Indus Valley Times

ବିଶ୍ୱ ରେକର୍ଡ ଅଧିକାରୀ ଡ଼ଃ ପଙ୍କଜ କୁମାର ଜେନା ଦିଲ୍ଲୀରେ ପାଇଲେ କଳିଙ୍ଗ ରତ୍ନ ସମ୍ମାନ

 Breaking News

ବିଶ୍ୱ ରେକର୍ଡ ଅଧିକାରୀ ଡ଼ଃ ପଙ୍କଜ କୁମାର ଜେନା ଦିଲ୍ଲୀରେ ପାଇଲେ କଳିଙ୍ଗ ରତ୍ନ ସମ୍ମାନ

ବିଶ୍ୱ ରେକର୍ଡ ଅଧିକାରୀ ଡ଼ଃ ପଙ୍କଜ କୁମାର ଜେନା ଦିଲ୍ଲୀରେ ପାଇଲେ କଳିଙ୍ଗ ରତ୍ନ ସମ୍ମାନ
June 18
19:45 2026

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର, ୧୮/୬ : ବିଶ୍ୱ ରେ ପ୍ରଥମ କରି ନୈତିକ ଶିକ୍ଷା ଉପରେ କାମ କରି ବିଶ୍ୱ ରେକର୍ଡ ଆଉ ଆମେରିକା ବୋକ ଅଫ ରେକର୍ଡ ରେ ସ୍ଥାନ ପାଇଥିବା ଡ଼ଃ ପଙ୍କଜ କୁମାର ଜେନା ଙ୍କୁ ଦିଲ୍ଲୀ କଳିଙ୍ଗ ଭାରତୀ ଫାଉଣ୍ଡେସନ ତରଫରୁ କଳିଙ୍ଗ ରତ୍ନ ସମ୍ମାନରେ ସମ୍ମାନିତ କରିବା ପାଇଁ ନିମନ୍ତ୍ରଣ କରାଯାଇଥିଲା ।
ଡ଼ଃ ଜେନା ଏଥିପାଇଁ ଏକ ଛ ମାସିଆ ପାଠ୍ୟକ୍ରମ ପ୍ରସ୍ତୁତ କରି ଚର୍ଚ୍ଚାରେ ଥିଲେ. ବାପା ମା ବୃଦ୍ଧ ଅବସ୍ଥାରେ କେମିତି ଵୃଦ୍ଧାଶ୍ରମ ଯିବେନି, ସଫଳତା ପରେ ବି ବ୍ୟକ୍ତି କେମିତି ଆତ୍ମହତ୍ୟା କରୁଛି ।
ପୁଅ ବହୋ ମାନେ ବାପା ମା ଙ୍କର ବି ଶୁଦ୍ଧି କ୍ରିୟାକୁ ଆସୁନାହାନ୍ତି । ଏ ସବୁ ର ସମାଧାନ ପାଇଁ ଏକ ଛଅ ମାସିଆ ପାଠ୍ୟ ଖସଡ଼ା ପ୍ରସ୍ତୁତ କରି ବିଶ୍ୱ ଦରବାର ରେ ଚର୍ଚ୍ଚାରେ ଅଛନ୍ତି ।
ପଇସା ରୋଜଗାର କରିବା ପାଇଁ ପାଠ ନ ପଢାଇ ଭଲ ମଣିଷ ହୋଇ ବାପା ମା ଙ୍କ ଯତ୍ନ ନେବାପାଇଁ ପାଠ ପଢ଼ାଇବା ଦରକାର ବୋଲି ଡ଼ଃ ଜେନା କୁହନ୍ତି ।
ପାଠ ପଢି ପଇସା ରୋଜଗାର ପାଇଁ ଦେଶ କୁ ବିକି ଦେବା, କୀଡୀନି ଚୋରି କରି ବିକିବା, ବାପା ମା ଙ୍କୁ ଵୃଦ୍ଧାଶ୍ରମରେ ଛାଡି ବିଦେଶ ପଳାଇବା ପରି ଘୃଣ୍ୟ କାମ ନ କରି ଭଲ ମଣିଷ ହେବାପାଇଁ ଏହି ପାଠ୍ୟକ୍ରମରେ ଯୋଡ଼ି ହେବା ପାଇଁ ଡ଼ଃ ଜେନା ଆହ୍ୱାନ ଦେଇଛନ୍ତି ।
ଆଉ ଏହା ସମ୍ପୂର୍ଣ ମାଗଣା.ଦିଲ୍ଲୀ ଗୁରୁଗ୍ରାମ କମ୍ୟୁନିଟି ଭବନ ରେ ସ୍ଥାନୀୟ ବିଧାୟକ ମୁକେଶ ଶର୍ମା, ଟାସା ମାଇକ୍ରୋ ଏସ ର ପରିଚାଳନା ନିର୍ଦେଶକ ଅଶୋକ କୁମାର ସେନ, ମେୟର ରାଜରାଣୀ ମାଲହୋତ୍ରା, ଇଚିବାନ କର୍ପୋ ସାଇନ୍ସ ଲିମିଟେଡ଼ ନିର୍ଦେଶକ ଡ଼ଃ ନିଖିଳ ଅଗ୍ରୱାଲ, କ୍ୟାନ ଭାରନ ଫାଉଣ୍ଡେସନର ପ୍ରତିଷ୍ଠାତା ଡ଼ଃ ଡି ଚାପି. ଗୋଏଲ, କଳିଙ୍ଗ ଭାରତୀ ଫୋଉଣ୍ଡେସନର ଜାତୀୟ ସଭାପତି ଇଞ୍ଜିନ୍ୟିର ଅକ୍ଷୟ କୁମାର ସାମଲ, ସଂଗୀତଜ୍ଞ ସନ୍ତୋଷ କୁମାର ରାଉତ, ସଂଗ୍ରାମ କୁମାର ପାଣିଗ୍ରାହୀ, ମଧୁମିତା ମହାପାତ୍ର, ବିଜୟ ମିଶ୍ର, ଅନିଲ ଜେନା, ପ୍ରଳୟ ବାହାଲି ଓ ପ୍ରଜାପିତା ବ୍ରହ୍ମକୁମାରୀ ଭଉଣୀ ମାନଙ୍କ ଉପସ୍ଥିତରେ ଡ଼ଃ ପଙ୍କଜ କୁମାର ଜେନା କଳିଙ୍ଗ ରତ୍ନ ସମ୍ମାନ ଗ୍ରହଣ କରି ବାଲେଶ୍ୱର ଜିଲ୍ଲା ପାଇଁ ଗର୍ବ ଆଉ ଗୌରବ ଆଣିଥିଲେ ଓ ସେଠାରେ ସମସ୍ତଙ୍କୁ ପ୍ରଥମେ ଭଲ ମଣିଷ ହେବା ପାଇଁ ବକ୍ତବ୍ୟ ରଖିଥିଲେ ।
ପିଲା ମାନଙ୍କୁ ପଇସା ରୋଜଗାର କରିବା ପାଇଁ ଖାଲି ପାଠ ନ ପଢାଇ, ବାପା ମା ଓ ଦେଶର କେମିତି ଯତ୍ନ ନେବେ ସେହି ଶିକ୍ଷା ଦେବାକୁ ସମସ୍ତ ଙ୍କୁ ଡ଼ଃ ଜେନା ଅନୁରୋଧ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031