଟା ସମୟରେ ସାଂସଦ ଓ ବିଧାୟକ ତୁମୁଡିବନ୍ଧ ଜଳେଶପଟା ମନ୍ଦିର ଛକରେ ପହଞ୍ଚିଥିଲେ।
ସେଠାରେ ପ୍ରଥମେ ବିଜେପି ର କାର‌୍ୟ୍ୟକର୍ତ୍ତା ମାନେ ଭବ୍ୟ ସ୍ବାଗତ କରିଥିଲେ। ପରେ ସ୍ଥାନୀୟ ନେତା ପ୍ରମୋଦ କୁମାର ସାହୁଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ ରାଲିରେ ଉଭୟଙ୍କୁ ତୁମୁଡିବନ୍ଧ ନେତାଜୀ ସୁଭାଷ ବୋଷ ମହାବିଦ୍ୟାଳୟ ପରିସରକୁ ପାଛୋଟି ନିଆ ଯାଇଥିଲା।
ରାଲିରେ ବହୁ ସଂଖ୍ୟାରେ ଯୁବକ ଓ ସାଧାରଣ ଲୋକ ସାମିଲ ହୋଇଥିଲେ। ମହାବିଦ୍ୟାଳୟ ପରିସରରେ ସରସ୍ବତୀ ବିଦ୍ୟାମନ୍ଦିର ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ସାଂସଦ ଓ ବିଧାୟକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ବାଗତ ଜଣାଇଥିଲେ।
ଏହି ଅବସରରେ ଶିଶୁମନ୍ଦିର ପାଇଁ ଜମି ଯୋଗାଇ ଦିଆଯାଇଥିବାବେଳେ ବିଦ୍ୟାଳୟର ସ୍ଥାୟୀ ଭବନ ନିର୍ମାଣ ପାଇଁ ବିଧାୟକ ଚକ୍ରମଣୀ କହଁର ୧୦ ଲକ୍ଷ ଟଙ୍କା ଅନୁଦାନ ଦେଇଥିବା ସୂଚନା ଦେଇଥିଲେ। ସେହିପରି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପାଣ୍ଠିରୁ ଶିଶୁମନ୍ଦିର ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।
ଏହାସହ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା କଳ୍ପନା କହଁର ବିଦ୍ୟାଳୟ ପାଇଁ ଏକ ଶିଶୁ ଭବନ ଯୋଗାଇ ଦେବାକୁ ଘୋଷଣା କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣ ତୁମୁଡିବନ୍ଧ ଅଞ୍ଚଳର ଶିକ୍ଷା, ଯୋଗାଯୋଗ ଓ ଅନ୍ୟାନ୍ୟ ଭିତ୍ତିଭୂମିର ସାମଗ୍ରିକ ବିକାଶ ପାଇଁ ଦାବି ଉଠାଇଥିଲେ।
ଏହାର ଉତ୍ତରରେ ସାଂସଦ ଓ ବିଧାୟକ ଅଞ୍ଚଳର ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରହିବ ବୋଲି କହିଥିଲେ। ଏହି କାର‌୍ୟ୍ୟକ୍ରମରେ ବାଲିଗୁଡ଼ାର ନେତା ଟୁନା ଦାଶ, ତୁମୁଡିବନ୍ଧର ବରିଷ୍ଠ ନେତା ପ୍ରମୋଦ କୁମାର ସାହୁ, ସ୍ବତନ୍ତ୍ର ଉନୟନ ବିଭାଗ ଉପାଧ୍ୟକ୍ଷା କଳ୍ପନା କହଁର ,ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ମାଝୀ, ନେତାଜୀ ସୁବାଷ ବୋଷ ମହାବିଦ୍ୟାଳୟ ଅଧକ୍ଷ ସୁନୀଲ କୁମାର ପାତ୍ର, ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ଅବନୀକାନ୍ତ ନାୟକ, ରାମେଶ୍ବର ପାଣିଗ୍ରାହୀ, ଲୋକନାଥ ପାଢ଼ୀ, ଉପାଧ୍ୟକ୍ଷ ସନ୍ତୋଷ ସାହୁ, ସାଂସଦ ପ୍ରତିନିଧୂ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ନେତ୍ର ମାନସେଠ, ଜଗନ୍ନାଥ ସାହୁ, ପଦ୍ମ ଚରଣ ଦାସ, ସଞ୍ଜୟ କୁମାର ଦାସ, ରବି ଚନ୍ଦ୍ର ପାତ୍ର, ଆଦିବାସୀ ଯୁବନେତା ବାବୁଲା ମାଝୀ ଙ୍କ ସମେତ ଦୁଇ ଦଳର ଜନପ୍ରତିନିଧୂ, କାର୍ଯ୍ୟକର୍ତ୍ତା ଓ ସାଧାରଣ ଲୋକ ପ୍ରମୁଖ ଉପସ୍ଥିତ ଥିଲେ।
ହେଲେ ଶେଷରେ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲ ରେ ପ୍ରଶ୍ନ ଉଠିଲା ଯେ, ବିଜେପି ସରକାର ଦୁଇବର୍ଷ ହେଲା ଆସିଲାଣି, ପୂର୍ବରୁ ବାଲିଗୁଡା ଓ ତୁମୁଡିବନ୍ଧ ରେ ବହୁତ ସରକାରୀ କାର୍ଯ୍ୟକ୍ରମ, ଉଦଘାଟନ ଓ ଶିଳାନ୍ୟାସ ହୋଇଛି ।
ପୂର୍ବରୁ ବିଜେଡି ର ମୁଖ୍ୟ ନେତା ମାନେ ଏପରି ଦୁଇଦଳର କର୍ମକର୍ତ୍ତା ମିଶି କାର୍ଯ୍ୟକ୍ରମ ରେ ଯୋଗ ଦେଉ ନ ଥିଲେ, ହେଲେ ହଠାତ ଆଜିର ଏହି କାର୍ଯ୍ୟକ୍ରମ ରେ ବିଜେଡି ରୁ ନିଲମ୍ବିତ ନେତା ମାନେ ମିଶିବାର ଅଭିପ୍ରାୟ କଣ ରହିଛି, ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।
ହେଲେ ଆଗାମୀ ଦିନରେ କେଉଁ ପାଣି କୁଆଡେ ଯାଉଛି ଖାଲି ଦେଖିବାକୁ ବାକି ରହିଲା ବୋଲି ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31