Indus Valley Times

ବୈଦ୍ୟୁତିକ ସୁରକ୍ଷା ସଚେତନତାକୁ ବ୍ୟାପକ କରିବ ଟିପିଏନଓଡ଼ିଏଲ ,କ୍ଷୁଦ୍ର ଓ ପଥପ୍ରାନ୍ତ ନାଟକରେ ବାଣ୍ଟିବ ସଚେତନତା ବାର୍ତ୍ତା

 Breaking News

ବୈଦ୍ୟୁତିକ ସୁରକ୍ଷା ସଚେତନତାକୁ ବ୍ୟାପକ କରିବ ଟିପିଏନଓଡ଼ିଏଲ ,କ୍ଷୁଦ୍ର ଓ ପଥପ୍ରାନ୍ତ ନାଟକରେ ବାଣ୍ଟିବ ସଚେତନତା ବାର୍ତ୍ତା

ବୈଦ୍ୟୁତିକ ସୁରକ୍ଷା ସଚେତନତାକୁ ବ୍ୟାପକ କରିବ ଟିପିଏନଓଡ଼ିଏଲ ,କ୍ଷୁଦ୍ର ଓ ପଥପ୍ରାନ୍ତ ନାଟକରେ ବାଣ୍ଟିବ ସଚେତନତା ବାର୍ତ୍ତା
May 27
23:19 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର,୨୭/୫: ସୁରକ୍ଷା ହେଉଛି ଟିପିଏନଓଡ଼ିଏଲର ମୂଳମନ୍ତ୍ର। କର୍ମଚାରୀଙ୍କ ସହ ଜନସାଧାରଣଙ୍କ ସୁରକ୍ଷାକୁ ଟିପିଏନଓଡ଼ିଏଲ ବିଶେଷ ଗୁରୁତ୍ଵ ଦେଉଛି। ତେବେ ଜନସାଧାରଣଙ୍କ ସଚେତନତା ଅଭାବରୁ ଅଧିକାଂଶ ବୈଦ୍ୟୁତିକ ଦୁର୍ଘଟଣା ଘଟୁଥିବା ସୂଚନା ମିଳିଥିବା ବେଳେ ଏହାକୁ ଗୁରୁତ୍ଵର ସହ ଗ୍ରହଣ କରି ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିଛି।
ବିଦ୍ୟୁତ ତାର ଓ ଟ୍ରାନ୍ସଫର୍ମର ନିକଟରେ ନିର୍ମାଣ କାର୍ଯ୍ୟ, ହୁକିଂ ଆଦି ପାଇଁ ଅଧିକ ଦୁର୍ଘଟଣା ଘଟୁଥିବା ଟିପିଏନଓଡିଏଲ ପକ୍ଷରୁ ଏକ ସର୍ଭେକ୍ଷଣ ଦ୍ଵାରା ସୂଚନା ହସ୍ତଗତ ହେବା ପରେ ଏହାକୁ ଭିତ୍ତି କରିବା ସହ ଏ ନେଇ ଅଧିକ ଜନସଚେତନତା ବୃଦ୍ଧି କରିବାକୁ ଗୁରୁତ୍ଵ ଦେଉଛି।
ଏଥି ଲାଗି ସ୍ଵତନ୍ତ୍ର କମିଟି ଗଠନ କରାଯାଇଥିବାବେଳେ ସୁରକ୍ଷା ସଚେତନତା ସମ୍ପର୍କିତ ପଦକ୍ଷେପ ଏହି ଟିମ୍ ଗ୍ରହଣ କରିବ। ବିଦ୍ୟାଳୟ ସ୍ତରରେ ପିଲାଙ୍କୁ ବୈଦ୍ୟୁତିକ ସୁରକ୍ଷା ସମ୍ପର୍କିତ ସଚେତନ କରିବାକୁ ବ୍ୟାପକ ପଦକ୍ଷେପ ନିଆଯିବାକୁ ଥିବାବେଳେ ପଥପ୍ରାନ୍ତ ନାଟକ ମାଧ୍ୟମରେ ମଧ୍ୟ ସଚେତନତାକୁ ଗୁରୁତ୍ଵ ଦିଆଯିବ। କ୍ଷୁଦ୍ର ନାଟକ, କାନ୍ଥରେ ସଚେତନତା ବାର୍ତ୍ତା ଆଦିକୁ ମଧ୍ୟ ସ୍ଥାନିତ କରାଯିବ।
ଏନେଇ ସବିଶେଷ ରଣନୀତି ପ୍ରସ୍ତୁତ ହୋଇଥିବା ଟିପିଏନଓଡ଼ିଏଲ ପକ୍ଷରୁ ସୂଚନା ଦିଆଯାଇଛି। ବୈଦ୍ୟୁତିକ ସୁରକ୍ଷା ନେଇ ସଚେତନତା ବ୍ୟାପକ କରିବା ଓ ଧନଜୀବନ ହାନିକୁ ସମ୍ପୂର୍ଣ୍ଣ ରୋକିବା ଟିପିଏନଓଡ଼ିଏଲର ଲକ୍ଷ୍ୟ ରହିଥିବା ବେଳେ ଏହି ଟିମ୍ ପଦକ୍ଷେପ ଗ୍ରହଣ କରିବ।
ଅପରପକ୍ଷେ ନିଜ କର୍ମଚାରୀଙ୍କ ସୁରକ୍ଷାକୁ ଟିପିଏନଓଡ଼ିଏଲ ଗୁରୁତ୍ଵ ଦେଇ ସେମାନଙ୍କୁ ହେଲମେଟ, ହର୍ନେସ, ସୁରକ୍ଷା ଜୋତା, ଗ୍ଲୋବ୍ସ ଆଦି ସମସ୍ତ ପ୍ରକାରର ସୁରକ୍ଷା ଉପକରଣ ଯୋଗାଇର ବ୍ୟବସ୍ଥା କରିଛି।
ସେମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରୁଥିବାବେଳେ ଜନସାଧାରଣଙ୍କୁ ମଧ୍ୟ ଏହାର ତଦାରଖ ଦାୟିତ୍ଵ ଦେଇଛି। ଟିପିଏନଓଡ଼ିଏଲ କର୍ମଚାରୀ ବୈଦ୍ୟୁତିକ କାର୍ଯ୍ୟ କରୁଥିବା ସମୟରେ ଯଦି ସୁରକ୍ଷା ଉପକରଣ ବ୍ୟବହାର ନ କରନ୍ତି ଅସୁରକ୍ଷିତ ଉପାୟରେ କାର୍ଯ୍ୟ ସମ୍ପାଦନ କରୁଥିଲେ ସାଧାରଣ ଲୋକେ ଏହାର ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରି ୯୧୨୪୨-୫୪୦୧୧ ନମ୍ବରକୁ ହ୍ଵାଟ୍ସ ଆପ୍ ଯୋଗେ ପଠାଇ ଏହାର ଅଭିଯୋଗ କରି ପାରିବେ। ଏଥି ଲାଗି ଟିପିଏନଓଡ଼ିଏଲ ପକ୍ଷରୁ ସୂଚନାଦାତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥାଏ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930