Indus Valley Times

ବିବାହ ବେଦୀରେ ସାଥୀ ହୋଇ ଚାଲିବାର କଥା ଦେଲେ, ହେଲେ ପିଲା ଜନ୍ମ ପରେ ଛାଡି ଚାଲିଗଲେ OAS ସ୍ୱାମୀ

 Breaking News

ବିବାହ ବେଦୀରେ ସାଥୀ ହୋଇ ଚାଲିବାର କଥା ଦେଲେ, ହେଲେ ପିଲା ଜନ୍ମ ପରେ ଛାଡି ଚାଲିଗଲେ OAS ସ୍ୱାମୀ

July 31
11:00 2025

ଭୁବନେଶ୍ୱର, ୩୧/୭: ଧୋକା ଦେଲେ ସ୍ୱାମୀ । ବିବାହର ଏକ ବର୍ଷ ପରେ ଛୁଆ ଜନ୍ମ ହୋଇସାରିବା ପରେ ଉଭଙ୍କୁ ଛାଡି ଚାଲିଯାଇଛନ୍ତି ସ୍ୱାମୀ। ଏଭଳି ଅଭିଯୋଗ ଆଣିଛନ୍ତି OSDMA ରେ କାର୍ଯ୍ୟରତ DGMସାର୍ଥକ ସୌରଭ ମହାପାତ୍ରଙ୍କ ପତ୍ନୀ ।
ପତ୍ନୀ ଅର୍ଚ୍ଚନା ଦାସ ମହିଳା ଥାନାର ଦ୍ୱାରସ୍ଥ ହୋଇ ସାର୍ଥକଙ୍କ ନାମରେ ସଂଘାତିକ ଅଭିଯୋଗ ଆଣିଛନ୍ତି । ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ନାଁରେ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା ।
ସେ ଆହୁରି ଅଭିଯୋଗରେ କରିଛନ୍ତି ଯେ ସ୍ତ୍ରୀ ଓ ନବଜାତ ଶିଶୁ ପ୍ରତି ନିଷ୍ଠୁରତା, ଦାୟିତ୍ୱ ଇଛାକୃତ ଭାବେ ପରିତ୍ୟାଗ କରିଛନ୍ତି । ଅଭିଯୋଗକାରିଣୀ ଅର୍ଚ୍ଚନା ଦାସ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ । ଉଭୟଙ୍କ ଘର ରାଜଧାନୀ ଭୁବନେଶ୍ୱର ।
ଅର୍ଚ୍ଚନା କରିଥିବା ଅଭିଯୋଗ ଅନୁସାରେ, ପରିବାରର ସହମତିରେ ଉଭୟଙ୍କ ବାହାଘର ହୋଇଥିଲା । କିନ୍ତୁ ବାହାଘରର କିଛି ମାସ ପରେ ତାଙ୍କୁ ଶାଶୁ ଘର ପରିବାର ପକ୍ଷରୁ ନିର୍ଯ୍ୟାତନା ଦିଆଯାଉଥିଲା । ଏପରିକି ହସ୍ପିଟାଲ ବେଡ଼ରେ ନବଜାତ ଶିଶୁ ଓ ତାଙ୍କୁ ଛାଡି ଚାଲିଯାଇଥିଲେ ସ୍ୱାମୀ ସାର୍ଥକ ସୌରଭ ମହାପାତ୍ର । ଶେଷରେ ନିଜେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଆସିଥିଲେ। ଏହାସହିତ ଶିଶୁକୁ ୩ ମାସ ହୋଇଯାଇଥିଲେ ବି ତାକୁ ଦେଖା କରୁନଥିବା ସହ କୌଣସି ସହଯୋଗ କରୁନାହାନ୍ତି ବୋଲି ଅର୍ଚ୍ଚନା ମହିଳା ଥାନାରେ ଅଭିଯୋଗ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930