Legatus

ବିଭିନ୍ନ ସ୍ଥାନରେ ବଜ୍ରାଘାତ : ୪ ଜଣଙ୍କ ମୃତ୍ୟୁ, ୫ ଜଣ ଗୁରୁତର

 Breaking News

ବିଭିନ୍ନ ସ୍ଥାନରେ ବଜ୍ରାଘାତ : ୪ ଜଣଙ୍କ ମୃତ୍ୟୁ, ୫ ଜଣ ଗୁରୁତର

ବିଭିନ୍ନ ସ୍ଥାନରେ ବଜ୍ରାଘାତ : ୪ ଜଣଙ୍କ ମୃତ୍ୟୁ, ୫ ଜଣ ଗୁରୁତର
June 07
21:01 2024

ଓଡ଼ିଶା, ୭/୬: ରାଜ୍ୟରେ ଆଜି ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।
ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କୁଇଲିପାଳ ଗାଁରେ ବଜ୍ରାଘାତରେ ଖୁଦୁରା ନାଏକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଝିଅଙ୍କର ମୃତ୍ୟୁ ଘଟିଛି।
ସେହିପରି ଢେଙ୍କାନାଳ ଜିଲ୍ଲା କାମାଖ୍ୟାନଗରର ବାଘୁଆ ଗାଁରେ ବଜ୍ରପାତରେ ଜଣେ ଫାଇନାନ୍ସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ମହିଳା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତିହୋଇଛନ୍ତି।
ନୂଆପଡ଼ାଜିଲ୍ଲା ଖଡ଼ିଆଳରେ କିରିକିଟା ଗାଁରେ ଜଣେ ବୃଦ୍ଧ ମୃତ, ଆଉ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଗୌଡ଼ପାଟଣା ଗାଁରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେହିପରି ଗଣିଆ ଥାନା କେନ୍ଦୁପଲ୍ଲୀ ଗାଁରେ ବଜ୍ରାଘାତ ୪ରି ବଖରା ଘର ଜଳିଯାଇଛି। କେନ୍ଦୁଝର ସଦର ବ୍ଲକ ଗୁମୁରା ଗାଁରେ ଗାଈ ଚରାଉଥିବା ବେଳେ ବିଜୁଳି ମାରି ଦେବାରୁ ଜଣଙ୍କର ମୃତ୍ୟୁ ଘଟିଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31