Indus Valley Times

ବେଆଇନ ମଦ କାରବାର ରୋକିବାକୁ ନିଆଯାଉଛି ପଦକ୍ଷେପ, ରାଜ୍ୟରେ ଅଣାଯିବ ନୂଆ ଅବକାରୀ ନୀତି : ଆଇନ ମନ୍ତ୍ରୀ

 Breaking News

ବେଆଇନ ମଦ କାରବାର ରୋକିବାକୁ ନିଆଯାଉଛି ପଦକ୍ଷେପ, ରାଜ୍ୟରେ ଅଣାଯିବ ନୂଆ ଅବକାରୀ ନୀତି : ଆଇନ ମନ୍ତ୍ରୀ

August 20
17:35 2024

ଭୁବନେଶ୍ବର, ୨୦/୮ : ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳରେ ବିଷାକ୍ତ ମଦ ପିଇ ପାଖାପାଖି ୨୦ ଜଣ ଅସୁସ୍ଥ ହୋଇ ପଡ଼ିଥିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅବକାରୀ, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବେଆଇନ ମଦ କାରବାରରେ ଯେଉଁମାନେ ଲିପ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଖୁବ୍ ଶୀଘ୍ର କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଖାଲି ସେତିକି ନୁହେଁ, ରାଜ୍ୟରେ ଚୋରା ମଦ କାରବାରକୁ କିପରି ରୋକିହେବ ସେ ନେଇ ପଦକ୍ଷେପ ନୂଆ ଅବକାରୀ ନୀତିରେ ସାମିଲ କରାଯିବ। ତେବେ ଚିକିଟିରେ ଯେଉଁମାନେ ମଦ ପିଇ ଅସୁସ୍ଥ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ୨୦ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିଲା, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବାରେ ଲାଗିଛିି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାଛଡ଼ା ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930